ETV Bharat / state

ଖଣ୍ଡପଡାରେ ଜୋର ଧରିଲା ସୌମ୍ୟ ହଟାଅ ଅଭିଯାନ, ନାରାବାଜି ଦେଲେ ବିଜେଡି କର୍ମୀ - ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ

ଖଣ୍ଡପଡାରେ ଜୋର ଧରିଲା ସୌମ୍ୟ ହଟାଅ ଅଭିଯାନ । ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ନାମରେ ନାରାବାଜି ଦେବା ସହ ତାଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି । ଅଧିକ ପଢନ୍ତୁ

oppose to mla soumya ranjan patnaik
ଖଣ୍ଡପଡାରେ ଜୋର ଧରିଲା ସୌମ୍ୟ ହଟାଅ ଅଭିଯାନ
author img

By

Published : Jun 26, 2023, 2:06 PM IST

ଖଣ୍ଡପଡାରେ ଜୋର ଧରିଲା ସୌମ୍ୟ ହଟାଅ ଅଭିଯାନ

ଖୋର୍ଦ୍ଧା: ଖଣ୍ଡପଡାରେ ଜୋର ଧରିଲା ସୌମ୍ୟ ହଟାଅ ଅଭିଯାନ । କିଛିଦିନ ଧରି ସଚିବଙ୍କୁ ପ୍ରଶ୍ନ କରି ରାଜ୍ୟରେ ହଟଚମଟ ସୃଷ୍ଟି କରିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଏହାକୁ ସମ୍ପାଦକୀୟରେ ସମର୍ଥନ କରିବା ପରେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିରୋଧ କରିଛନ୍ତି ଦଳୀୟ କର୍ମୀ । ଗତକାଲି (ରବିବାର) ଖଣ୍ଡପଡା ବିଜେଡି ବିଧାୟକଙ୍କ ସମ୍ପାଦନାରେ ଚାଲୁଥିବା ତାଙ୍କ ଖବରକାଗଜ ସମ୍ପାଦକୀୟ ଆମ ଘର ହାଲଚାଲରେ ଅପରାଜିତାଙ୍କ ଅଡୁଆ ପ୍ରଶ୍ନ ପ୍ରସଙ୍ଗ ଉଠାଇ ଅପରାଜିତା ଲଗାଇଥିବା ନିଆଁରେ ଘିଅ ଢାଳିବା ଭଳି କାର୍ଯ୍ୟ କରିଥିବା ଦଳୀୟ କର୍ମୀମାନେ ଅଭିଯୋଗ କରିଛନ୍ତି ସୌମ୍ୟ ହଟାଅ ଅଭିଯାନକୁ ଜୋରଦାର କରିଛନ୍ତି ।

ଦଳ ଭିତରେ ରହି ଦଳକୁ ଅଡୁଆରେ ପକାଉଥିବା ସିଧାସଳଖ ଅଭିଯୋଗ କରି କର୍ମକର୍ତ୍ତା ତାଙ୍କ ନିର୍ବାଚନ ମଣ୍ଡଳୀ ଖଣ୍ଡପଡାରେ ସୌମ୍ୟ ହଟାଅ ନାରା ଦେଇଛନ୍ତି । ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଅସନ୍ତୋଷ ବ୍ୟକ୍ତ କରି ଶତାଧିକ ବିଜେଡି କର୍ମୀ ରବିବାର ଖଣ୍ଡପଡା ସହରର ରଥଗଡା ଛକରେ ଏକତ୍ରୀତ ହୋଇ ନାରାବାଜି କରିବା ସହ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ସାଂସଦ ଅପରାଜିତା ଷଡଙ୍ଗୀଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି । ବିଜେଡି କର୍ମୀମାନେ ସୌମ୍ୟ ହଟାଓ, ଖଣ୍ଡପଡା ବଞ୍ଚାଅ ନାରା ଦେଇ କଟୁ ସମାଲୋଚନା କରିଥିଲେ ।

ଏହା ବି ପଢନ୍ତୁ...ପୁଣି ବିଜେଡିକୁ ପ୍ରଶ୍ନ କରି ଟାର୍ଗେଟ୍‌ରେ ସୌମ୍ୟ, ଅନୁଭବ କହିଲେ ସେ ଜଣେ ସ୍ବାର୍ଥପର ନେତା

ଏହା ବି ପଢନ୍ତୁ...ବିଜେଡିର ମୁଣ୍ଡବ୍ୟଥା ପାଲଟିବେ ରୋହିତ ! କହିଲେ କୌଣସି ଶକ୍ତି ରେଢ଼ାଖୋଲର ସେବା କରିବାରେ ରୋକି ପାରିବନି

ବିଧାୟକ ପଟ୍ଟନାୟକ ଦଳର ତୁଙ୍ଗ ନେତା ଓ ବରିଷ୍ଠ କର୍ମକର୍ତ୍ତାଙ୍କୁ ଅବହେଳା କରି ଆସୁଥିବାରୁ ଖଣ୍ଡପଡା ଓ ଭାପୁର ବ୍ଲକ ଅଧୀନ ବିଭିନ୍ନ ଅଞ୍ଚଳର କର୍ମକର୍ତ୍ତା ଓ ସଂଗଠକ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଆସନ୍ତା ସାଧାରଣ ନିର୍ବାଚନରେ ଦଳର ନେତୃତ୍ୱ ପାଇଁ ବିଜେଡି ସୁପ୍ରିମୋ ଦୃଷ୍ଟି ଦେବାକୁ କର୍ମୀ ଓ ସଂଗଠକମାନେ ଦାବି କରିଥିଲେ । ଆଗାମୀ ଦିନରେ ବିଧାୟକଙ୍କୁ ବିରୋଧ କରାଯିବା ସହ ଆବଶ୍ୟକ ପଡିଲେ ହଜାର ହଜାର କର୍ମୀ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ବୋଲି ଦଳର ତୁଙ୍ଗ ନେତା ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇଛନ୍ତି । ଏହି ଘଟଣା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

ନିକଟରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀରେ ନାଁ ନନେଇ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5T ସଚିବଙ୍କୁ ଟାର୍ଗେଟ କରିଥିଲେ । ଏହାକୁ ନେଇ ସୌମ୍ୟ ନିଜର ଦୈନିକ ଖବର କାଗଜରେ ଲେଖିଥିବା ଆଲେଖ୍ୟକୁ ନେଇ ତାଙ୍କୁ ଦଳ ଭିତରୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.