ଭୁବନେଶ୍ବର: ଚାଷୀ ସମସ୍ୟାକୁ ନେଇ ରାଜ୍ୟପାଳଙ୍କୁ ଭେଟିଲେ ବିଜେପି ବିଧାୟକ ପ୍ରତିନିଧି ମଣ୍ଡଳୀ । ବାରମ୍ବାର ରାଜ୍ୟର ଚାଷୀଙ୍କୁ ପ୍ରତାରିତ କରୁଛନ୍ତି ରାଜ୍ୟ ସରକାର । ଧାନର ସହାୟକ ମୂଲ୍ୟ ବୃଦ୍ଧି ହେଉ ଏବଂ ଚାଷୀ ସବସିଡି ପାଇବା କିମ୍ବା ଫସଲ ବୀମା ପାଇବା ସବୁଠାରେ ଅଣଦେଖା ହେଉଛନ୍ତି ଓଡିଶାର ଚାଷୀ । ତେବେ ଏନେଇ ଆଜି ବିଧାନସଭାରେ ଚାଷୀଙ୍କ ସମସ୍ୟାକୁ ଉଠାଇ ବାଚସ୍ପତିଙ୍କୁ ଏକ ପ୍ରସ୍ତାବ ଦେଇଥିଲେ ମଧ୍ୟ ସେମାନଙ୍କ ଦାବିକୁ ନାକଚ କରିଦେଇଛନ୍ତି ବାଚସ୍ପତି ।
ଅନ୍ୟପଟେ ଗୃହରେ ହଟ୍ଟଗୋଳ ଯୋଗୁଁ 4ଟା ଯାଏ ମୁଲତବି ଘୋଷଣା ହୋଇଛି । କେବଳ ନିର୍ବାଚନ ଆସିଲେ ଚାଷୀଙ୍କ ପାଇଁ କାନ୍ଦୁଥିବା ଏହି ସରକାର ଅସଲରେ ଚାଷୀ ବିରୋଧୀ । ତେଣୁ ବିଜେପି ବିଧାୟକ ପ୍ରତିନିଧି ମଣ୍ଡଳୀ ଚାଷୀଙ୍କ ସମସ୍ୟା ନେଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେବା ସହ ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର