ETV Bharat / state

ପ୍ରମାଣ ଦିଅନ୍ତୁ ବିଜେପି ରାଜନୀତି ଛାଡିଦେବି: ପିସିସି ସଭାପତି

ଯେଉଁମାନେ ଏଭଳି ଅଭିଯୋଗ ଆଣୁଛନ୍ତି ଯଦି ସତସହାସ ଅଛି ପ୍ରମାଣ ଦିଅନ୍ତୁ । ମୁଁ ରାଜନୀତି ସବୁଦିନ ପାଇଁ ଛାଡ଼ିଦେବି। ମୁଁ ରାଜନିତୀରୁ ସନ୍ୟାସ ନେବି ଯଦି କିଏ ଏଭଳି ଅଭିଯୋଗ ପ୍ରମାଣିତ କରିଦିଏ । ବିଜେପି ବିଜେଡି ଭାଇ ଭାଇ। ଦୁହିଁଙ୍କ ଭିତରେ ଭଲ ସମ୍ପର୍କ ରହିଛି । କଂଗ୍ରେସ ଦଳ 100 ବର୍ଷର ଦଳ । ଦଳ ହାରିଛି ସତ ହେଲେ କାହା ଉପରେ ନିର୍ଭର କରିନାହିଁ। ନିଜ ଦମରେ ଲଢ଼ୁଛି ଆଗକୁ ଲଢ଼ିବ ମଧ୍ୟ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Dec 4, 2023, 8:52 PM IST

ପ୍ରମାଣ ଦିଅନ୍ତୁ ବିଜେପି ରାଜନୀତି ଛାଡିଦେବି: ପିସିସି ସଭାପତି
ପ୍ରମାଣ ଦିଅନ୍ତୁ ବିଜେପି ରାଜନୀତି ଛାଡିଦେବି: ପିସିସି ସଭାପତି
ପ୍ରମାଣ ଦିଅନ୍ତୁ ବିଜେପି ରାଜନୀତି ଛାଡିଦେବି: ପିସିସି ସଭାପତି

ଭୁବନେଶ୍ବର: ଛତିଶଗଡରେ ବିଜେପିକୁ ହରାଇବାକୁ ଟଙ୍କା ଲଗାଇଥିଲା ବିଜେଡି। ପଶ୍ଚିମ ଓଡିଶାର ବିଜେଡି ନେତା ମନ୍ତ୍ରୀ କଂଗ୍ରେସର ବିଜୟ ପାଇଁ ପ୍ରାଣପ୍ରଣେ ଉଦ୍ୟମ କରିଥିଲେ । ଏହା ସତ୍ବେ ବିଜେପିର ବିପୁଳ ବିଜୟ ହୋଇଛି । ତିନି ରାଜ୍ୟର ପ୍ରଭାବ ଆଗାମୀ ଦିନରେ ଓଡିଶା ଉପରେ ପଡିବ। ବିଶେଷ କରି ପଶ୍ଚିମ ଓଡିଶାରେ ଏହାର ପ୍ରଭାବ ପଡିବ। ଓଡିଶାରେ ସରକାର ଗଠନରୁ ବିଜେପିକୁ କେହି ଅଟକାଇ ପାରିବେ ନାହିଁ । ତିନି ରାଜ୍ୟର ବିଧାନସଭା ଫଳାଫଳ ଆସିବା ପରେ ଆଜି ଏଭଳି ବିସ୍ଫୋରକ ମନ୍ତବ୍ୟ ଦେଇଥିଲେ ବରିଷ୍ଠ ବିଜେପି ନେତା ତଥା ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ । ଯାହାର ଜବାବ ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ଶରତ କହିଛନ୍ତି, ‘‘ଯେଉଁମାନେ ଏଭଳି ଅଭିଯୋଗ ଆଣୁଛନ୍ତି ଯଦି ସତସହାସ ଅଛି ପ୍ରମାଣ ଦିଅନ୍ତୁ। ମୁଁ ରାଜନୀତି ସବୁଦିନ ପାଇଁ ଛାଡ଼ିଦେବି। ମୁଁ ରାଜନିତୀରୁ ସନ୍ୟାସ ନେବି ଯଦି କିଏ ଏଭଳି ଅଭିଯୋଗ ପ୍ରମାଣିତ କରିଦିଏ। ବିଜେପି ବିଜେଡି ଭାଇ ଭାଇ। ଦୁହିଁଙ୍କ ଭିତରେ ଭଲ ସମ୍ପର୍କ ରହିଛି। କଂଗ୍ରେସ ଦଳ 100 ବର୍ଷର ଦଳ। ଦଳ ହାରିଛି ସତ ହେଲେ କାହା ଉପରେ ନିର୍ଭର କରିନାହିଁ। ନିଜ ଦମରେ ଲଢ଼ୁଛି ଆଗକୁ ଲଢ଼ିବ ମଧ୍ୟ। କଂଗ୍ରେସକୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି ହେଲେ ସଫଳ ହେବେନାହିଁ। ମିଥ୍ୟା ଅଭିଯୋଗ ଆଣିବା ଠିକ ନୁହେଁ । ଯଦି ସତ୍ୟତା ଅଛି ତାହେଲେ ପ୍ରମାଣ ଦିଅନ୍ତୁ ।’’

ଅଧିକ ପଢନ୍ତୁ- ବିଜେପିକୁ ହରାଇବାକୁ ଛତିଶଗଡରେ ଟଙ୍କା ଖର୍ଚ୍ଚ କରିଛି ବିଜେଡି: ପ୍ରଦୀପ ପୁରୋହିତ

ଅନ୍ୟପଟେ ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ଜାରି ରହିଛି ଆରୋପ ପ୍ରତ୍ୟାରୋପ । ପ୍ରତି କ୍ଷେତ୍ରରେ ଉଭୟ ବିଜେଡି ଏବଂ ବିଜେଡି ମୁଁହାମୁହିଁ ସ୍ଥିତିରେ। ହେଲେ କେନ୍ଦ୍ରୀୟ ବିଜେପି ରାଜ୍ୟ ସରକାରଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରି ଆସିଛି। ମୋଦି ଏବଂ ନବୀନଙ୍କ ଭିତିରି ସମ୍ପର୍କକୁ ନେଇ ଚର୍ଚ୍ଚା ଚାଲୁଛି । ବିଜେଡି ସିଧାସଳଖ ଏନଡିଏରେ ସହଭାଗୀ ନହେଲେ ମଧ୍ୟ ମୋଦି ସରକାରଙ୍କୁ ସବୁବେଳେ ବାହ୍ୟ ସମର୍ଥନ ଦେଇ ଆସିଛି। ଆଉ ଏବେ ଛତିଶଗଡ଼ରେ ବିଜେପି ସରକାର ଗଠନ କରିବାକୁ ଯାଉଥିବା ବେଳେ କେନ୍ଦ୍ରରେ ବିଜେପି ସରକାର ଅଛି । ଏପରି ସ୍ଥିତିରେ ବିଜେପି ନେତାଙ୍କ ଅଭିଯୋଗର ମଧ୍ୟ କେତେ ସତ୍ୟତା ଅଛି ତାହା ତଦନ୍ତ ସାପେକ୍ଷ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.