ETV Bharat / state

ଆଦିବାସୀଙ୍କ ବିକାଶରେ ବାଧକ ବିଜେପି, ଆନ୍ଦୋଳନକୁ ଓହ୍ଲାଇବ ବିଜେଡି: ପ୍ରଦୀପ ମାଝୀ - ଆଦିବାସୀଙ୍କ ବିକାଶରେ ବାଧକ ସାଜିଛି ବିଜେପି

ଯୁବ ବିଜେଡି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝି । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୧୭ଟି ବ୍ଲକ, ୨୦୨୨ ଗ୍ରାମପଞ୍ଚାୟତ, ୧୮୬୮୭ ଗାଁ ଏବଂ ୧୪.୦୫ ଲକ୍ଷ ଅନୁସୂଚିତ ଜନଜାତି ପରିବାରକୁ ଅନ୍ତର୍ଭୁକ୍ତ କରିଛନ୍ତି । ଓଡିଶାର ନଅଟି ଆଦିବାସୀ ବହୁଳ ଜିଲ୍ଲାରେ ୫ ଲକ୍ଷ ଆଦିବାସୀ ବାଳିକାଙ୍କ ପାଇଁ ହଷ୍ଟେଲ, ସ୍ୱତନ୍ତ୍ର ବିକାଶ ପରିଷଦ (ଏସ୍‍ଡିସିଏସ୍‍) ଯୋଗାଇ ଦେଇଛନ୍ତି । କିନ୍ତୁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଆଦିବାସୀଙ୍କୁ ସବୁବେଳେ ଅବହେଳା କରିଆସୁଛି । ଅଧିକ ପଢନ୍ତୁ

ପ୍ରଦୀପ ମାଝୀ
ପ୍ରଦୀପ ମାଝୀ
author img

By

Published : Jan 27, 2023, 10:38 PM IST

ଆଦିବାସୀଙ୍କ ବିକାଶରେ ବାଧକ ସାଜିଛି ବିଜେପି, ଆନ୍ଦୋଳନକୁ ଓହ୍ଲାଇବ ବିଜେଡି : ପ୍ରଦୀପ ମାଝୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶା ସରକାର ସର୍ବଦା ଆଦିବାସୀଙ୍କ ବିକାଶ ଓ କଲ୍ୟାଣ ପାଇଁ କାର୍ଯ୍ୟ କରୁଛନ୍ତି । କିନ୍ତୁ ବିଜେପି ନେତୃତ୍ୱାଧିନ କେନ୍ଦ୍ର ସରକାର ସର୍ବଦା ଓଡିଶାର ଆଦିବାସୀ ସମ୍ପ୍ରଦାୟକୁ ଅବହେଳା କରି ଆସୁଛନ୍ତି । ଓଡିଶାର ୧୬୯ ଅନୁସୂଚିତ ଜନଜାତି ସମ୍ପ୍ରଦାୟ ଏସ୍‍ଟି ତାଲିକାରେ ଅନ୍ତର୍ଭୁକ୍ତ ନହେବା ବିଜେପିର ଆଦିବାସୀ ବିରୋଧୀ ମନୋଭାବର ପରିଚାୟକ । ତାଲିକାରେ ତୁରନ୍ତ ସାମିଲ ପାଇଁ ଦାବି କରିବା ସହ ଦାବି ପୂରଣ ନହେଲେ ଆଦିବାସୀ ମମ୍ପ୍ରଦାୟ ରାସ୍ତାକୁ ଓହ୍ଲାଇବେ ବୋଲି ଆଜି ବିଜେଡି ଚେତାବନୀ ଦେଇଛି ।

ଯୁବ ବିଜେଡି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝି । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୧୭ଟି ବ୍ଲକ, ୨୦୨୨ ଗ୍ରାମପଞ୍ଚାୟତ, ୧୮୬୮୭ ଗାଁ ଏବଂ ୧୪.୦୫ ଲକ୍ଷ ଅନୁସୂଚିତ ଜନଜାତି ପରିବାରକୁ ଅନ୍ତର୍ଭୁକ୍ତ କରିଛନ୍ତି । ଓଡିଶାର ନଅଟି ଆଦିବାସୀ ବହୁଳ ଜିଲ୍ଲାରେ ୫ ଲକ୍ଷ ଆଦିବାସୀ ବାଳିକାଙ୍କ ପାଇଁ ହଷ୍ଟେଲ, ସ୍ୱତନ୍ତ୍ର ବିକାଶ ପରିଷଦ (ଏସ୍‍ଡିସିଏସ୍‍) ଯୋଗାଇ ଦେଇଛନ୍ତି । କିନ୍ତୁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଆଦିବାସୀଙ୍କୁ ସବୁବେଳେ ଅବହେଳା କରିଆସୁଛି । ୧୬୯ଟି ଅନୁସୂଚିତ ଜନଜାତି ସମ୍ପ୍ରଦାୟକୁ ଓଡିଶାର ଏସ୍‌ଟି ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ଓଡିଶା ସରକାର ପ୍ରାୟ ୧୬୯ଟି ପ୍ରସ୍ତାବ ଦେଇସାରିଛି । ମୁଖ୍ୟମନ୍ତ୍ରୀ ଏବଂ ଓଡିଶା ସରକାରଙ୍କ ବାରମ୍ବାର ଚିଠି ସତ୍ତ୍ୱେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ସେମାନଙ୍କୁ ଏସ୍‌ଟି ତାଲିକାରେ ଅନ୍ତର୍ଭୁକ୍ତ କରୁନାହାଁନ୍ତି । ଏବେ ବି ଏହା ବିଚାରାଧୀନ ଅଛି । ୧୬ ସେପ୍ଟେମ୍ବର ୨୦୨୨ରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କୁ ପଡି ରହିଥିବା ପ୍ରସ୍ତାବ ଉପରେ ବିଚାର ଲାଗି ଅନୁରୋଧ କରିଥିଲେ । ପ୍ରସ୍ତାବରେ ଥିବା ସମ୍ପ୍ରଦାୟ ଗୁଡିକ ଯେପରିକି ପାଉରି ଭୂୟାଁ/ପାଉଡି ଭୂୟାଁ (ପିଟିଜି), ଚୁକ୍‍ଟିଆ ଭୁଞ୍ଜିଆ (ପିଟିଜି), ଦୁରୁଆ, ଧୁରୁଆ, ଧୁରଭ, ଉରାମ, ଧାଙ୍ଗରା, ଓରାମ /ଉରାଓଁ, ଓରାଓଁ ମୁଦି (ମୁଦି), କନ୍ଧ କୁମ୍ଭାର / ମୁକ ଦୋରା / ମୁକା ଦୋରା / ନୁକା ଦୋରା/ନୁକ ଦୋରା ଆଦି ଓଡିଶାର ଏସ୍‍ଟି ତାଲିକାରେ ଅନ୍ତର୍ଭୁକ୍ତ ହେବା ପାଇଁ ଅନୁମୋଦନକୁ ଅପେକ୍ଷା କରିଛି କିନ୍ତୁ କେନ୍ଦ୍ର ସେମାନଙ୍କ ଅନ୍ତର୍ଭୂକ୍ତିକୁ ବିଳମ୍ବ କରୁଛି ।

୨୦ ଏପ୍ରିଲ, ୨୦୨୨ରେ ଓଡିଶାରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ନିର୍ଦ୍ଦେଶକଙ୍କ ନେତୃତ୍ୱରେ ବସିଥିବା ବୈଠକରେ ଓଡିଶା ସରକାର ପୁନର୍ବାର ଓଡିଶାର ଏସ୍‌ଟି ତାଲିକାରେ ଅନ୍ତର୍ଭୁକ୍ତ ହେବା ପାଇଁ ୧୬୯ଟି ବିଚାରାଧୀନ ସମ୍ପ୍ରଦାୟର ପ୍ରସ୍ତାବ ରଖିଥିଲେ । କିନ୍ତୁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ଏ କ୍ଷେତ୍ରରେ ବିଳମ୍ବ କରୁଛି । ୨୦୧୪ରେ ଏହି ସମ୍ପ୍ରଦାୟ ଉପରେ ଚାରୋଟି ଭଲ୍ୟୁମ ଟାସ୍କଫୋର୍ସକୁ ଦାଖଲ କରାଯାଇଛି ଏବଂ କେନ୍ଦ୍ରକୁ ପଠାଯାଇଛି ଯେଉଁଥିରେ କନ୍ଧକୁମ୍ଭାର, ଝୋଡିଅ । / ଯୋଡିଅ । / ଜଡିଅ । ଏବଂ ଝାଡିଆ, ଚୁକ୍ତିଆଭୁଞ୍ଜିଆ, ସା-ଆ-ରା, ମାଙ୍କଡିଅ ।, ପୋରଜା ଏବଂ ବରେଙ୍ଗଝୋଡିଆପରଜା / ବୁଣ୍ଡାପରୋଜା, ଡୁରୁଆ ଏବଂ ପାହାରିଆ ସମ୍ପ୍ରଦାୟଗୁଡିକ ମଧ୍ୟ ବିଚାର ପାଇଁ ପଠାଯାଇଛି । ଆହୁରି ମଧ୍ୟ, ୧୦ ଅକ୍ଟୋବର, ୨୦୨୨ରେ, ୨୦ଟି ସମ୍ପ୍ରଦାୟ ଯଥା ତୋମୋଡିଆଭୁମିଜ୍‌, ତାମାଡିଆଭୁମିଜ୍‌, ତମୁଣ୍ଡିଆଭୁମିଜ୍‌, ତାମୁଲିଆଭୁମିଜ୍‌, ତମୁଦିଡିଆଭୁମିଜ୍‌, ତାନଲାଗାଉଡା, ଡୋରା, ଅନତି ଡୋରା / ଏନାଟି ଡୋରା, ସାରା, କୁଇ (କନ୍ଧ), କାଉର, ରାଜୁଆଲ୍ / ରାଜୁଆଡ, କୋଣ୍ଡା ରେଡ୍ଡି / କୋଣ୍ଡା ରେଡି / ପୁଟିୟା /ପୁଟିଆ/ ଦୁଲିଆ / ଧୁଲିଆ / ପୁଟିଆ ପାଇକ / ଧୂଳିଆ ପାଇକ / ଦୁଲିଆ ପାଇକ, କାଲାଙ୍ଗା, ତାମାଦିଆ, ତମୁଦିଆ, ଭଗତ, ଭୁକତା, ଭୋଗୋତାନାକାସିଆ, ଭଞ୍ଜାପୁରଣ ପ୍ରସ୍ତାବକୁ ସମସ୍ତ ଯଥାର୍ଥତା, ସୂଚନା ଏବଂ ସୁପାରିଶ ସହିତ ଏସ୍‌ଟି ତାଲିକାରେ ଅର୍ନ୍ତଭୁକ୍ତ ପାଇଁ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟକୁ ପଠାଯାଇଛି । କିନ୍ତୁ କେନ୍ଦ୍ର ଏହା ଉପରେ ନିରବ । ଏହି ସମ୍ପ୍ରଦାୟଗୁଡିକୁ ଏସ୍‍ଟି ତାଲିକାରେ ଅର୍ନ୍ତଭୁକ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଲଢେଇ ସତ୍ତ୍ୱେ ଆଦିବାସୀ ବିରୋଧୀ ଆଭିମୁଖ୍ୟ ସହିତ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସମସ୍ତ ଉଦ୍ୟମକୁ ବାଧା ଦେଉଛି । ବିଜୁ ଜନତା ଦଳ ତରଫରୁ ଆମେ ଦାବି କରୁଛୁ ଯେ ଏସ୍‌ଟି ତାଲିକାରେ ଅନ୍ତର୍ଭୁକ୍ତ ହେବା ପାଇଁ ଏହି ୧୬୯ଟି ପ୍ରସ୍ତାବକୁ ତୁରନ୍ତ ଅନୁମୋଦନ କରାଯାଉ । ଓଡିଶାର ଏସ୍‌ଟି ତାଲିକାରେ ଅନ୍ତର୍ଭୁକ୍ତ କରାଯାଉ । ଏହି ୧୬୯ ସମ୍ପ୍ରଦାୟ ବିଜେପି ଏବଂ ଏହାର ନେତୃତ୍ୱାଧିନ କେନ୍ଦ୍ର ସରକାରଙ୍କ ଆଦିବାସୀ ବିରୋଧୀ ଆଭିମୁଖ୍ୟ ଉପରେ ନଜର ରଖିଛନ୍ତି । ସେମାନଙ୍କର ଦୋମୁହାଁ ନୀତିକୁ ଦେଖୁଛନ୍ତି ଯେଉଁଥିପାଇଁ ସେମାନଙ୍କୁ ସର୍ବଦା ଓଡିଶାରେ ପ୍ରତ୍ୟାଖ୍ୟାନ କରୁଛନ୍ତି ।

ଏଭଳି ଦୋମୁହାଁ ନୀତି ନିକଟରେ ଅନୁଷ୍ଠିତ ଜିଲ୍ଲା ପରିଷଦ ନିର୍ବାଚନରେ ସମସ୍ତ ୩୦ଟି ଜିଲ୍ଲାରେ ବିଜେପିକୁ ପରାସ୍ତ କରି ବିଜେଡିକୁ ବିଜୟୀ କରାଇଲା । ଏହା କେବଳ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱାଧିନ ବିଜେଡି ସରକାର ଯିଏ ସର୍ବଦା ଆଦିବାସୀଙ୍କ ଅଧିକାର ପାଇଁ ଲଢୁଥିବାବେଳେ ବିଜେପି କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛି । ଏସ୍‌ଟି ତାଲିକାରେ ଅନ୍ତର୍ଭୁକ୍ତ ହେବାକୁ ଅପେକ୍ଷା କରିଥିବା ଆଦିବାସୀ ତଥା ସେହି ସମ୍ପ୍ରଦାୟ ପାଇଁ ସେମାନଙ୍କର କୌଣସି ଆନ୍ତରିକତା ନାହିଁ । ବିଜେଡି ଦାବି କରୁଛି ଯେ ଏହି ୧୬୯ ସମ୍ପ୍ରଦାୟକୁ ଏସ୍‌ଟି ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ତରଫରୁ ତୁରନ୍ତ ପଦକ୍ଷେପ ନିଆଯାଉ ।

ନଚେତ ବିଜେଡି ଏବଂ ଓଡିଶାର ଆଦିବାସୀ ସମ୍ପ୍ରଦାୟ ରାସ୍ତାରେ ଆସି ଅବହେଳା ବିରୋଧରେ ସ୍ୱର ଉତ୍ତୋଳନ କରିବେ । କେନ୍ଦ୍ରର ଏଭଳି ଆଭିମୁଖ୍ୟ ଓଡିଶାର ଆଦିବାସୀ ତଥା ଓଡିଶାରେ ଏସ୍‌ଟି ତାଲିକାରେ ଅନ୍ତର୍ଭୂକ୍ତିକୁ ଅପେକ୍ଷା କରିଥିବା ୧୬୯ ସମ୍ପ୍ରଦାୟ ପ୍ରତି ଅସମ୍ମାନ ଏବଂ ନିରନ୍ତର ଅବହେଳା ବୋଲି ସେ କହିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର ମଧ୍ୟ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.