ETV Bharat / state

ସ୍ବେରେଜ ଟ୍ରିଟମେଣ୍ଟରେ ଜାତୀୟ ସ୍ତରରେ BMC ପୁରସ୍କୃତ - ଭୁବନେଶ୍ୱର ମହାନଗର ନିଗମ

ଭାରତ ପରିମଳ ମଞ୍ଚ ଓ ଫେଡେରେସନ ଅଫ୍ ଇଣ୍ଡିଆନ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଏଫଆଇସିସିଇ) ପକ୍ଷରୁ ଓଡିଶାର 3 ସହରାଞ୍ଚଳକୁ ପୁରସ୍କୃତ କରାଯାଇଛି । ସ୍ବରେଜ, ସେଫଟେଜ ଓ ଫିକଲ ଟ୍ରିଟମେଣ୍ଟରେ ଜାତୀୟ ସ୍ତରରେ ବିଏମସି ପୁରସ୍କୃତ ହୋଇଛି । ଅଧିକ ପଢନ୍ତୁ

ଭୁବନେଶ୍ୱର ମହାନଗର ନିଗମକୁ ଜାତୀୟ ସ୍ତରରେ ସଫଳତା

author img

By

Published : Dec 8, 2022, 7:47 AM IST

ଭୁବନେଶ୍ବର: ବିଏମସିକୁ ଜାତୀୟ ସ୍ତରରେ ମିଳିଛି ଆଉ ଏକ ବଡ଼ ସଫଳତା ମିଳିଛି । ସ୍ବେରେଜ, ସେଫଟେଜ ଓ ଫିକଲ ମ୍ୟାନେଜମେଣ୍ଟ କ୍ଷେତ୍ରରେ ବିଏମସି ପୁରସ୍କୃତ ହୋଇଛି । ନୂଆଦିଲ୍ଲୀରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ପୁରସ୍କୃତ ବିଏମସି ହୋଇଛି । ଭୁବନେଶ୍ବର ମହାନଗର ନିମଗ ମେୟର ସୁଲୋଚନା ଦାସ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଏହା ସହିତ ପରିମଳ ଭଦ୍ରକ ଓ ଯାଜପୁର ମଧ୍ୟ ପୁରସ୍କୃତ ହୋଇଛି । ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି ।

ଭୁବନେଶ୍ୱର ମହାନଗର ନିଗମକୁ ଜାତୀୟ ସ୍ତରରେ ସଫଳତା
ଭୁବନେଶ୍ୱର ମହାନଗର ନିଗମକୁ ଜାତୀୟ ସ୍ତରରେ ସଫଳତା

ସମଗ୍ର ଦେଶରେ ବିଏମସିର ସର୍ବୋତ୍ତମ ମଡେଲ । ଖାଲି ବିଏମସି ନୁହେଁ ସହରର ସ୍ବଚ୍ଛତାକୁ ନେଇ ୩ଟି କାଟେଗୋରୀରେ ରାଜ୍ୟର ଦୁଇଟି ମ୍ୟୁନସିପାଲ କର୍ପୋରେସନ ଓ ଗୋଟିଏ ଜିଲ୍ଲାକୁ ଆଇଏସସି ଫିକି ସାନିଟେସନ ଆୱାର୍ଡ ଦିଆଯାଇଛି । ଇଣ୍ଡିଆ ସାନିଟେସନ କନକ୍ଳେଭ ୨୦୨୨ରେ ରାଜ୍ୟକୁ ଏହି ତିନ ସଫଳତା ମିଳିଛି । ଭୁବନେଶ୍ୱର ଭଦ୍ରକ ମ୍ୟୁନିସିପାଲ କର୍ପୋରେସନ ସମେତ ଯାଜପୁର ଜିଲ୍ଲାକୁ ଏହି ପୁରସ୍କାର ଦିଆଯାଇଛି । ବେଷ୍ଟ ୱାମେନ ଚେଞ୍ଜମେକର ଇନ ସାନିଟେସନ ଆୱାର୍ଡରେ ଭଦ୍ରକ ମ୍ୟୁନସିପାଲ ସ୍ୱେଚ୍ଛାସାଥି ସସ୍ମିତା ବାରିକ ପୁରସ୍କାର ପାଇଥିବା ବେଳେ ବେଷ୍ଟ ସକିଲିଂ ଇନିସିଆଟିଭ ଫର ସାନିଟେସନ ଆୱାର୍ଡ ଯାଜପୁର ଜିଲ୍ଲାକୁ ମିଳିଛି । ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଡିଓ ସୌରଭ ଚକ୍ରବର୍ତ୍ତୀ ଓ ଜିଲ୍ଲା ଖଣିଜ ନ୍ୟାସ ପାଣ୍ଠିର ଆଶୀର୍ବାଦ ନାୟକ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।

ଏହା ବି ପଢନ୍ତୁ...Lady Blackmailer Archana Nag Case: ଅର୍ଚ୍ଚନାକୁ ଘାଣ୍ଟୁଛି ED, ଖୋଲିବ କି ବଡ ବଡିଆଙ୍କ ଗୁମର

  • We are proud to announce that BMC has received the ISC-FICCI Sanitation Award at India Sanitation Conclave 2022 in New Delhi for "Best Faecal Sludge and Septage Management Model"
    Today, Hon'ble Mayor received the award in ISC-FICCI Sanitation Awards.@CMO_Odisha @HUDDeptOdisha pic.twitter.com/UwNSO4cCgW

    — BMC (@bmcbbsr) December 7, 2022 " class="align-text-top noRightClick twitterSection" data=" ">

ଏହି ପୁରସ୍କାର ସ୍ୱଚ୍ଛତା କ୍ଷେତ୍ରରେ ଏକ ପ୍ରେରଣା ଯୋଗାଇବା । ତେଣୁ ଏହା ଆମ ପାଇଁ ଏକ ଖୁସି ଓ ଗର୍ବର କଥା ବୋଲି କହିଛନ୍ତି ବିଏମସି ମେୟର ସୁଲୋଚନା ଦାସ । ସେପଟେ ଦିଲ୍ଲୀ ଗସ୍ତରେ ଯାଇଥିବା ଟିମରେ ସାନିଟେସନ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହସୁପକାର, ପ୍ରୀତିନନ୍ଦା ରାଉତରାୟ, ଭାରତୀ ସିଂ ଓ ଡେ଼ପୁଟି କମିଶନର କମଳାକାନ୍ତ ବେହେରା । ପରିମଳ ବ୍ୟବସ୍ଥାରେ ସୁଧାର ପାଇଁ ଭୁବନେଶ୍ୱର ମହାନଗର ନିଗମର ବିଭିନ୍ନ ପଦକ୍ଷେପକୁ ରାଜଧାନୀବାସୀ ଗ୍ରହଣ କରୁଥିବାରୁ ବିଏମସିକୁ ଏହି ସଫଳତା ମିଳିଛି । ଯାହା ସ୍ବଚ୍ଛ ସର୍ବେକ୍ଷଣ ୨୦୨୩ରେ ଭୁବନେଶ୍ୱରର ତାଲିକାର ଶୀର୍ଷରେ ପହଞ୍ଚିବାରେ ସହାୟକ ହେବ । ବିଏମସିକୁ ମିଳିଥିବା ଏହି ଜାତୀୟ ସ୍ତରୀୟ ପୁରସ୍କାରକୁ ରାଜଧାନୀବାସୀଙ୍କ ପାଇଁ ଉତ୍ସର୍ଗ କରିଛନ୍ତି ବୋଲି କହିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ । ଏହାସହ ସହରବାସୀଙ୍କ ସହ ରାଜ୍ୟ ସରକାରଙ୍କୁ ପୁରସ୍କାର ପାଇଁ ଧନ୍ୟବାଦ ଜଣାଇଛନ୍ତି । ୩ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଥିଲା ବିଏମସି ଟିମ ।

ଭୁବନେଶ୍ବର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.