ETV Bharat / state

ବୁଡ଼ିଲା ଉପହାର ଡଙ୍ଗା, ଦିନକ ଆଗରୁ ହୋଇଥିଲା ଉଦଘାଟନ ! - ବୁଡ଼ିଗଲା ବିଜେଡି ନେତାଙ୍କ ଉପହାର ଡଙ୍ଗା

ପାଣ୍ଡିଆବିଲି ଓ ବୁଢାଙ୍ଗରା ଗ୍ରାମବାସୀଙ୍କ ଯାତାୟତ ପାଇଁ ଏକ ଡଙ୍ଗା ଉପହାର ଦେଇ ବାହା ବାହା ନେଇଥିଲେ ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ବିଭୁତି ଭୂଷଣ ବଳବନ୍ତରାୟ । ତେବେ ଗୋଟିଏ ଦିନ ନଚାଲୁଣୁ ନଦୀ ଗର୍ଭରେ ଡଙ୍ଗା ବୁଡ଼ିଯାଇଛି । ଅଧିକ ପଢ଼ନ୍ତୁ

ପାଣ୍ଡିଆବିଲିରେ ବୁଡ଼ିଲା ଉପହାର ଡଙ୍ଗା, ଦିନକ ଆଗରୁ ହୋଇଥିଲା ଉଦଘାଟନ

author img

By

Published : Jul 26, 2022, 10:33 PM IST

ଖୋର୍ଦ୍ଧା: ପାଣ୍ଡିଆବିଲି ଓ ବୁଢାଙ୍ଗରା ଗ୍ରାମବାସୀଙ୍କ ଯାତାୟତ ପାଇଁ ଏକ ଡଙ୍ଗା ଉପହାର ଦେଇ ବାହା ବାହା ନେଇଥିଲେ ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ବିଭୁତି ଭୂଷଣ ବଳବନ୍ତରାୟ । ତେବେ ଗୋଟିଏ ଦିନ ନଚାଲୁଣୁ ନଦୀ ଗର୍ଭରେ ଡଙ୍ଗା ବୁଡ଼ିଯାଇଛି । ଏହି ଦୃଶ୍ୟ ଦେଖିବା ପରେ କେବଳ ନିଜସ୍ବ ପ୍ରଚାର ପାଇଁ ନେତାଏ ଏଭଳି କାର୍ଯ୍ୟକ୍ରମ କରିଥିବା ଚର୍ଚ୍ଚା ହେଉଛି ।

ପାଣ୍ଡିଆବିଲିରେ ବୁଡ଼ିଲା ଉପହାର ଡଙ୍ଗା, ଦିନକ ଆଗରୁ ହୋଇଥିଲା ଉଦଘାଟନ

ଏହା ବି ପଢ଼ନ୍ତୁ ନେତା ହେବତ ଏମିତି, ଚାନ୍ଦା କରି ଗ୍ରାମବାସୀଙ୍କୁ ଉପହାର ଦେଲେ ବୋଟ

ଡଙ୍ଗା ଉଦ୍‌ଘାଟନର ଗୋଟିଏ ଦିନ ନପୁରୁଣୁ ବୁଡି ଯାଇଛି ଡଙ୍ଗା । ପାଣ୍ଡିଆବିଲି ଓ ବୁଢାଙ୍ଗରା ଗ୍ରାମକୁ ଯିବା ଆସିବା କରିବା ପାଇଁ ଭଲ ରାସ୍ତାଟିଏ ନାହିଁ । ସାମାନ୍ୟ ବର୍ଷା ହେଲେ ଯିବା ଆସିବା ବନ୍ଦ ହୋଇଯାଏ । ତେଣୁ ରାସ୍ତା ପାର୍ ହେବାପାଇଁ ଏକମାତ୍ର ଭରସା ହେଲା ଡଙ୍ଗା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ମୋଟରଚାଳିତ ବୋଟ୍‌ ଉକ୍ତ ଦୁଇଟି ଗ୍ରାମକୁ ଦିଆଯାଇଥିଲା । କିନ୍ତୁ ବୈଷୟିକ ସମସ୍ୟାରୁ ତାହା ମଧ୍ୟ ଆଉ କାମରେ ଲାଗୁନି ।

ଏଭଳି ସମସ୍ୟା ପରେ ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ସ୍ଥାନୀୟ ଜନ ପ୍ରତିନିଧିମାନଙ୍କ ସହାୟତାରେ ଏକ ଲକ୍ଷ ଟଙ୍କା ଯୋଗାଡ କରି ବୋଟ କିଣି ଉପହାର ଦେଇଥିଲେ । ଏହାକୁ ନେଇ ଖୁସି ଜାହିର କରିଥିଲେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକର ପାଣ୍ଡିଆବିଲି ଓ ବୁଢାଙ୍ଗରା ଗ୍ରାମବାସୀ । ତେବେ ଡଙ୍ଗା ବୁଡ଼ିବା ପରେ ପୁନଃ ଯାତାୟତ ସମସ୍ୟାରେ ଛନ୍ଦି ହୋଇଛନ୍ତି ପାଣ୍ଡିଆବିଲି ଓ ବୁଢାଙ୍ଗରା ଗ୍ରାମବାସୀ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.