ଭୁବନେଶ୍ବର: ଘରୋଇ ବସ ମାଲିକ ସଂଘ ବିବାଦ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି । ବିବାଦର ସମାଧାନ ପାଇଁ ଆଜି ବୈଠକ ବସିଥିବାବେଳେ ଏଥିରେ ନିଷ୍କର୍ଷ ବାହାରିଲା ନାହିଁ । ବୈଠକ ସରିବା ପରେ ପରିବହନ ମନ୍ତ୍ରୀ କହିଛନ୍ତି, "ସଂଘ ସହ ଆଲୋଚନା ସଫଳ ହୋଇଛି। ୩୧ ତାରିଖ ଭିତରେ ଲିଖିତ ଦାବି ଦେବ ସଂଘ । ଏହାକୁ ନେଇ ପ୍ରତିକ୍ରିୟାରେ ବିଜେପି କହିଛି, "ରାଜ୍ୟ ସରକାରଙ୍କ ପାଖରେ ବାଟ ନାହିଁ। ରାଜ୍ୟ ସରକାର ଝୁଲାଇ ରଖିବେ। ତା'ପରେ ଘରୋଇ ବସ ମାଲିକ ସଂଘକୁ ଭାଗ ଭାଗ କରି ଭାଙ୍ଗିବେ। ଯାହା ଆରମ୍ଭ କରି ଦେଇଛନ୍ତି। ରାଜ୍ୟ ସରକାରଙ୍କ ପାଖରେ ପ୍ଲାନିଂ ନାହିଁ। ଘରୋଇ ବସ ମାଲିକ ସଂଘର ଯେଉଁ ଦାବି ରହିଛି ତା'ର ସ୍ଥାୟୀ ସମାଧାନ କରନ୍ତୁ ରାଜ୍ୟ ସରକାର।"
ଏନେଇ ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି, "ଗତ ୨୩ ବର୍ଷ ଭିତରେ ଲୋକଙ୍କୁ ଗମନାଗମନର ସୁବିଧା ଯୋଗାଇ ଦେଇପାରିଲେ ନାହିଁ। ବିଜୁ 'ଗାଁ ଗାଡି ଯୋଜନା' ବିଫଳ ହେଲା। ଯାହାକୁ ରାଜ୍ୟବାସୀ ଭଲ ଭାବେ ବୁଝିଛନ୍ତି। ରାଜ୍ୟରେ ଘରୋଇ ବସ୍ ଉପରେ ଗମନାଗମନର ସୁବିଧା ନିର୍ଭର କରେ । ତାଙ୍କୁ ଅଣ ଦେଖା କରିବା କେତେଦୂର ଠିକ୍ ? ରାଜ୍ୟ ସରକାର ସଂଘକୁ ଭାଗ କରିବେ।"
"ଓଡ଼ିଶାରେ ଆଜି ପର୍ଯ୍ୟନ୍ତ ଲୋକଙ୍କୁ ଗମନା ଗମନ ସୁବିଧା ପ୍ରାଇଭେଟ୍ ବସମାନେ ହିଁ ଯୋଗାଇ ଆସିଛନ୍ତି। ବିଭିନ୍ନ ଅପହଞ୍ଚ ଇଲାକାକୁ ସରକାରୀ ବସ ନାହିଁ। କିନ୍ତୁ ପ୍ରାଇଭେଟ ବସ ଥିବ। ସରକାର 'ବିଜୁ ଗାଁ ଗାଡି' ଯୋଜନା କରିଥିଲେ। ଯେଉଁଥିରେ କହିଥିଲେ ଅପହଞ୍ଚ ଗାଁକୁ ଚଲେଇବୁ। ୨୦୧୪ରେ ଆରମ୍ଭ ହୋଇଥିବା ଏହି ଯୋଜନା ୨୦୨୦ରେ ପୁରା ପୁରି ବନ୍ଦ ହୋଇଯାଇଥିଲା। ଏଭଳି ସମୟରେ ଯେତେବଳେ 'ଲକ୍ଷ୍ମୀ ଯୋଜନା' କରିଛନ୍ତି। ଆମେ ସରକାରଙ୍କୁ ଅନୁରୋଧ କରିବୁ ଏ ଯୋଜନା କେବଳ ନିର୍ବାଚନ ଜିତିବା ପାଇଁ ନ କରନ୍ତୁ" ଏମିତି କିଛି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି ।
ଏହା ବି ପଢନ୍ତୁ...Odisha Bus Strike: ସଂଘ କହିଲା ଧର୍ମଘଟ ପ୍ରତ୍ୟାହୃତ ହୋଇନି, ମନ୍ତ୍ରୀ କହିଲେ ଆଉ ହେବନି ଆନ୍ଦୋଳନ
ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ 'ଲକ୍ଷ୍ମୀ ବସ'କୁ ନେଇ ଘରୋଇ ବସ ମାଲିକ ସଂଘ ବନ୍ଦ ପାଳନ କରିଥିଲେ । ଦୁର୍ଗାପୂଜା ସମୟରେ ଘରକୁ ଯିବାକୁ ଲୋକେ ହଇରାଣ ହୋଇଥିଲେ । ରାଜ୍ୟ ସରକାର ଏବଂ ପରିବହନ ମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିଲା । ତେବେ ରାଜ୍ୟ ସରକାରଙ୍କଠାରୁ ପ୍ରତିଶ୍ରୁତି ପାଇବା ପରେ ଧର୍ମଘଟକୁ ସ୍ଥଗିତ ରଖାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର