ETV Bharat / state

Odisha Budget: କପି ପେଷ୍ଟ ବଜେଟ୍ କହି ଘେରିଲା ବିଜେପି

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ପ୍ରେସମିଟରେ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି, ‘‘ବସ୍ତାନି ବଡ ପାଠ କମ। ପୁରା ବଜେଟ କପି ପେଷ୍ଟ । ରାଜ୍ୟ ସରକାର ବଜେଟରେ ରାଜ୍ୟବାସୀଙ୍କୁ ସୁନେଲି ସ୍ୱପ୍ନ ଦେଖାଇଛନ୍ତି। ବଜେଟରେ କିଛି ନାହିଁ ।" ଅଧିକ ପଢନ୍ତୁ

author img

By

Published : Feb 25, 2023, 9:44 PM IST

Odisha Budget: କପି ପେଷ୍ଟ ବଜେଟ କହି ଘେରିଲା ବିଜେପି

ଭୁବନେଶ୍ବର: ବସ୍ତାନି ବଡ ପାଠ କମ । ପୁରା ବଜେଟ କପି ପେଷ୍ଟ । ରାଜ୍ୟ ସରକାର ବଜେଟରେ ରାଜ୍ୟବାସୀଙ୍କୁ ସୁନେଲି ସ୍ୱପ୍ନ ଦେଖାଇଛନ୍ତି। ବଜେଟରେ କିଛି ନାହିଁ । ଆଜି ଏଭଳି ଢଙ୍ଗରେ ଗତକାଲି ଆଗତ ହୋଇଥିବା ବଜେଟକୁ ସମାଲୋଚନା କରିଛି ରାଜ୍ୟ ବିଜେପି ।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ପ୍ରେସମିଟରେ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି, ‘‘ବସ୍ତାନି ବଡ ପାଠ କମ। ପୁରା ବଜେଟ କପି ପେଷ୍ଟ । ରାଜ୍ୟ ସରକାର ବଜେଟରେ ରାଜ୍ୟବାସୀଙ୍କୁ ସୁନେଲି ସ୍ୱପ୍ନ ଦେଖାଇଛନ୍ତି। ବଜେଟରେ କିଛି ନାହିଁ । ’’ ଏହେଉଛି ରାଜ୍ୟ ସରକାରଙ୍କ ବଜେଟ। ରାଜ୍ୟ ସରକାର ଦରମା ପେନସନ ବାବଦକୁ ଖର୍ଚ୍ଚ କରୁଛନ୍ତି 94 ହଜାର କୋଟି, ସରକାରଙ୍କର ନିଜସ୍ୱ ରୋଜଗାର 1 ଲକ୍ଷ 5 ହଜାର କୋଟି । ଦରମା ଓ ପେନସନ ଦେଇସାରିବା ପରେ ସରକାରଙ୍କ ହାତ ଖାଲି। କିଭଳି ଭାବେ ସରକାର ବାକି ବଜେଟ କୁ ପୂରଣ କରିବେ ତାହା ଆଶ୍ଚର୍ଯ୍ୟ ଘଟଣା ।

ସେହିଭଳି ସରକାର ଋଣ କରୁଛନ୍ତି 45 ହଜାର 5 ସହ କୋଟି ଏବଂ ଭାରତ ସରକାରଙ୍କ କେନ୍ଦ୍ରୀୟ ଅନୁଦାନ 79 ହଜାର କୋଟି। ରାଜ୍ୟ ସରକାରଙ୍କ ବଜେଟ କେବଳ କେନ୍ଦ୍ରୀୟ ଅନୁଦାନ ଦେଇଥିବା ରାଶିରେ ଖର୍ଚ୍ଚ ହେବ ବୋଲି ଗୋଲୋକ କହିଛନ୍ତି। କେନ୍ଦ୍ର ସରକାରଙ୍କ ଅଂଶଧନ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ରାଜ୍ୟ ବଜେଟ । ତିନି ବର୍ଷ ହେବ ବଜେଟର ଅର୍ଥ ଖର୍ଚ୍ଚ କରିପାରିନାହାନ୍ତି ରାଜ୍ୟ ସରକାର । ଟଙ୍କା ବଢିବାର କାରଣ କେନ୍ଦ୍ରର ଖଣି ପଲିସି ପାଇଁ ବୋଲି ଗୋଲକ କହିଛନ୍ତି ।

ସେହିପରି କୃଷି ବଜେଟ ଦେଖିବାକୁ ଗଲେ ବାସ୍ତବରେ ଅର୍ଥ ଖର୍ଚ୍ଚ ହୋଇପାରୁନାହିଁ । ମିଛ କହୁଛନ୍ତି ସରକାର। ରାଜ୍ୟ ବଜେଟରେ କେନ୍ଦ୍ରୀୟ ବଜେଟର ଛାପ ରହିଛି କାରଣ ଯେଉଁ ନୂଆ ଯୋଜନା ଆଣିଛନ୍ତି ରାଜ୍ୟ ସରକାର ବଜେଟରେ ତାହା କେନ୍ଦ୍ର ସରକାରଙ୍କ ଯୋଜନାର ହଡ଼ପ । ସମ୍ପୂର୍ଣ୍ଣ କପି ପେଷ୍ଟ ହୋଇଛି । ଶୀତଳ ଭଣ୍ଡାର ପାଇଁ କୌଣସି ବ୍ୟବସ୍ଥା ନାହିଁ । ଓଡ଼ିଆ ବିଶ୍ଵ ବିଦ୍ୟାଳୟ ପାଇଁ 20 କୋଟି ସମୁଦ୍ରକୁ ଶଙ୍ଖେ । ଓଡିଶା ବାସୀଙ୍କୁ ମୌଳିକ ସେବା ଯୋଗାଇବାରେ ସରକାର ବିଫଳ ହୋଇଛନ୍ତି। ସେପଟେ ଲୋକଙ୍କ ପାଖକୁ ଯାଇ ବଜେଟ ବାବଦରେ ବୁଝାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବିଧାୟକ ମାନଙ୍କୁ। ବିଭିନ୍ନ ବ୍ଲକରେ ସମ୍ମିଳନୀ କରାଯାଇ ଲୋକଙ୍କୁ ବଜେଟ ବାବଦରେ ଅବଗତ କରାଯିବ । ଏହାକୁ ନେଇ ପ୍ରତିକ୍ରିୟାରେ ବିଜେପି କହିଛି, ଏହି ବଜେଟରେ କିଛି ନାହିଁ କେବଳ ନାଟକ କରିବା ପାଇଁ ଲୋକଙ୍କ ପାଖକୁ ଯିବେ ବିଜେଡି ନେତା ମନ୍ତ୍ରୀ । ନିର୍ବାଚନକୁ ଆଖିଆଗରେ ରଖି ସବୁ ନାଟକ କରୁଛି ବିଜେଡି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.