ETV Bharat / state

ଜୟନାରାୟଣଙ୍କ ସାଂଘାତିକ ଅଭିଯୋଗ, କହିଲେ ଗୃହ ଭିତରେ ଓ ବାହାରେ ମୁଁ ଅସୁରକ୍ଷିତ

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ସାଙ୍ଘାତିକ ଅଭିଯୋଗ । କହିଲେ ଗୃହ ଭିତରେ ଓ ବାହାରେ ତାଙ୍କ ଜୀବନ ଅସୁରକ୍ଷିତ । ଟ୍ୟାପିଂ ହେଉ ମୁଖ୍ୟମନ୍ତ୍ରୀ, ପାଣ୍ଡିଆନ ଓ ପ୍ରଣବଙ୍କ ନମ୍ବର । ଅଧିକ ପଢନ୍ତୁ

BJP Leader Jay Narayan Mishra
BJP Leader Jay Narayan Mishra
author img

By ETV Bharat Odisha Team

Published : Sep 30, 2023, 4:13 PM IST

Updated : Sep 30, 2023, 5:07 PM IST

ଜୟନାରାୟଣଙ୍କ ସାଂଘାତିକ ଅଭିଯୋଗ, କହିଲେ ଗୃହ ଭିତରେ ଓ ବାହାରେ ମୁଁ ଅସୁରକ୍ଷିତ

ଭୁବନେଶ୍ବର: ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର ଆଣିଛନ୍ତି ସାଂଘାତିକ ଅଭିଯୋଗ । ବିଧାନସଭା ଗୃହ ଭିତରେ ଓ ବାହାରେ ତାଙ୍କ ଜୀବନ ଅସୁରକ୍ଷିତ ଥିବା କହିଛନ୍ତି ଜୟନାରାୟଣ । ମୁଖ୍ୟମନ୍ତ୍ରୀ, 5T ସଚିବ ଓ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଫୋନକୁ ଟ୍ୟାପିଂ କରିବାକୁ ସେ ଦାବି କରିଛନ୍ତି । ଏମାନେ କାହାକୁ କେଉଁ ନିର୍ଦ୍ଦେଶ ଦେଉଛନ୍ତି, ୟୁପିର କେଉଁ ମାଫିଆଙ୍କୁ କଣ ନିର୍ଦ୍ଦେଶ ଦେଉଛନ୍ତି ଜଣାପଡ଼ିବ ବୋଲି ସେ କହିଛନ୍ତି । ଜୟଙ୍କ ଅଭିଯୋଗର ଜବାବ ରଖିଛନ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ।

ଜୟନାରାୟଣ କହିଛନ୍ତି, " ଆଜି ଆମ ଘର ଆଗରେ ସମ୍ବଲପୁରରେ ବିକ୍ଷୋଭ କରାଯାଉଛି । କିଛିଦିନ ତଳେ ବିଜୁ ଜନତା ଦଳ ପକ୍ଷରୁ ସର୍କିଟ ହାଉସକୁ ଧସେଇ ପଶିଥିଲେ । ସର୍କିଟ ହାଉସକୁ ଭାଙ୍ଗି ଦେଇଥିଲେ । ଯଦି ମୁଁ ଯଦି ସେତେବେଳେ ସେଠାରେ ଉପସ୍ଥିତ ଥାଆନ୍ତି, ତାହାଲେ ମୋତେ ବୋଧେ ହତ୍ୟା କରି ଦେଇଥାନ୍ତେ । ଆଜି ମୁଁ ବିଧାନସଭା ଗୃହ ଓ ଗୃହ ବାହାରେ ସମ୍ପୂର୍ଣ୍ଣ ଭାବେ ଅସୁରକ୍ଷିତ । ଯଦି ଆଜି ମୁଁ ଅସୁରକ୍ଷିତ, ତଥାପି ମୁଁ ସରକାରଙ୍କ ସହାୟତା ଲୋଡୁନାହିଁ । ମୁଁ ମୋ ସୁରକ୍ଷାକର୍ମୀଙ୍କୁ ଫେରସ୍ତ କରିଦେଇଛି । କିନ୍ତୁ ମୋର କିମ୍ବା ପରିବାରର କୌଣସି କ୍ଷତି ହୁଏ, ତାହାଲେ ନବୀନ ବାବୁ ଦାୟୀ ରହିବେ । "

ଏହା ବି ପଢନ୍ତୁ- ବିରୋଧ ସ୍ୱରକୁ ମ୍ୟାନେଜ କରୁଛନ୍ତି ଦୁଇଟି ମ୍ୟାନେଜମେଣ୍ଟ: ଜୟନାରାୟଣ

ସେ ଆହୁରି କହିଛନ୍ତି, " ଯିଏ ନିଜର ସହଯୋଗୀ କ୍ୟାବିନେଟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ହତ୍ୟାର ଷଡ଼ଯନ୍ତ୍ର କରି ମାରି ଦେଇପାରେ ସେଭଳି ମୁଖ୍ୟମନ୍ତ୍ରୀଙ୍କଠୁ କଣ ଆଶା କରିବା । ଆଜି ମୁଁ ଅସୁରକ୍ଷିତ ଏଥିପାଇଁ ଗୋଟେ ଦାବି କରିବାକୁ ଚାହୁଁଛି । ମୁଖ୍ୟମନ୍ତ୍ରୀ, 5ଟି ସଚିବ ଓ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଫୋନକୁ ଟ୍ୟାପିଂ କରାଯାଉ । ଏମାନେ କାହାକୁ କେଉଁ ନିର୍ଦ୍ଦେଶ ଦେଉଛନ୍ତି, ୟୁପିର କେଉଁ ମାଫିଆଙ୍କୁ କଣ ନିର୍ଦ୍ଦେଶ ଦେଉଛନ୍ତି ଜଣାପଡ଼ିବ । ବିଗତ ଦିନରେ ଏ କଥା କହିଥିଲି, ପୁନର୍ବାର ଏ କଥା କହୁଛି । ତାଙ୍କର ପୁରୁଣା ରେକର୍ଡକୁ ବାହାର କରାଯାଉ । ମୋ ସହିତ ବିଜେପି ବିଧାୟକଙ୍କ ଜୀବନ ଅସୁରକ୍ଷିତ ରହିଛି । ବିକ୍ଷୋଭକୁ ମୁଁ ଡରୁନାହିଁ । ଡରିବା ଶବ୍ଦ ମୋ ଅଭିଦାନରେ ନାହିଁ ।"

ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ଦେବା ଛଳରେ ବିରୋଧୀଙ୍କୁ ଧମକ ଦେଇଛନ୍ତି । କହିଛନ୍ତି ଯେ ତମମାନଙ୍କୁ ବିଧାନସଭା ଆସିବାକୁ ଦେବିନାହିଁ । ଆମେ ବିଧାନସଭା ନଆସୁ ବୋଲି 2009ରୁ ନବୀନ ବାବୁ ଚାହୁଁଛନ୍ତି । ନଳୀନ ମହାନ୍ତି, ବିଜୟ ମହାପାତ୍ର, ରାମକୃଷ୍ଣ ପଟ୍ଟନାୟକଙ୍କୁ ବିଧାନସଭା ପୁରେଇଦେଲ ନାହିଁ । ଆମକୁ ନ ପହଞ୍ଚେଇ ଦେଲେ କଣ ବଡ଼ କଥା ହୋଇଗଲା । କିନ୍ତୁ ସରକାରୀ କଳ ଓ ଅନ୍ୟମାନଙ୍କୁ ବ୍ୟବହାର କରି ମୁଖ୍ୟମନ୍ତ୍ରୀ ଯେଉଁ ଲକ୍ଷ୍ୟ ରଖି ଆମକୁ ବିଧାନସଭା ନ ପହଞ୍ଚେଇଦେବାକୁ ଚାହୁଁଛନ୍ତି ତାହା ଓଡ଼ିଶାବାସୀ ଜାଣନ୍ତୁ । ନବୀନ ବାବୁଙ୍କ ଦୟା ନୁହେଁ ଆମେ ଓଡ଼ିଶାବାସୀଙ୍କ ଦୟାରେ ଆସିଛୁ । ଓଡ଼ିଶାବାସୀ ଚାହିଁଲେ ଆମକୁ ବିଧାନସଭା ପଠେଇବେ । ନଚାହିଁଲେ ଆସିବୁ ନାହିଁ ବୋଲି ଜୟ କହିଛନ୍ତି ।

ଏହା ବି ପଢନ୍ତୁ- ମୁହଁ ଖୋଲିଲେ ଜୟନାରାୟଣ, କହିଲେ ମୋ ବିରୋଧରେ ହେଉଛି ପ୍ରାୟୋଜିତ କାର୍ଯ୍ୟକ୍ରମ

ବିଜେଡି ବାଚସ୍ପତିଙ୍କ ସମ୍ମାନ କଥା କହୁଛନ୍ତି, କିନ୍ତୁ 1997 ମସିହାରେ ଚିନ୍ତାମଣି ଦ୍ୟାନ ସାମନ୍ତରା ବାଚସ୍ପତି ଥିବାବେଳର କଥା ସ୍ମରଣ କରାଇଦେବାକୁ ଚାହୁଁଛି । ବିରୋଧୀ ଦଳର ନେତା ପାଦକୁ ସ୍ବୀକୃତ କରିବା ପାଇଁ ବିଜୁ ଜନତା ଦଳ ତାଙ୍କୁ ବିଧା ଗୋଇଠା ମାରିଥିଲେ । ବାଡେଇ ବାଡେଇ କ୍ବାର୍ଟର ପର୍ଯ୍ୟନ୍ତ ନେଇ ଯାଇଥିଲେ । ସେକଥା କଣ ରାଜ୍ୟବାସୀ ଭୁଲି ଯାଇଛନ୍ତି କି ? ମୁଖ୍ୟମନ୍ତ୍ରୀଙ୍କ କର୍ମଚାରୀ ସରୋଜ ସାହୁଙ୍କୁ ସିବିଆଇ ଡାକିଲା ବୋଲି 3 ଦିନ ଗୃହକୁ ବନ୍ଦ କରିଦେଲେ । ଆଉ ଆଜି ଏମାନେ ଗଣତନ୍ତ୍ର କଥା କହୁଛନ୍ତି । ବିଜେଡିର କଥା ଓ କାମରେ ଅନେକ ପାର୍ଥକ୍ୟ ରହିଛି ବୋଲି କହିଛନ୍ତି ଜୟ ନାରାୟଣ ।

ଜୟଙ୍କ ଅଭିଯୋଗର ଜବାବ ରଖିଛନ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ । ପ୍ରତାପ କହିଛନ୍ତି, " ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର ଯେଉଁ ଜୀବନ ବିପଦ କଥା କହୁଛନ୍ତି, ତାହା ପଲିଟିକାଲ ଡ୍ରାମା । କାହା ଜୀବନ ପ୍ରତି ଏଠି ବିପଦ ନାହିଁ । ଏହା ପଞ୍ଜାବ କି କାଶ୍ମୀର ନୁହେଁ । ସେମାନେ ବିଧାନସଭାରେ ଯେଉଁ ବ୍ୟବହାର କରୁଛନ୍ତି, ତାକୁ ଶାଳୀନତା କୁହାଯିବ ନାହିଁ । ସେମାନେ ଯାହା ଯାହା କରୁଛନ୍ତି, ତାକୁ ଡାଇଭର୍ଟ କରିବାକୁ ଏପରି କହୁଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 30, 2023, 5:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.