ETV Bharat / state

PMGKAY ପୁନଃ ଆରମ୍ଭ କରୁ କେନ୍ଦ୍ର : ବିଜେଡି

author img

By

Published : Feb 3, 2023, 5:00 PM IST

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ବନ୍ଦ ହେବାକୁ ନେଇ ବିଜେଡିର ସାମ୍ବାଦିକ ସମ୍ମିଳନୀ । ଏଥିରେ ଗରିବ ଓ କୃଷକମାନେ ଅତ୍ୟଧିକ ମାତ୍ରାରେ ପ୍ରଭାବିତ ହେବେ ବୋଲି ଅଭିଯୋଗ କରିବା ସହ ଏହାକୁ ପୁନଃ ଲାଗୁ କରିବାକୁ କେନ୍ଦ୍ରକୁ ନିବେଦନ କଲେ ବିଜେଡି ନେତା । ଅଧିକ ପଢ଼ନ୍ତୁ

PMGKAY ପୁନଃ ଆରମ୍ଭ ଦାବିରେ ବିଜେଡିର ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY)ରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ୫ କେଜି ଚାଉଳ ବ୍ୟତୀତ ଅତିରିକ୍ତ ଭାବେ ଆଉ ୫ କେଜି ମାଗଣା ଚାଉଳ ଯୋଗାଇ ଦିଆଯାଉଥିଲା । ତେବେ ଏହାକୁ କେନ୍ଦ୍ର ସରକାର ବନ୍ଦ କରିଦେଇଛନ୍ତି । ଏହାଦ୍ବାରା ଗରିବ ଏବଂ କୃଷକ ପରିବାରଙ୍କ ଖାଦ୍ୟ ସୁରକ୍ଷା ପ୍ରଭାବିତ ହେବ ବୋଲି ଅଭିଯୋଗ କରିଛି ବିଜେଡି । ତେଣୁ କେନ୍ଦ୍ର ସରକାର ତୁରନ୍ତ PMGKAY ଯୋଜନା ପୁନଃ ଲାଗୁ କରି ସହ ଗରିବ ଲୋକଙ୍କୁ ଚାଉଳ ଯୋଗାଣ ପାଇଁ ବିଜେଡି ପକ୍ଷରୁ ଦାବି କରାଯାଇଛି । ଯୁବ ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏନେଇ ଦାବି କରିଛନ୍ତି ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର, ମୁଖପାତ୍ର ଲେନିନ ମହାନ୍ତି ଏବଂ ହରିଶ ଚୌଧୁରୀ ।

'PMGKAY ବନ୍ଦ ହେବା ଦ୍ବାରା ଗରିବ ଓ କଷକ ପ୍ରଭାବିତ ହେବେ': ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି, "ନିକଟରେ ଆଗତ କେନ୍ଦ୍ର ବଜେଟରେ ୨୦୨୧-୨୨ରେ କେନ୍ଦ୍ର ଖର୍ଚ୍ଚ କରିଥିବା ପରିମାଣ ତୁଳନାରେ ଖାଦ୍ୟ ସବସିଡିରେ ପ୍ରାୟ ୭୧ ହଜାର କୋଟି ଟଙ୍କା ହ୍ରାସ ପାଇଛି । ଏହା ଗରିବ ଲୋକଙ୍କ ଖାଦ୍ୟ ସୁରକ୍ଷା ଉପରେ ପ୍ରଭାବ ପକାଇବ । ଏହି ହ୍ରାସ ମୁଖ୍ୟତଃ ପିଏମଜିକେଏୱାଇ ବନ୍ଦ ଯୋଗୁଁ ହୋଇଛି । କୋଭିଡ ମହାମାରୀ ପରେ ଶିଳ୍ପ ଏବଂ ଜୀବିକା ସ୍ବାଭାବିକ ଅବସ୍ଥାକୁ ଆସିବାର ଅଛି । ଗରିବ ଲୋକ ଯାହା କିଛି ସଞ୍ଚୟ କରିଥିଲେ ମହାମାରୀରେ ତାହା ହରାଇଥିଲେ । ଆର୍ଥିକ ସ୍ଥିତି ସ୍ବଭାବିକ ଅବସ୍ଥାକୁ ଫେରିନାହିଁ । ପିଏମଜିକେଏୱାଇ ବନ୍ଦ କରିବା ଦ୍ବାରା ଗରିବ ଲୋକ ପ୍ରଭାବିତ ହେବେ ଏବଂ ମହାମାରୀ ପରେ ସେମାନଙ୍କର ଜୀବନ ସ୍ବଭାବିକ ଅବସ୍ଥାକୁ ଫେରିବା ମଧ୍ୟ ପ୍ରଭାବିତ ହେବ ବୋଲି କହିଛନ୍ତି ବିଜେଡି ଉପସଭାପତି । ସେ କହିଛନ୍ତି, "PMGKAY ବନ୍ଦ ହେବା ଦ୍ବାରା କୃଷକମାନେ ମଧ୍ୟ ପ୍ରଭାବିତ ହେବେ । ୨୦୨୧-୨୨ ତୁଳନାରେ ଖାଦ୍ୟ ସାମଗ୍ରୀ କିଣିବାରେ କେନ୍ଦ୍ର ଚଳିତ ବଜେଟରେ ପ୍ରାୟ ୨୦ ହଜାର କୋଟି ଟଙ୍କା ହ୍ରାସ କରିଛି । ପୁଣି PMGKAY ବନ୍ଦ ହେବା ଏବଂ କୃଷକମାନଙ୍କଠାରୁ କ୍ରୟ ହ୍ରାସ ଯୋଗୁଁ ହୋଇଛି । ଏହି ହ୍ରାସ କୃଷକମାନଙ୍କୁ ପ୍ରଭାବିତ କରିବ । କ୍ରୟ ହ୍ରାସ ହେତୁ କୃଷକମାନେ ଖାଦ୍ୟଶସ୍ୟ ବିକ୍ରି ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ ପାଇବାକୁ ମଧ୍ୟ ବଞ୍ଚିତ ହେବେ ।" ଗରିବ ଏବଂ କୃଷକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଆମେ ପିଏମଜିକେଏୱାଇ କାର୍ଯ୍ୟକ୍ରମକୁ ପୁନଃ ଆରମ୍ଭ କରିବାକୁ କେନ୍ଦ୍ରକୁ ନିବେଦନ କରୁଛୁ ବୋଲି ସେ କହିଛନ୍ତି ।

ସେ ଆହୁରି ମଧ୍ୟ ଆଶା କରିଛନ୍ତି ଯେ, ବିଜେପି ସାଂସଦମାନେ କେନ୍ଦ୍ରରେ ସେମାନଙ୍କ ଦଳ ନେତୃତ୍ବରେ ଥିବା ସରକାରଙ୍କ ସମ୍ମୁଖରେ ଏହି ପ୍ରସଙ୍ଗ ଉଠାଇବେ ଏବଂ ଗରିବ ପରିବାରର ଖାଦ୍ୟ ନିରାପତ୍ତା ଏବଂ କୃଷକଙ୍କ ଦ୍ବାରା ଖାଦ୍ୟଶସ୍ୟ ବିକ୍ରି ହିତକୁ ଦୃଷ୍ଟିରେ ରଖି ପିଏମଜିକେଏୱାଇକୁ ପୁନଃ ଆରମ୍ଭ ଉପରେ ଗୁରୁତ୍ବାରୋପ କରିବେ । ଦୁଇ ବର୍ଷ ପାଇଁ ପିଏମଜିକେଏୱାଇ ଯୋଜନାରେ ଚାଉଳ ଯୋଗାଇବା ପରେ ହଠାତ ଏହାକୁ ପ୍ରତ୍ୟାହାର କରିନେବା ଗରିବ ଲୋକଙ୍କୁ ଗୁରୁତର ଭାବରେ ପ୍ରଭାବିତ କରିବ । ଏତେ ବଡ କାର୍ଯ୍ୟକ୍ରମ ବନ୍ଦ କରିବା ପୂର୍ବରୁ, କେନ୍ଦ୍ର ଏକ ବିକଳ୍ପ କାର୍ଯ୍ୟକ୍ରମ ପ୍ରଦାନ କରିବା ଉଚିତ ଥିଲା । ଏହା ଗରିବଙ୍କ ଉପରେ ଯେଉଁ ଆର୍ଥିକ ପ୍ରତିକୂଳ ପ୍ରଭାବ ପଡିବ ସେ ଦିଗରେ ପଦକ୍ଷେପ ନେବା ଉଚିତ ଥିଲା । ଏହି ମାମଲାରେ ସେଭଳି କିଛି କରାଯାଇନାହିଁ ବୋଲି ସେ କହିଛନ୍ତି ।

'ଲୋକଙ୍କ ସହ ଚଞ୍ଚକତା କରାନଯାଉ': ସେହିପରି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, "ଅମୃତ କାଳ ୭ଟି କ୍ଷେତ୍ରରେ ଚାଲିଛି ଶୁଣି ଆମେ ଉତ୍ସାହିତ ଥିଲୁ । ହେଲେ ଏହି ବଜେଟ ଗତ ବର୍ଷ ତୁଳନାରେ ୭୧ ହଜାର କୋଟି କମ କରାଯାଇଛି । ହଠାତ ଗରିବ ଲୋକଙ୍କର ୫ କିଲୋ ଚାଉଳ କାହିଁକି କେନ୍ଦ୍ର କାଟିଲା, କେହି ଜାଣି ପାରୁନାହାନ୍ତି । କେନ୍ଦ୍ର ପାଖରୁ ଆମେ ଏଯାଏଁ ୨୫ ହଜାର କୋଟି ପାଇନାହୁଁ । ଲୋକଙ୍କ ସହ ଚଞ୍ଚକତା କରାନଯାଉ । ବିନା କାରଣରେ ଅନୁଦାନ କାଟି ରାଜ୍ୟ ଓ ଲୋକଙ୍କ ଉପରେ ଆର୍ଥକ ବୋଝ ବଢ଼ାଇଛି କେନ୍ଦ୍ର । ସମତୁଲ ବିକାଶ କଥା ଯଦି କହୁଛନ୍ତି, ତାହାଲେ ଚାଉଳ ଦିଅନ୍ତୁ ।" ନହେଲେ ପୁଣି ଥରେ ଲୋକେ ଜବାବ ଦେବେ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।

PMGKAY ପୁନଃ ଆରମ୍ଭ କରିବାକୁ କେନ୍ଦ୍ରକୁ ନିବେଦନ କଲା ବିଜେଡି: ସେହିପରି ବିଜେଡି ମୁଖ୍ୟପାତ୍ର ହରିଶ ଚୌଧୁରୀ କହିଛନ୍ତି, "ଏଯାଏଁ ଭାରତବର୍ଷରେ କୋଭିଡର ପ୍ରଭାବ କମିନାହିଁ । ସାରା ବିଶ୍ବରେ ମହାମାରୀର ବିଭୀଷିକା ଜାରି ରହିଛି । ଗାଁରେ ଭୋକ ସମସ୍ୟା, ଶ୍ରମିକ ଓ ଚାଷୀ ସମସ୍ୟା ଗାଁକୁ ନଗଲେ ଅନୁଭବ କରିହେବ ନାହିଁ । ପ୍ରଧାନମନ୍ତ୍ରୀ କହୁଛନ୍ତି ଗରିବ କଲ୍ୟାଣ ଯୋଜନା । ହେଲେ ଏଥିରେ ଗରିବଙ୍କ ପାଇଁ କିଛି ଅର୍ଥ ନାହିଁ । ସବୁ କ୍ଷେତ୍ରରେ ୩୨ ପ୍ରତିଶତ କମ ଅନୁଦାନ ବଜେଟରେ ବରାଦ କରିଛନ୍ତି । ଗରିବଙ୍କୁ କିଭଳି ଅଧିକ ଚାଉଳ ମିଳିବ, ଖାଦ୍ୟ ସୁରକ୍ଷା ମିଳିବ ଓ ଚାଷୀଙ୍କ ଆର୍ଥକ ସ୍ଥିତି ସୁଧୁରିବ, ସେ ଦିଗରେ ୧୦ କିଲୋ ଚାଉଳ ଦେଉ କେନ୍ଦ୍ର ।" କେନ୍ଦ୍ର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ ଏବଂ ଗରିବ ଏବଂ କୃଷକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି PMGKAY କାର୍ଯ୍ୟକ୍ରମକୁ ପୁନଃ ଆରମ୍ଭ କରିବାକୁ ଆମେ କେନ୍ଦ୍ରକୁ ନିବେଦନ କରୁଛୁ ବୋଲି ବିଜେଡି ନେତା କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.