ETV Bharat / state

ବିଜେଡି କାର୍ଯ୍ୟକାରିଣୀରେ ପୁରୁଣା ଟେପ୍ ବଜାଗଲା: ବିଜେପି - bjp slams state govt

BJP targets BJD: ବିଜେଡି କାର୍ଯ୍ୟକାରିଣୀ ପରେ ବିଜେପିର ପ୍ରେସମିଟ୍ । କେନ୍ଦ୍ର ସରକାରଙ୍କ ଯୋଜନାକୁ ନିଜ ନାଁରେ ପ୍ରଚାର କରି ରାଜ୍ୟ ସରକାର ନିର୍ବାଚନୀ ଗୋଟି ଚାଳନା କରୁଥିବା କହି ବର୍ଷିଛି ବିଜେପି । ଅଧିକ ପଢନ୍ତୁ

bjp slams bjd
ବିଜେଡିକୁ ବିଜେପିର ଟାର୍ଗେଟ୍
author img

By ETV Bharat Odisha Team

Published : Dec 16, 2023, 8:00 PM IST

ବିଜେଡିକୁ ବିଜେପିର ଟାର୍ଗେଟ୍

ଭୁବନେଶ୍ବର: ବିଜେଡି କାର୍ଯ୍ୟକାରିଣୀ ପରେ ବିଜେପିର ପ୍ରେସମିଟ୍ । ବିଜେପି ମୁଖପାତ୍ର ମନୋଜ ମହାପାତ୍ର ସାମ୍ବାଦିକ ସମ୍ମିଳନୀ କରି ବିଜେଡିକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି,"ବିଜେଡିର କାର୍ଯ୍ୟକାରିଣୀରେ କେନ୍ଦ୍ର ଅବହେଳା କଥା ଉଠିଥିଲା । ଏହାକୁ ନେଇ ବିଜେପି କହିଛି, "ଦୀର୍ଘ ବର୍ଷ ପରେ ମୁଖ୍ୟମନ୍ତ୍ରୀ ପୁଣି କେନ୍ଦ୍ର ଅବହେଳା କଥାକୁ ଦୋହରାଇଛନ୍ତି । ହେଲେ କେନ୍ଦ୍ର ସରକାରଙ୍କ ଯୋଜନାକୁ ନିଜ ନାଁ ଦେଇ ପ୍ରଚାର କିପରି କରୁଛନ୍ତି ? ବିଜେଡିର କାର୍ଯ୍ୟକାରିଣୀରେ ରାଜନୈତିକ ଖସଡ଼ାରେ ରାଜ୍ୟବାସୀଙ୍କ ପାଇଁ କିଛି ଘୋଷଣା କରିବେ ବୋଲି ଓଡିଶାବାସୀଙ୍କର ଆଶା ଥିଲା । କିନ୍ତୁ ସେଭଳି କିଛି ଘୋଷଣା ନକରି ପୁରୁଣା ଟେପ୍ ବଜେଇଲେ ।"

ସେ ଆହୁରି ମଧ୍ୟ କହିଛନ୍ତି, "୯ ବର୍ଷ ପରେ କହିଲେ କେନ୍ଦ୍ର ବିରୋଧରେ ଲଢ଼ିବେ। ମହିଳାଙ୍କଠାରୁ ଆରମ୍ଭ କରି ଯୁବକମାନେ ୨୪ ବର୍ଷ ହେଲା ଅବହେଳିତ। ଗରିବୀରେ ଆଗରେ। ଚୁକ୍ତି ଭିତ୍ତିକ ନିଯୁକ୍ତି ଦେଇ ଯୁବକଙ୍କୁ ପ୍ରତାରଣା କରିଛନ୍ତି। ଦାଦନ ଖଟିବାକୁ ସୁରଟ ଯାଉଛନ୍ତି ଏପଟେ ମଦରେ ଭାସୁଛି ରାଜ୍ୟ। ଚାଷୀ ମଣ୍ଡିରେ ସଠିକ୍ ମୂଲ୍ୟ ପାଉନି । ସବୁବେଳେ ବିକାଶ ଧାରାରେ କେନ୍ଦ୍ରର ଅବଦାନ ରହିଛି। ନିର୍ବାଚନ ଆସିବାରୁ ପୋଲାଭରମ, ମହାନଦୀ ପ୍ରସଙ୍ଗ ଉଠାଉଛନ୍ତି।"

"ରାଜ୍ୟରେ ମହିଳା ଦୁଷ୍କର୍ମ ବଢ଼ିଛି। ଅପରାଧିକ କାର୍ଯ୍ୟକଳାପ ବଢ଼ିଛି। ରାଜ୍ଯରେ ଚିନି, ଝୋଟ, ସୂତା କଳ ବନ୍ଦ। କିନ୍ତୁ ମଦ ଶିଳ୍ପ ବଢ଼ି ବଢ଼ି ଚାଲିଛି। ନିକଟରେ ମଦରୁ ଆସିଥିବା କଳା ଧନ ଉପରେ ଆଇଟି ରେଡ୍ ଚାଲିଛି। ପଲିସି ଡିସିସନ୍ ପାଇଁ ରେଭିନ୍ୟୁ ଦେବାର ଆବଶ୍ୟକତା ଥିଲା ବୋଲି କାଲି ଧିରଜ୍ ସାହୁ କହିଛନ୍ତି। ନବୀନ ବାବୁ ସ୍ପଷ୍ଟ କରନ୍ତୁ ସେ ଅର୍ଥ କେଉଁ ପଲିସି ଡିସିସନ୍ ରେଭିନ୍ୟୁ ଦେବାକୁ ଗଚ୍ଛିତ ଥିଲା। ସେ ଟଙ୍କା ବିଜେଡି ନିର୍ବାଚନରେ ଲଗାଇବାକୁ ରଖିଥିଲା କି?" ବୋଲି ପ୍ରଶ୍ନ କରିଛନ୍ତି ମନୋଜ ମହାପାତ୍ର ।

ଏହା ମଧ୍ୟ ପଢନ୍ତୁ...ବିଜେଡିର ଫେରିଲା 'କେନ୍ଦ୍ର ଅବହେଳା' ଅସ୍ତ୍ର, ସମାଲୋଚନା କଲା ବିଜେପି

"ସେହିପରି ମୁଖ୍ୟମନ୍ତ୍ରୀ ମାଗଣା ଚାଉଳ ଆଉ 5 ବର୍ଷ ବୃଦ୍ଧି କରିଛନ୍ତି। ସେ ଚାଉଳ କାହାର ? ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସେ ମାଗଣା ଚାଉଳ ଯେଉଁମାନେ ନେବାକୁ ଆସିବେ ସେମାନଙ୍କୁ ଯେଉଁ ବ୍ୟାଗ୍ ଦେବେ ସେଥିରେ ଆମ ଓଡ଼ିଶା ନବୀନ ଓଡିଶା ଲେଖାଯାଇଛି। କେନ୍ଦ୍ର ଚାଉଳ ଦେଲା, ହେଲେ ତାକୁ ନେଇ ରାଜନୀତି କଲା ବିଜେଡି। ତେଣୁ ଲୋକମାନେ ଜାଣିସାରିଲଣି ଯେ କେନ୍ଦ୍ର ସରକାରଙ୍କ ଯୋଜନାକୁ ବିଜେଡି ନେଇ ରାଜନୀତି କରୁଛି। ଲୋକମାନେ ଏଥର ନିଶ୍ଚିତ ଜବାବ ଦେବେ," କହି ବର୍ଷିଛି ବିଜେପି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.