ETV Bharat / state

ରାଷ୍ଟ୍ରପତିଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ପ୍ରସଙ୍ଗ, କ୍ୟାପିଟାଲ ଥାନାରେ ଏତଲା

author img

By

Published : Nov 12, 2022, 6:17 PM IST

Updated : Nov 12, 2022, 8:13 PM IST

ରାଷ୍ଟ୍ରପତିଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ପ୍ରସଙ୍ଗ । ରାଷ୍ଟ୍ରପତିଙ୍କୁ ନେଇ ଟିଏମସି ନେତା ତଥା ପଶ୍ଚିମବଙ୍ଗ ମନ୍ତ୍ରୀ ଅଖିଳ ଗିରି (TMC leader Akhil Giri )ଙ୍କ ଅଶାଳୀନ ମନ୍ତବ୍ୟ ପ୍ରସଙ୍ଗ । କ୍ୟାପିଟାଲ ଥାନାରେ ଏତଲା ଦେଲା ଭୁବନେଶ୍ବର ଜିଲ୍ଲା ବିଜେପି ଏସଟି ମୋର୍ଚ୍ଚା । ଅଧିକ ପଢନ୍ତୁ

ରାଷ୍ଟ୍ରପତିଙ୍କ ବିରୁଦ୍ଧରେ ଅପମାନସୂଚକ ମନ୍ତବ୍ୟ ପ୍ରସଙ୍ଗ, କ୍ୟାପିଟାଲ ଥାନାରେ ଏତଲା

ଭୁବନେଶ୍ବର: ରାଷ୍ଟ୍ରପତିଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ପ୍ରସଙ୍ଗ । ରାଷ୍ଟ୍ରପତିଙ୍କୁ ନେଇ ଟିଏମସି ନେତା ତଥା ପଶ୍ଚିମବଙ୍ଗ ମନ୍ତ୍ରୀ ଅଖିଳ ଗିରି (TMC leader Akhil Giri )ଙ୍କ ମନ୍ତବ୍ୟ ପ୍ରସଙ୍ଗ (Coomment against President Droupadi Murmu) । ଟିଏମସି ନେତାଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ଏତଲା ଦେଲା ବିଜେପି ଜିଲ୍ଲା ଏସଟି ମହିଳା ମୋର୍ଚ୍ଚା । ଅଖିଳ ଗିରିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛି ଏସଟି ମୋର୍ଚ୍ଚା । ପାରମ୍ପରିକ ସାନ୍ତାଳୀ ବେଶଭୂଷାରେ ଆସି ଆଦିବାସୀ ମହିଳା ମାନେ ଥାନାରେ ଏତଲା ଦାଏର କରିଛନ୍ତି ।

ରାଷ୍ଟ୍ରପତିଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ପ୍ରସଙ୍ଗ, କ୍ୟାପିଟାଲ ଥାନାରେ ଏତଲା

ଏ ନେଇ ଭୁବନେଶ୍ବର ଜିଲ୍ଲା ବିଜେପି ଏସଟି ମୋର୍ଚ୍ଚାର ପ୍ରଭାରୀ ମାଳତୀ ହେମ୍ବ୍ରମ କହିଛନ୍ତି, " ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ପଦବୀରେ ବସିଥିବା ବେଳେ ଟିଏମସି ନେତାଙ୍କ ତାଙ୍କ ବିରୋଧରେ ଏଭଳି ମନ୍ତବ୍ୟ ନିନ୍ଦନୀୟ । ସେ ଆଦିବାସୀଙ୍କ ବିରୋଧରେ ଏଭଳି ମନ୍ତବ୍ୟ ଦେବା ଆଦୌ ଠିକ ନୁହେଁ । ଆମେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି କ୍ୟାପିଟାଲ ଥାନାରେ ଏତଲା ଦେଇଛୁ । ତାଙ୍କୁ ତୁରନ୍ତ ଆଇନ ଅନୁସାରେ ଦଣ୍ଡିତ କରାଯାଉ ।"

ଏହା ବି ପଢନ୍ତୁ- ରାଷ୍ଟ୍ରପତିଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ, ମମତାଙ୍କ ମନ୍ତ୍ରୀଙ୍କୁ ଗିରଫ ଦାବିକଲା କଂଗ୍ରେସ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କ୍ୟାବିନେଟ ମନ୍ତ୍ରୀ ଅଖିଳ ଗିରି(TMC Minister Akhil Giri) ରାଷ୍ଟ୍ରପତି ମୁର୍ମୁଙ୍କ ଚେହେରାକୁ ନେଇ କଟାକ୍ଷ କରିଛନ୍ତି । ନନ୍ଦିଗ୍ରାମ ଠାରେ ଏକ ଜନସଭାକୁ ସମ୍ବୋଧିତ କରି ମନ୍ତ୍ରୀ କହିଛନ୍ତି, ''ଆମେ ରୂପକୁ ଦେଖି କାହାକୁ ବିଚାର କରିନଥାଉ । ଆମେ ରାଷ୍ଟ୍ରପତିଙ୍କ ପଦବୀକୁ ସମ୍ମାନ କରୁ । ହେଲେ ଆପଣଙ୍କ ରାଷ୍ଟ୍ରପତି କେମିତି ଦେଖାଯାଆନ୍ତି ?(how does your President look?)'' କହି ମହାମହିମଙ୍କୁ କଟାକ୍ଷ କରିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହା ବି ପଢନ୍ତୁ- ରାଷ୍ଟ୍ରପତିଙ୍କୁ ନେଇ ଅଶାଳୀନ ମନ୍ତବ୍ୟ ମାମଲା: ନିନ୍ଦା କଲା TMC, ଦେଶବ୍ୟାପୀ କାର୍ଯ୍ୟାନୁଷ୍ଠାନ ଦାବି

ରାଷ୍ଟ୍ରପତିଙ୍କ ବିରୋଧରେ ଏଭଳି ମନ୍ତବ୍ୟକୁ ନେଇ ଦେଶବ୍ୟାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେପଟେ ଏଭଳି ମନ୍ତବ୍ୟ ଦେଇଥିବା ଟିଏମସି ନେତା ଏଥିଲାଗି କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି । ସେପଟେ ବିଳମ୍ବର ହେଉ ପଛେ ଏପରି ମନ୍ତବ୍ୟକୁ ନିନ୍ଦା କରିଛି ତୃଣମୂଳ କଂଗ୍ରେସ (TMC) । ଦଳ ଟ୍ବିଟ କରି ଏପରି ଅଶୋଭନୀୟ ମନ୍ତବ୍ୟକୁ ନିନ୍ଦା କରିବା ସହ ଏହା କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ ବୋଲି କହିଛି । ଟ୍ବିଟରେ ଦଳ କହିଛି ବର୍ତ୍ତମାନ ନାରୀ ସଶକ୍ତିକରଣର ଯୁଗରେ ଏପରି ଅଶୋଭନୀୟ ଟିପ୍ପଣୀ ଆଦୌ ଗ୍ରହଣୀୟ ନୁହେଁ । ବିଜେପି ଟିଏମସି ନେତାଙ୍କ ଏଭଳି ମନ୍ତବ୍ୟକୁ କଡ଼ା ନିନ୍ଦା କରିଛି । ବିବାଦୀୟ ମନ୍ତ୍ରୀଙ୍କୁ ବରଖାସ୍ତ କରି ତାଙ୍କ ବିରୋଧରେ ଆଇନଗତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛି ରାଜ୍ୟ ବିଜେପି । ସେହିପରି କଂଗ୍ରେସ ବିଧାୟକ ସୁର ରାଉତରାୟ ମଧ୍ୟ ଏହାକୁ ନିନ୍ଦା କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 12, 2022, 8:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.