ETV Bharat / state

5T ସଚିବଙ୍କୁ ଟାର୍ଗେଟ୍‌ କରି ଅପରାଜିତାଙ୍କ ଟ୍ବିଟ୍‌, ରାଜ୍ୟର ବିକାଶ ସହି ପାରୁନାହାନ୍ତି କହିଲା ବିଜେଡି

author img

By

Published : Jul 12, 2023, 6:33 AM IST

ପୁଣି 5T ସଚିବଙ୍କୁ ନେଇ ରାଜ୍ୟ ସରକାରଙ୍କୁ ଟ୍ବିଟ୍‌ କରି ଟାର୍ଗେଟ୍‌ କଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । କଡ଼ା ପ୍ରତିକ୍ରିୟା ରଖିଲେ ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି । ଅଧିକ ପଢ଼ନ୍ତୁ

5T ସଚିବଙ୍କୁ ଟାର୍ଗେଟ୍‌ କରି ଅପରାଜିତାଙ୍କ ଟ୍ବିଟ୍‌

ଭୁବନେଶ୍ବର: ପୁଣି 5T ସଚିବଙ୍କୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଟ୍ବିଟ୍‌ କରି ରାଜ୍ୟ ସରକାର ଓ ଶାସକ ଦଳକୁ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି ସାଂସଦ ଅପରାଜିତା । ସେପଟେ ଅପରାଜିତାଙ୍କ ଟ୍ବିଟ୍‌ର କଡ଼ା ଜବାବ ରଖିଛି ଶାସକ ବିଜେଡି ।

  • A Govt official in Odisha addressed Biju Juva Janata Dal Meeting recently.

    The video shows Master Book Keepers of SHGs-receiving remuneration from Govt-taking oath to OBEY THE DIRECTIONS of a BJD MLA.

    Governance in Odisha has become RIDICULOUS-it is a joke.

    We feel ashamed. pic.twitter.com/hfNn2CCUR2

    — Aparajita Sarangi, Member of Parliament (@AprajitaSarangi) July 11, 2023 " class="align-text-top noRightClick twitterSection" data=" ">

ଅପରାଜିତା ନିଜ ଟ୍ବିଟ୍‌ରେ ଲେଖିଛନ୍ତି, "ଆମ ରାଜ୍ୟରେ ଜଣେ ସରକାରୀ କର୍ମଚାରୀ ବିଜୁ ଯୁବ ଜନତା ଦଳର ବୈଠକରେ ଭାଷଣ ଦେଉଛନ୍ତି । ଭିଡିଓରେ ସ୍ପଷ୍ଟ ଦୃଶ୍ୟମାନ ହେଉଛି । ମହିଳା ସ୍ବୟଂ ସହାୟକ ଗୋଷ୍ଠୀର MBK (Master Book Keepers) ଯେଉଁମାନେ ବେତନ ସରକାରଙ୍କ ଠାରୁ ପାଉଛନ୍ତି, କିନ୍ତୁ ବିଧାୟକଙ୍କ ନିର୍ଦ୍ଦେଶ ମାନିବାପାଇଁ ଶପଥ ନେଉଛନ୍ତି । ରାଜ୍ୟରେ ଶାସନ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ଏବଂ ହାସ୍ୟାସ୍ପଦ ହୋଇ ସାରିଛି । ଏହା ଏକ ମଜା ମଜଲିସ୍‌ ପରି ଅନୁଭୂତ ହେଲାଣି । ଆମକୁ ସରକାରଙ୍କୁ ନେଇ ଲଜ୍ୟା ଅନୁଭବ ହେଉଛି । କେତେକ ନିର୍ଦ୍ଦିଷ୍ଟ ସରକାରୀ କର୍ମଚାରୀ ନିଜକୁ ରାଜନୈତିକ କାର୍ଯ୍ୟକ୍ରମରେ ଜଡ଼ିତ ରଖିଛନ୍ତି, ତାହା ଚିନ୍ତାର ବିଷୟ । ଏହା ସୁଶାସନ ବ୍ୟବସ୍ଥାର ସଠିକ ଉଦାହରଣ ନୁହେଁ । ଆଶା କରାଯାଉଛି, ଆଗାମୀ ୨୦୨୪ ନିର୍ବାଚନ ପରେ ଏମିତି ସରକାର ରାଜ୍ୟରେ ଚାଲିବ ନାହିଁ ।

ସେପଟେ ଅପରାଜିତା ଷଡ଼ଙ୍ଗୀଙ୍କ ଟ୍ବିଟ୍‌କୁ ବିଜେଡି ଜୋରଦାର କାଉଣ୍ଟର କରିଛି । ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି, "ଏସ୍‌ଏଚ୍‌ଜି ମାଧ୍ୟମରେ ସମାଜରେ ଅବହେଳିତ ହୋଇ ରହିଥିବା ମା' ମାନଙ୍କର ଉତ୍ଥାନ ହୋଇଛି । ସମାଜିକ, ଅର୍ଥନୈତିକ ଓ ମାନସିକସ୍ତରରେ ହୋଇଥିବା ବିକାଶକୁ ଅନ୍ୟମାନେ ସହି ପାରୁନାହାନ୍ତି । କାହାର ଟିପ୍ପଣୀରେ କିଛି ଯାଏଆସେ ନାହିଁ । ଗାଁର ମହିଳାମାନଙ୍କ ଦ୍ବାରା ଯେଉଁ ସମୀକରଣ ହୋଇଛି ଓ ରାଜନୈତିକ ଓ ସାମାଜିକ ଚିତ୍ର ପରିବର୍ତ୍ତନ ହୋଇଛି, ତାହା ଦ୍ବାରା ସମାଜର ବିକାଶ ହୋଇଛି ।"

ଏହା ମଧ୍ୟ ପଢ଼ନ୍ତୁ...ଟିକେଟ କଟିଯିବା ଭୟରେ କେହି ମୁହଁ ଖୋଲୁନାହାନ୍ତି: ପ୍ରଦୀପ ପୁରୋହିତ

ତେବେ ଦୀର୍ଘଦିନ ହେବ 5T ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତକୁ ନେଇ ବିରୋଧୀ ହଙ୍ଗାମା କରୁଛନ୍ତି । ବିଜେପି, କଂଗ୍ରେସ ଓ ଆପ୍‌ ପକ୍ଷରୁ ଏହାକୁ ପ୍ରତିବାଦ କରାଯାଉଛି । ବିଜେପି ଓ କଂଗ୍ରେସ ଏନେଇ କେନ୍ଦ୍ର ସରକାରଙ୍କ ଦ୍ବାରସ୍ଥ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ, ରାଜ୍ୟ ସରକାର ଏବଂ 5T ସଚିବଙ୍କୁ ଭୁବନେଶ୍ବର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ବିଭିନ୍ନ ସମୟରେ ଟାର୍ଗେଟ୍‌ କରୁଛନ୍ତି । କେତେବେଳେ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ମାଗୁଛନ୍ତି ତ କେତେବେଳେ 5T ସଚିବ ଯଦି ରାଜନୀତି କରିବାର ଅଛି, ତେବେ ଚାକିରିରୁ ଇସ୍ତଫା ଦେଇ ରାଜନୀତିକୁ ଆସନ୍ତୁ ବୋଲି କହି ସିଧା ସଳଖ ଟାର୍ଗେଟ୍‌ କରୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.