ETV Bharat / state

ଓଡିଶାର ସ୍ବାର୍ଥ ପାଇଁ ପୁଣି ଏକାଠି ହେବେ କି ବିଜେଡି-ବିଜେପି ?

author img

By

Published : May 19, 2023, 10:53 PM IST

ବିଜେପି ସାଂସଦ ଜୁଏଲ ଓରାମ କହିଛନ୍ତି ଯେ ବିଶେଷ ରାଜନୀତିକ ପରିସ୍ଥିତିକୁ ନେଇ ବିଜୁ ଜନତା ଦଳକୁ ଗଠନ କରାଯାଇଥିଲା । ସେ ସମୟରେ ତାହାର ଆବଶ୍ୟକ ଥିଲା । ଅଧିକ ପଢନ୍ତୁ

ଓଡିଶାର ସ୍ବାର୍ଥ ପାଇଁ ପୁଣି ଏକାଠି ହେବେ କି ବିଜେଡି-ବିଜେପି ?
ଓଡିଶାର ସ୍ବାର୍ଥ ପାଇଁ ପୁଣି ଏକାଠି ହେବେ କି ବିଜେଡି-ବିଜେପି ?
ଓଡିଶାର ସ୍ବାର୍ଥ ପାଇଁ ପୁଣି ଏକାଠି ହେବେ କି ବିଜେଡି-ବିଜେପି ?

ଭୁବନେଶ୍ବର: ମେଣ୍ଟ ସରକାରରେ ଥିଲେ ବିଜେଡି ଓ ବିଜେପି । ରାଜ୍ୟରେ ନାଁକୁ ମାତ୍ର ଲଢେଇ କରୁଛନ୍ତି । ଉପରେ ଉଭୟ ମିଶୁଛନ୍ତି । ରାଜ୍ୟବାସୀଙ୍କ ସହ ଛଳନା କରୁଛନ୍ତି ଉଭୟ ଦଳ । ମୁଖ୍ୟମନ୍ତ୍ରୀ ଗତକାଲି ଦେଇଥିବା ବୟାନ ଅନେକ ସନ୍ଦେହ ସୃଷ୍ଟି କରୁଛି । 24 ନିର୍ବାଚନ ହୋଇନାହିଁ, ମୁଖ୍ୟମନ୍ତ୍ରୀ କେମିତି ଘୋଷଣା କଲେ ପୁରୀ ବିମାନ ବନ୍ଦରକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ । ଏନେଇ କଂଗ୍ରେସ ଘେରିବା ପରେ ଜବାବ ରଖିଛି ବିଜେଡି ଓ ବିଜେପି । ବିଜେପି-ବିଜେଡି ମଧ୍ୟରେ କୌଣସି ଗଠବନ୍ଧନ ହେବନାହିଁ ବୋଲି କହିଛନ୍ତି ବିଜେପି ସାଂସଦ ଜୁଏଲ ଓରାମ । ବିଜେଡି ଉପ ସଭାପତି ଦେବୀ ମିଶ୍ର କହିଛନ୍ତି ଯେ, ଓଡ଼ିଶାର ସ୍ବାର୍ଥ ରକ୍ଷା ପାଇଁ ବିକାଶର ଆଭିମୁଖ୍ୟ ନେଇ ସମସ୍ତେ ଏକାଠି ହୋଇ ଚାଲିବା ଦରକାର ।

ଏହାବି ପଢନ୍ତୁ- Siddaramaiah Swearing: ଶପଥ ନେବେ ସିଦ୍ଧରମୈୟା ଓ ଶିବକୁମାର, ଛିଣ୍ଡିନାହିଁ ମନ୍ତ୍ରୀ ମଣ୍ଡଳ ଅଙ୍କ

ବିଜେପି ସାଂସଦ ଜୁଏଲ ଓରାମ କହିଛନ୍ତି ଯେ ବିଶେଷ ରାଜନୀତିକ ପରିସ୍ଥିତିକୁ ନେଇ ବିଜୁ ଜନତା ଦଳକୁ ଗଠନ କରାଯାଇଥିଲା । ସେ ସମୟରେ ତାହାର ଆବଶ୍ୟକ ଥିଲା । କିନ୍ତୁ ଦୁର୍ଭାଗ୍ୟର କଥା ଯେଉଁଥିପାଇଁ ଦଳ ଗଠନ କରାଯାଇଥିଲା ତାହା ଆଉ ନାହିଁ । ଚେଞ୍ଜ ହୋଇ ସେ ସମୟଠାରୁ ବି ଆଗକୁ ଚାଲିଯାଇଛି ଦଳ । ୧୯୯୫ରେ ବିଜୁ ପଟ୍ଟନାୟକ ସାଧାରଣ ନିର୍ବାଚନ ହାରିଯାଇଥିଲେ । ୧୯୯୬ ଏବଂ ୧୯୯୭ରେ ଜନତା ଦଳ ଏକ ପ୍ରକାର ଭାଙ୍ଗି ଯାଇଥିଲା । ସେହି ସମୟରେ ବିଜେପିର ରାଜ୍ୟ ସଭାପତି ଭାବେ ମୁଁ ଦାୟିତ୍ଵ ନେଲି । ପୁରୀରେ ଏକ ସଭାରେ ଭଷ୍ଟ୍ରାଚାରି କଂଗ୍ରେସ ସରକାରକୁ ପୁରୀ ସମୁଦ୍ରରେ ଉପାଡ଼ି ଫିଙ୍ଗିବା ନେଇ ଆହ୍ବାନ ଦେଇଥିଲି । ସେହି ଦିନ ଠାରୁ ମୁଁ ସେ ସରକାରକୁ ଓଡ଼ିଶାର ମୁକ୍ତ କରିବାକୁ ଚାହୁଁଥିଲି । ସେହି ସମୟରେ ବିଜେଡି ଗଠନ କରିଥିଲୁ । କିନ୍ତୁ ଏବେ ବିଜେଡି କଂଗ୍ରେସ ପାଟିଠୁ ବି ଉର୍ଦ୍ଧ୍ବ ଚାଲିଗଲାଣି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେପିର ନୈତିକ କର୍ତ୍ତବ୍ୟ ଲୋକଙ୍କୁ ଏ ଭାଷ୍ଟ୍ରାଚାର ସରକାରଠୁ ମୁକ୍ତି କରାଇବା । ରାଜନୀତିକ ଦୃଷ୍ଟି କୋଣରୁ ଅନେକ କଥା ଅନେକ କହିଥାନ୍ତି । ଆମେ ଏ ଲଢେଇ ଜାରି ରଖିଛୁ ରଖିବୁ । ବିଜେଡି ବଞ୍ଚିବା ପାଇଁ ଚେଷ୍ଟ କରୁଛି । କିନ୍ତୁ ଆମେ ବିଜେଡିକୁ ସରକାରରୁ ହଟାଇବୁ । ସୌଜନ୍ୟତା ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କୁ ଓ ମୁଖ୍ୟମନ୍ତ୍ରୀ-ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି । ପ୍ରଶଂସା ସ୍ଥାନରେ ରାଜନୀତି ରାଜନୀତି ସ୍ଥାନରେ ରହିବ । ସମୟ ବଡ ବଳବାନ ଆମେ ଅପେକ୍ଷା କରିଛୁ । ବିଜେଡି - ବିଜେପିର କୌଣସି ଗଠ ବନ୍ଧନ ହେବାର ନାହିଁ । ଆମେ ଆଗାମୀ ନିର୍ବାଚନ ଏକାକୀ ଲଢିବୁ । ଆମେ ନିର୍ବାଚନ ଲାଗି ପ୍ରସ୍ତୁତ । ସେଥି ନେଇ ଆମେ ବି କାର୍ଯ୍ୟ କରୁଛୁ । ବିଜେଡି ସରକାରଙ୍କୁ ବି ନେଇ ପୁରୀ ସମୁଦ୍ରରେ ଉପାଡି ଫିଙ୍ଗିବୁ ।

ସେହିପରି ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ ଦଳ ଜମା ଦ୍ୱନ୍ଦ୍ୱ ଭିତରେ ନାହିଁ । କ୍ଲାରିଟି ଅଛି । ମୁଖ୍ୟମନ୍ତ୍ରୀ ଯଦି ପ୍ରଧାନମନ୍ତ୍ରୀଙ୍କୁ ବୁଲେଟ ଟ୍ରେନ କଥା ମନେ ପକାଇଲେ ଏବଂ ପୁରୀରେ ଆନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ଅଳ୍ପ କିଛି ଦିନ ତଳେ ଭେଟି ଦାବି କରିଥିଲେ, ଏଥିରେ ଅସୁବିଧା କଣ ରହିଲା । ଜାଣିଶୁଣି କିଛି ନାହିଁ । ଏହା ସମ୍ପୂର୍ଣ୍ଣ ସ୍ପଷ୍ଟ ଯେ, ବିଜେଡି ଓଡ଼ିଶାର ସ୍ବାର୍ଥ ରକ୍ଷା, ଦାବି ହାସଲ ଏବଂ ସଙ୍ଘୀୟ ବ୍ୟବସ୍ଥାରେ ଆମର ଦାବି ଉପସ୍ଥାପନ କରୁଛୁ । ଆଉ ଆଶା ଅଛି ଯେ ରାଜନୀତିରୁ ଉର୍ଦ୍ଧ୍ବକୁ ଯାଇ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଥିବା ସରକାର ଓଡ଼ିଶାର ବିକାଶ କରିବେ । ବନ୍ଦେ ଭାରତ ଟ୍ରେନ ଚାଲିଲେ କଣ ସେଥିରେ କଂଗ୍ରେସ ଲୋକ ଯିବେ ନାହିଁ କି ବୋଲି ସେ ପ୍ରଶ୍ନ କରିଛନ୍ତି । ତେଣୁ କେହି କାହାର ଶରଣ ପଶି ନାହାନ୍ତି । ସମସ୍ତଙ୍କର ଆଭିମୁଖ୍ୟ ଓ ବିଚାରଧାରା ଅଲଗା ହୋଇଥାଇପାରେ । କିନ୍ତୁ ଓଡ଼ିଶାର ସ୍ବାର୍ଥ ରକ୍ଷା ପାଇଁ ବିକାଶର ଆଭିମୁଖ୍ୟ ନେଇ ସମସ୍ତେ ଏକାଠି ହୋଇ ଚାଲିବା ଦରକାର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.