ETV Bharat / state

Naba Das Murder: ରାଜ୍ୟର ଆଇନ ଶୃଙ୍ଖଳା ବିରୋଧରେ ବିଜେପିର ଆନ୍ଦୋଳନ ଡାକରା

author img

By

Published : Feb 11, 2023, 4:48 PM IST

ମନ୍ତ୍ରୀ ନବ ଦାସଙ୍କୁ ହତ୍ୟାକାଣ୍ଡକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି । ରାଜ୍ୟର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି । ଏହାକୁ ସଜାଡ଼ିବାକୁ ଆସନ୍ତା କିଛି ଦିନରେ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ଅଧିକ ପଢନ୍ତୁ

Naba Das Murder
Naba Das Murder
Naba Das Murder: ରାଜ୍ୟର ଆଇନ ଶୃଙ୍ଖଳା ବିରୋଧରେ ବିଜେପିର ଆନ୍ଦୋଳନ ଡାକରା

ଭୁବନେଶ୍ବର: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣାରେ ତେଜୁଛି ବିବାଦ । ବିଜେପି ରାଜ୍ୟ ସରକାରଙ୍କ ଆଇନ ଶୃଙ୍ଗଳା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି । ରାଜ୍ୟରେ ଖୋଦ ସରକାରଙ୍କ ମନ୍ତ୍ରୀ ବି ସୁରକ୍ଷିତ ନାହାନ୍ତି । ରାଜ୍ୟ ସରକାରଙ୍କ ଗୃହ ବିଭାଗର ଜଣେ କର୍ମୀ ଆସି ମନ୍ତ୍ରୀଙ୍କ ହତ୍ୟା କରୁଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ଏହାକୁ ସୁଧାରିବା ଲାଗି ବିଜେପି ରାଜରାସ୍ତାକୁ ଓହ୍ଲାଇବ । ଯେଉଁ ସରକାର ନିଜ ମନ୍ତ୍ରୀଙ୍କୁ ସୁରକ୍ଷା ଦେଇପାରୁନାହାନ୍ତି, ସେମିତି ସରକାର ଓଡ଼ିଶାବାସୀଙ୍କୁ ଆବଶ୍ୟକ ନାହିଁ । ଏହି ଦାବିରେ ଖୁବଶୀଘ୍ର ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ।

ଏ ନେଇ ପୃଥ୍ବୀରାଜ କହିଛନ୍ତି, "ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣା ରାଜ୍ୟରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ଓଡି଼ଶାରେ ଆଇନଶୃଙ୍ଖଳା ଏତେ ବିପର୍ଯ୍ୟସ୍ତ ହୋଇଛି ଯେ ଜଣେ ମନ୍ତ୍ରୀ ବି ସୁରକ୍ଷିତ ନୁହନ୍ତି । ଜଣେ ମନ୍ତ୍ରୀଙ୍କୁ ଗୃହ ବିଭାଗର ଜଣେ କର୍ମଚାରୀ ହତ୍ୟା କରୁଛନ୍ତି । ବିଗତ କିଛି ଦିନ ଧରି ରାଜ୍ୟରେ ଯେଉଁ ଘଟଣା ସବୁ ସାମ୍ନାକୁ ଆସୁଛି, ରାଜ୍ୟରେ ଶାସନ ବ୍ୟବସ୍ଥା ତଥା ଆଇନ ଶୃଙ୍ଖଳା ପରିସ୍ଥିତି ଠିକ ନାହିଁ ତାହା ବାରି ହୋଇପଡୁଛି । ଶାସନ ଗାଦିରେ ଯିଏ ଅଛନ୍ତି, ସେ ତାର ନୈତିକ ଦାୟିତ୍ବ ନେବାର ଆବଶ୍ୟକତା ଅଛି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସଜାଡ଼ିବା ପାଇଁ ଭାରତୀୟ ଜନତା ପାର୍ଟି ଯୋଜନା ଆରମ୍ଭ କରିଛି । ସେଥିପାଇଁ ଆନ୍ଦୋଳନକୁ ବ୍ୟାପକ କରିବା ସହ ଜନସଚେତନତା କରିବ ବିଜେପି ।"

ଏହା ବି ପଢନ୍ତୁ-ନବ ଦାସ ହତ୍ୟାକାଣ୍ଡ: ସରକାରଙ୍କ ମୁଣ୍ଡରୁ ଦୋଷ ତୁଟାଇ ଦେବାକୁ ପ୍ରୟାସ ହେଉଛି କହିଲେ ଜୟଦେବ

ଏହା ସହିତ ଆସନ୍ତା କିଛି ଦିନ ମଧ୍ୟରେ ବିଜେପି ବଡ଼ ଧରଣର ଆନ୍ଦୋଳନ କରିପାରେ ବୋଲି କହିଛନ୍ତି ପୃଥ୍ବୀରାଜ । ସେ ଆହୁରି କହିଛନ୍ତି, "ରାଜ୍ୟର ଅକର୍ମା ସରକାର ଯିଏକି ଆଇନ ଶୃଙ୍ଖଳା ପରିସ୍ଥିତିକୁ ବି ସମ୍ଭାଳିପାରିବାର କ୍ଷମତା ନାହିଁ । ସେଭଳି ସରକାର ଆମର ଦରକାର ନାହିଁ, ଏହି କଥାକୁ ନେଇ ଲୋକଙ୍କ ପାଖକୁ ଯିବ ବିଜେପି । ଆନ୍ଦୋଳନ ନେଇ ଖୁବଶୀଘ୍ର ଘୋଷଣା ହେବ ।" ସୂଚନା ଥାଉ କି ଗତ ଜାନୁଆରୀ ୨୯ ତାରିଖରେ ମନ୍ତ୍ରୀ ନବ ଦାସ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ତାଙ୍କୁ ନବରଙ୍ଗପୁର ଗାନ୍ଧୀଛକଠାରେ ଗୁଳିମାଡ଼ ହୋଇଥିଲା । ବ୍ରଜରାଜନଗର ଗାନ୍ଧି ଛକ ଫାଣ୍ଡି ଅଧିକାରୀ ଗୋପାଳ ଦାସ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ ।

ଏହି ଘଟଣାରେ ମନ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ସାରା ରାଜ୍ୟରେ ଏନେଇ ଚହଳ ପଡ଼ିଥିଲା । ଗୃହ ବିଭାଗର କର୍ମୀ କିପରି ମନ୍ତ୍ରୀଙ୍କୁ ହତ୍ୟା କଲେ ସେ ନେଇ ବଡ଼ ପ୍ରଶ୍ନ ଉଠିଥିବା ବେଳେ ଏହା ପଛରେ କୌଣସି ବଡ଼ ବଡ଼ିଆ ଷଡ଼ଯନ୍ତ୍ର ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ବିରୋଧୀମାନେ ଶାସକ ଦଳର କିଛି ବଡ଼ ବଡ଼ିଆଙ୍କୁ ମଧ୍ୟ ହତ୍ୟାକାଣ୍ଡ ପାଇଁ ଟାର୍ଗେଟ କରିଛନ୍ତି । ଏହି ଘଟଣାରେ ବିଜେଡି-ବିଜେପି ମଧ୍ୟରେ କାଦୁଅଫିଙ୍ଗା ରାଜନୀତି ମଧ୍ୟ ଦେଖିବାକୁ ମିଳିଛି । ମନ୍ତ୍ରୀଙ୍କ ହତ୍ୟା ଲାଗି ଉଭୟ ଦଳ ପରସ୍ପରକୁ ଦାୟୀ କରିଛନ୍ତି । ସେପଟେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରୁଛି । ହତ୍ୟାକାରୀ ଗୋପାଳ ଦାସକୁ ନାର୍କୋ ଟେଷ୍ଟ ଲାଗି ଗୁଜୁରାଟ ମଧ୍ୟ ନିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.