ETV Bharat / state

Sambalpur Violence: ରାଜ୍ୟପାଳଙ୍କୁ ଭେଟି ହସ୍ତକ୍ଷେପ ପାଇଁ ଅନୁରୋଧ କଲା ବିଜେପି

author img

By

Published : Apr 21, 2023, 7:58 PM IST

ସମ୍ବଲପୁର ହିଂସାକାଣ୍ଡ ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କଲା ବିଜେପି । ଏବେ ପର୍ଯ୍ୟନ୍ତ ଦୋଷୀ ବାହାରେ ବୁଲୁଥିବା ବେଳେ ନିର୍ଦ୍ଦୋଷଙ୍କୁ ଗିରଫ କରାଯାଉଥିବା ଅଭିଯୋଗ । ରାଜ୍ୟପାଳଙ୍କୁ ଭେଟି ହସ୍ତକ୍ଷେପ ପାଇଁ ଅନୁରୋଧ କଲା ବିଜେପି ପ୍ରତିନିଧି ଦଳ । ଅଧିକ ପଢ଼ନ୍ତୁ

ସମ୍ବଲପୁର ହିଂସାକାଣ୍ଡରେ ହସ୍ତକ୍ଷେପ ପାଇଁ ରାଜ୍ୟପାଳଙ୍କୁ ଭେଟିଲା ବିଜେପି

ଭୁବନେଶ୍ବର: ସମ୍ବଲପୁର ଆଇନ ଶୃଙ୍ଖଳା ସ୍ଥିତି ନେଇ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା ଭାରତୀୟ ଜନତା ପାର୍ଟି । ରାଜଭବନରେ ରାଜ୍ୟପାଳଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ସମ୍ବଲପୁର ହିଂସା ଘଟଣାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କରିଛି ଦଳ । ତେବେ ଓଡି଼ିଶା ଇତିହାସରେ ଏହା ଏକ କଳଙ୍କମୟ ଇତିହାସ ବୋଲି କହିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

ସମ୍ବଲପୁରରେ ୧୨ ତାରିଖ ଦିନ ଘଟିଥିବା ହିଂସା ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛି ବିଜେପି । ଦଳର ରାଜ୍ୟ ସଭାପତି କହିଛନ୍ତି, "ଆଜି ପର୍ଯ୍ୟନ୍ତ ଏହି ଘଟଣାକୁ ସରକାର ଗୁରୁତ୍ୱର ସହ ନେଇନାହାନ୍ତି । ଗତବର୍ଷ ଏମିତି ଘଟଣା ଘଟିଥିଲା । ଏହି ବର୍ଷ ବି ହେବ ବୋଲି ସୂଚନା ଥିବା ଏଫ୍‌ଆଇଆର୍‌ରେ ଲେଖିଛନ୍ତି । ହେଲେ କାର୍ଯ୍ୟାନୁଷ୍ଠାନ ନାହିଁ । ଦୋଷୀ ବଦଳରେ ନିରୀହ ଲୋକଙ୍କୁ ଗିରଫ କରାଯାଉଛି । ତେଣୁ ଏଠାରେ କାହା ଇଙ୍ଗିତରେ ଏବଂ ଚାପରେ ଏଭଳି ହେଉଛି ? ଏ ସରକାର କିଏ ଚଳାଉଛି ? ଯେଉଁ ବସ୍ତିରେ ଅପରାଧୀ ଲୁଚିଛନ୍ତି, ସେଠାକୁ ପୋଲିସ ଯାଉନି କାହିଁକି ? ପ୍ରକୃତରେ ପୋଲିସକୁ କ୍ଷମତା ଦିଆଯାଉନାହିଁ । କେନ୍ଦ୍ର ଗୃହ ବିଭାଗ ଆଗରୁ ସତର୍କ କରିଥିଲେ, ଏନେଇ ଆଡଭାଇଜରୀ ଜାରି ହୋଇଥିଲା । ହେଲେ ଏମାନେ କିଛି ପଦକ୍ଷେପ ଗ୍ରହଣ କଲେନାହିଁ । ପୋଲିସ ପ୍ରସ୍ତୁତ ନଥିଲା । ସେଦିନ ରାତିରେ ଏସ୍‌ପି କେଉଁଠି ଥିଲେ ଆଉ କାହା ସହ ଥିଲେ ତାର ଉତ୍ତର ରଖନ୍ତୁ । ଆଜି ଏସବୁ କଥା ରାଜ୍ୟପାଳଙ୍କୁ ଅବଗତ କରାଯାଇଛି ।" ଦୋଷୀଙ୍କୁ ଗିରଫ ପାଇଁ ରାଜ୍ୟପାଳ ହସ୍ତକ୍ଷେପ କରନ୍ତୁ ବୋଲି ଦାବି କରିଛି ବିଜେପି ।

ତେବେ ଏନେଇ ମନମୋହନ ଆହୁରି କହିଛନ୍ତି, "ଓଡ଼ିଶା ଶାନ୍ତିପୂର୍ଣ୍ଣ ରାଜ୍ୟ । ଲୋକ ସବୁ ଦେଖୁଛନ୍ତି । ଓଡ଼ିଶାରେ ଗୁଣ୍ଡାଗର୍ଦ୍ଦି ଆଉ ଚାଲିବ ନାହିଁ । ସରକାରଙ୍କ ଦାୟିତ୍ବ ହେଉଛି ରକ୍ଷା କରିବା । ହେଲେ ଆଜି ଏଭଳି ଅବସ୍ଥା । ସମ୍ବଲପୁର ଗସ୍ତ ବେଳେ ବିଜେପି ପ୍ରତିନିଧି ଦଳଙ୍କୁ ରାସ୍ତାରୁ ନେଇ ପ୍ରାୟ ୮ ଘଣ୍ଟା ଅଟକ ରଖିଲା ପୋଲିସ ।" ତେବେ ପୋଲିସ କାହା ଇଙ୍ଗିତରେ କାର୍ଯ୍ୟ କରୁଛି ବୋଲି ପ୍ରଶ୍ନ କରିଛନ୍ତି ମନମୋହନ । ଆଜି ରାଜ୍ୟପାଳଙ୍କୁ ଭେଟିଥିବା ବିଜେପି ପ୍ରତିନିଧି ଦଳରେ ପୂର୍ବତନ ସଭାପତି ସମୀର ମହାନ୍ତି, ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ମୋହନ ମାଝୀ, ଲଳିତେନ୍ଦୁ ମହାପାତ୍ର, ବିଧାୟକ ନାଉରୀ ନାୟକ, ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ, ଭୃଗୁ ବକ୍ସିପାତ୍ର, ଦିଲ୍ଲୀପ ମଳିକ, ଲେଖାଶ୍ରୀ ସାମନ୍ତସିଂହାର, ପ୍ରଭାତି ପରିଡା ପ୍ରମୁଖ ସାମିଲ ରହିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.