ETV Bharat / state

Irasis Acharya Released: ଜେଲରୁ ମୁକୁଳିଲେ ବିଜେପି ଯୁବମୋର୍ଚ୍ଚା ସଭାପତି, ଲଢେଇ ତୀବ୍ର ହେବ କହିଲେ ଇରାଶିଷ - ଜେଲରୁ ମୁକୁଳିଲେ ବିଜେପି ଯୁବମୋର୍ଚ୍ଚା ସଭାପତି

୫୫ ଦିନ ପରେ ଜେଲରୁ ମୁକୁଳିଲେ ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ । ଅଧିକ ପଢନ୍ତୁ

Irasis Acharya Released
Irasis Acharya Released
author img

By

Published : Apr 23, 2023, 10:20 AM IST

Irasis Acharya Released

ଭୁବନେଶ୍ବର: ପ୍ରାୟ ଦୁଇ ମାସ ପରେ ଜେଲରୁ ମୁକୁଳିଲେ ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ । ଶନିବାର ଇରାଶିଷଙ୍କ ସମେତ ଯୁବମୋର୍ଚ୍ଚାର ୨୨ ଜଣ ସମର୍ଥକ ଭୁବନେଶ୍ବର ଝାରପଡା ଜେଲରୁ ବାହାରିଛନ୍ତି । ଯୁବ ମୋର୍ଚ୍ଚାର ନେତାମାନେ ଜେଲରୁ ମୁକୁଳିବା ପରେ ବିରାଟ ଶୋଭାଯାତ୍ରା କରି ପ୍ରଥମେ ରାମ ମନ୍ଦିର ଯାଇଥିଲେ । ସେଠାରୁ ଶୋଭାଯାତ୍ରାରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ପାର୍ଟି ଅଫିସରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ପୂର୍ବତନ ସଭାପତି ସମୀର ମହାନ୍ତି ଯୁବ ନେତାମାନଙ୍କୁ ମିଠା ଖୁଆଇ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ଏହି ଅବସରରେ ଯୁବମୋର୍ଚ୍ଚା ସଭାପତି ଇରାଶିଷ କହିଛନ୍ତି, '' ଗଣତନ୍ତ୍ରରେ ମତବ୍ୟକ୍ତ କରିବାର ଏବଂ ଅନ୍ୟାୟକୁ ପ୍ରତିବାଦ କରିବାର ଅଧିକାର ସମସ୍ତଙ୍କର ଅଛି । ବିଜେଡି ବିରୋଧିଙ୍କ ସ୍ବର ଚାପିବାକୁ ଉଦ୍ୟମ କରୁଛି । ଷଡଯନ୍ତ୍ର କରି ମିଥ୍ୟା ମାମଲାରେ ଆମକୁ ଗିରଫ କରାଯାଇଛି । ବିଜେଡି ସରକାର ବିରୋଧରେ ଲଢେଇ ଆରମ୍ଭ ହୋଇଛି । ଏହି ଲଢେଇ ଜାରି ରହିବ । ଯୁବମୋର୍ଚ୍ଚାର ଆନ୍ଦୋଳନ ଆଗାମୀ ଦିନରେ ଆହୁରି ତୀବ୍ରତର ହେବ ।'' ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ, ଏ ଜେଲର ଯାତ୍ରା ବିଜେଡିର ବିଦାୟ ଯାତ୍ରା । ବିଜେଡିର ଅଧ୍ୟାୟ ଶେଷ ହୋଇଯିବ ।

ଏହାମଧ୍ୟ ପଢନ୍ତୁ: ପୋଲିସ-ବିଜେପି ଯୁବମୋର୍ଚ୍ଚା ଖଣ୍ଡଯୁଦ୍ଧ: ଇରାଶିଷ ଆଚାର୍ଯ୍ୟଙ୍କ ସହ ୨୨କର୍ମୀ ଗିରଫ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି ଏବଂ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରତିବାଦରେ ଗତ ଫେବୃୟାରୀ ୨୮ରେ ଲୋୟର ପିଏମଜିଠାରେ ବିଜେପି ଯୁବମୋର୍ଚ୍ଚା ବିକ୍ଷୋଭ ପ୍ରଦର୍ଶନ କରିଥିଲା । ଏହି ସମୟରେ ଯୁବମୋର୍ଚ୍ଚା କର୍ମୀ ଓ ପୋଲିସ ଭିତରେ ଧସ୍ତାଧସ୍ତି ହୋଇଥିଲା । ଏହି ଘଟଣାରେ ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ସମେତ ୨୨ ଜଣ ସମର୍ଥକଙ୍କୁ ଗିରଫ କରିଥିଲା ପୋଲିସ । ଦୀର୍ଘ ୫୫ ଦିନ ଧରି ଜେଲରେ ରହିବା ପରେ ଶନିବାର ଦିନ ସମସ୍ତେ ଝାରପଡା ଜେଲରୁ ବାହାରକୁ ବାହାରିଛନ୍ତି । ଜେଲରୁ ବାହାରିବା ପରେ ଶାସକ ବିଜୁ ଜନତା ଦଳ ଉପରେ ବର୍ଷିଛନ୍ତି ଇରାଶିଷ ଆଚାର୍ଯ୍ୟ ।

ଏହାମଧ୍ୟ ପଢନ୍ତୁ: ବିଜେଡିର ଅଭିଯୋଗ, ସମ୍ବଲପୁରରେ ଶାନ୍ତିଭଙ୍ଗ ପାଇଁ ଉଦ୍ୟମ କରୁଛି ବିଜେପି

ଏହାମଧ୍ୟ ପଢନ୍ତୁ: ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା: ମୃତଦେହ ଘୋଷାଡି ନେଲା ପୋଲିସ, କାଳିଆଗଞ୍ଜରେ ବ୍ୟାପକ ହିଂସା

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.