ETV Bharat / state

ମନ୍ତ୍ରୀ ଓ ସଚିବଙ୍କ ବିଦେଶ ଗସ୍ତକୁ ନେଇ ବର୍ଷିଲା ବିଜେପି, କହିଲା 'ଶ୍ବେତପତ୍ର ଜାରି କରନ୍ତୁ ସରକାର'

author img

By

Published : Jul 23, 2023, 9:07 PM IST

ମନ୍ତ୍ରୀ ଓ ସଚିବଙ୍କ ବିଦେଶ ଗସ୍ତକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ପୂର୍ବରୁ ବିଦେଶୀ ପୁଞ୍ଜିନିବେଶ କେତେ ଆସିଛି ସେନେଇ ରାଜ୍ୟ ସରକାର ଶ୍ବେତପତ୍ର ଜାରି କରନ୍ତୁ ବୋଲି ଦାବି କରିଛି ବିଜେପି । ଅଧିକ ପଢନ୍ତୁ

ମନ୍ତ୍ରୀ ଓ ସଚିବଙ୍କ ବିଦେଶ ଗସ୍ତକୁ ନେଇ ବର୍ଷିଲା ବିଜେପି

ଭୁବନେଶ୍ବର: ଆଇଟି ମନ୍ତ୍ରୀ ଓ ସଚିବଙ୍କ ବିଦେଶ ଗସ୍ତକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି । "ବର୍ତ୍ତମାନ ପର୍ଯ୍ୟନ୍ତ ବାସ୍ତବିକ ସ୍ତରରେ ସିଧାସଳଖ କେତେ ଟଙ୍କାର ପୁଞ୍ଜିନିବେଶ ଆସିଛି ସେନେଇ ରାଜ୍ୟ ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ" ବୋଲି ବିଜେପି ଦାବି କରିଛି । ଆଇଟି ମନ୍ତ୍ରୀଙ୍କ ନେତୃତ୍ୱରେ କ୍ରୀଡ଼ା ସଚିବ, 5T ସଚିବ ଏବଂ ଆଇଟି ସଚିବଙ୍କୁ ନେଇ ଗଠିତ ଏକ ଟିମ୍ ବିଦେଶୀ ପୁଞ୍ଜି ଆଣିବା ପାଇଁ ଆମେରିକା ଯାଇଛନ୍ତି ।

ଏନେଇ ରାଜ୍ୟ ବିଜେପି ମୁଖପାତ୍ର ଯତୀନ ମହାନ୍ତି କହିଛନ୍ତି, "ଏହା ପୂର୍ବରୁ ଗତ 2-3 ବର୍ଷ ଭିତରେ ରାଜ୍ୟ ସରକାରଙ୍କ ତରଫରୁ ଅନେକ ଟିମ୍ ବିଦେଶ ଯାଇଛନ୍ତି । କେତେବେଳେ କୃଷି ତ କେତେବେଳେ ଶିଳ୍ପରେ ପୁଞ୍ଜି ନିବେଶ ପାଇଁ ବିଦେଶ ଗସ୍ତ କରିଛନ୍ତି । ସରକାରଙ୍କ ଟିମ୍ ଇଟାଲି, ଜାପାନ, ଇସ୍ରାଏଲ ଭଳି ଦେଶକୁ ଯାଇଥିବାର ନଜିର ରହିଛି । ତେବେ ମନ୍ତ୍ରୀ, ସଚିବଙ୍କ ବିଦେଶ ଗସ୍ତ ପାଇଁ ଗରିବ ଟିକସ ଦାତାଙ୍କର କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ ହୋଇଛି । ବିଦେଶୀ ପୁଞ୍ଜି ଆଣିବା ନାଁରେ ବିଳାସପୂର୍ଣ୍ଣ ହୋଟେଲମାନଙ୍କରେ ବୈଠକ ବି ହୋଇଛି । କିନ୍ତୁ ରାଜ୍ୟକୁ କେତେ ପଇସା ବିଦେଶୀ ପୁଞ୍ଜିନିବେଶ ଆସିଛି ? ଗୋଟିଏ ଟଙ୍କା ବି ଆସିନଥିବାବେଳେ ସବୁଥର ମନ୍ତ୍ରୀ, ସଚିବମାନେ ଫେରିଲା ପରେ ସରକାରଙ୍କ ପକ୍ଷରୁ ପ୍ରେସ୍‌ ରିଲିଜ୍ ଦିଆଯାଉଛି ଯେ କୋଟିକୋଟି ଟଙ୍କାର ପୁଞ୍ଜି ନିବେଶ ଆସିବ । କିନ୍ତୁ ଆଜି ଯାଏଁ ଗୋଟିଏ ଟଙ୍କା ବି ଆସିନାହିଁ ।"

ଏହାସହ "କୋଟି କୋଟି ଟଙ୍କା ଖର୍ଚ୍ଚ କରି ଅଫିସରମାନଙ୍କୁ ଖୁସି କରିବା ପାଇଁ ବିଦେଶ ବୁଲା ଓ ମଜଲିସର ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର । କେତେବେଳେ ମୁଖ୍ୟମନ୍ତ୍ରୀ ପୋପ୍‌ଙ୍କୁ ଭେଟୁଛନ୍ତି ତ କେତେବେଳେ ଅନ୍ୟ ମନ୍ତ୍ରୀମାନେ ଯାଇ ବିଳାସ ବ୍ୟସନ କରି ଫେରୁଛନ୍ତି । ସରକାର ଯଦି ଏଭଳି ବିଦେଶ ଗସ୍ତର ଆୟୋଜନ କରୁଛନ୍ତି, ତେବେ ଏଥିରେ କେତେ ଟଙ୍କା ଖର୍ଚ୍ଚ ହେଉଛି ? ଏହାଦ୍ବାରା ରାଜ୍ୟର କ'ଣ ଲାଭ ହେଉଛି ? ବିଦେଶ ଗସ୍ତରେ କେତେ ଟଙ୍କା ଖର୍ଚ୍ଚ ହେଲା ଓ କେତେ ପୁଞ୍ଜିନିବେଶ ଆସିଲା ?" ବୋଲି ପ୍ରଶ୍ନ କରିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଯତୀନ ମହାନ୍ତି।

ଏହା ମଧ୍ୟ ପଢନ୍ତୁ...ବିଜେଡି ବିଧାନସଭାରେ ମହିଳା ସଂରକ୍ଷଣ ରିଜୋଲ୍ୟୁସନ ଆଣୁ: ବିଜେପି

ସେ ଆହୁରି ମଧ୍ୟ କହିଛନ୍ତି, "ବାସ୍ତବିକ ସ୍ତରରେ କେତେ ଟଙ୍କାର ପୁଞ୍ଜିନିବେଶ ସିଧାସଳଖ ଓଡ଼ିଶାକୁ ଆସିଛି ସେନେଇ ରାଜ୍ୟ ସରକାର ଏକ ଶ୍ୱେତପତ୍ର ପ୍ରକାଶ କରନ୍ତୁ । ଖାଲି କେତେ ଲକ୍ଷ କୋଟି ଟଙ୍କାର ପ୍ରସ୍ତାବ ଆସିଲା ତାହା ନୁହେଁ । କାରଣ ଥାର୍ଡ ଫ୍ଲୋରରୁ ଏହି ପ୍ରସ୍ତାବ ଗୁଡ଼ିକର ସଂଖ୍ୟା ପ୍ରସ୍ତୁତ ହେଉଛି । ନଚେତ୍ ନିଜ ଅୟସ ଆରାମ ଲାଗି ଲୋକଙ୍କ ଟିକସ ପଇସା ଖର୍ଚ୍ଚ କରିବା ପାଇଁ ସରକାରଙ୍କର କୌଣସି ଅଧିକାର ନାହିଁ । ଓଡ଼ିଶାବାସୀଙ୍କୁ ମିଥ୍ୟା ପୁଞ୍ଜି ନିବେଶର ଗପ ଶୁଣାଉଛନ୍ତି ରାଜ୍ୟ ସରକାର ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.