ETV Bharat / state

ଅଧିକ ପୁଞ୍ଜିନିବେଶ ଆଣିବା ପାଇଁ ରାଜ୍ୟ ରାଜ୍ୟ ମଧ୍ୟରେ ଚାଲିଛି ପ୍ରତିଯୋଗିତା: ବିଜେଡି

author img

By

Published : Jul 25, 2023, 7:22 AM IST

ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀଙ୍କ ବିଦେଶ ଗସ୍ତ ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିଥିଲେ । ଏହାକୁ ନେଇ ଏବେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର । ଅଧିକ ପଢନ୍ତୁ

19085541ଅଧିକ ପୁଞ୍ଜିନିବେଶ ଆଣିବା ପାଇଁ ରାଜ୍ୟ ରାଜ୍ୟ ମଧ୍ୟରେ ଚାଲିଛି ପ୍ରତିଯୋଗିତା : ବିଜେଡି

ଅଧିକ ପୁଞ୍ଜିନିବେଶ ଆଣିବା ପାଇଁ ରାଜ୍ୟ ରାଜ୍ୟ ମଧ୍ୟରେ ଚାଲିଛି ପ୍ରତିଯୋଗିତା : ବିଜେଡି

ଭୁବନେଶ୍ବର: ଆମେରିକା ଗସ୍ତରେ ଯାଇଛନ୍ତି ଆଇଟି ମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ । ଆଇଟି କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ ପାଇଁ ଆଶା ରଖିଛନ୍ତି ରାଜ୍ୟ ସରକାର । ନିବେଶ ନୁହେଁ, ଅୟସ ଆରାମ ପାଇଁ ଖର୍ଚ୍ଚ ହେଉଛି ଟିକସ ଟଙ୍କା । ଓଡ଼ିଶାବାସୀଙ୍କୁ ମିଥ୍ୟା ପୁଞ୍ଜି ନିବେଶର ଗପ ଶୁଣାଉଛନ୍ତି ରାଜ୍ୟ ସରକାର । ଟଙ୍କାଟିଏ ବି ବିଦେଶୀ ପୁଞ୍ଜି ଓଡ଼ିଶାକୁ ଆସିନାହିଁ । ବିଦେଶ ଗସ୍ତରେ କେତେ ଖର୍ଚ୍ଚ ହୋଇଛି, କେତେ ପୁଞ୍ଜି ନିବେଶ ହୋଇଛି । କେଉଁ କେଉଁ ପୁଞ୍ଜିନିବେଶକାରୀଙ୍କୁ ରାଜ୍ୟ ସରକାର ଭେଟିଛନ୍ତି ତାହାର ବିବରଣୀ ସହ ଶ୍ବେତପତ୍ର ଜାରି କରନ୍ତୁ ବୋଲି ବିଜେପି ଦାବି କରିଥିଲା । ବିଦେଶ ଗସ୍ତ ନେଇ ସୃଷ୍ଟି ହୋଇଥିବା ରାଜନୈତିକ ବୟାନବାଜି ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ।

ଏହାବି ପଢନ୍ତୁ- CMO Team USA Visit; ଆପଲ, ଗୁଗୁଲ, ମେଟା ଓ ଭିସା କମ୍ପାନୀ ସହ ଆଲୋଚନା କରିବେ ରାଜ୍ୟ ପ୍ରତିନିଧି

ଦେବୀ କହିଛନ୍ତି ଯେ, ବିଦେଶ ବୁଲିବା ବଡ଼ କଥା ନୁହେଁ । ଟିକେଟ ଖର୍ଚ୍ଚ ମଧ୍ୟ କମ ପଡ଼ିଲାଣି । ଏମିତି କହିବା ଏକ ଦୁର୍ଭାଗ୍ୟଜନକ କଥା । ଦେଶରେ ରାଜ୍ୟ ରାଜ୍ୟ ମଧ୍ୟରେ ପ୍ରତିଯୋଗିତା ଚାଲିଛି । କିପରି ନିଜ ନିଜ ରାଜ୍ୟକୁ ଅଧିକ ପୁଞ୍ଜିନିବେଶ ଆଣି ହେବ ସେନେଇ ପ୍ରତିଯୋଗିତା ହେଉଛି । ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ଲାଗି ଯୋଜନା ଉପରେ ପ୍ରୋତ୍ସାହନ ମଧ୍ୟ ଦିଆଯାଉଛି । ପୁଞ୍ଜିନିବେଶ ହେଲେ ନିଯୁକ୍ତି ବଢ଼ିବ । ଅଧିକ ରୋଜଗାର ସୃଷ୍ଟି ହେବ । ସରକାରଙ୍କ ଶିଳ୍ପ ନୀତି ପରେ ସକ୍ଟ୍ରୋରାଲ ପଲିସି ମଧ୍ୟ ହୋଇଛି । ସେମିକଣ୍ଡକ୍ଟର ନୀତିକୁ ଗତ କ୍ୟାବିନେଟ୍‌ ମୋହର ମାରିଛି । ସେକ୍ଟର ଅନ୍ତର୍ଗତ ପୁଞ୍ଜି ଆଣିବା ଲାଗି ଅନ୍ୟ ରାଜ୍ୟ ତୁଳନା ଭଲ ପ୍ରୋତ୍ସାହନ ଦେବାକୁ ପଡ଼ିବ । ସେମିତି ନକଲେ ସେମାନେ ଓଡିଶାକୁ ଆସିବେ କାହିଁକି ?

ରାଜ୍ୟ ସରକାରଙ୍କ ଗୋଟେ ଟିମ୍‌ ଆମେରିକା ଯାଇଛି । ଗୁଗୁଲ, ଆପଲ, ଫେସ୍‌ବୁକ୍‌, ଆଇଟିଏସ, ଆଇଓଏସର ନୂଆ କମ୍ପାନୀ ସହିତ ଆଲୋଚନା ହେବ । ସେମିକଣ୍ଡକ୍ଟର କ୍ଷେତ୍ରରେ ଗୋଟେ ସଂସ୍ଥା ଗୁଜରାଟରୁ ଚାଲି ଯାଇଛି । ତେଣୁ ଓଡ଼ିଶାକୁ ସେମିକଣ୍ଡକ୍ଟର ଆଣି ପାରିଲେ ରାଜ୍ୟରେ ସେ ସମ୍ପର୍କିତ ଇକୋସିଷ୍ଟମ ସୃଷ୍ଟି ହୋଇଯିବ । ସେଥିପାଇଁ କଥା ହେବାକୁ ଯାଇଛନ୍ତି । ଯାହା ଦ୍ବାରା ରାଜ୍ୟକୁ ପୁଞ୍ଜିନିବେଶ ଆସିପାରିବ । ଅର୍ଥନୀତି ସମୃଦ୍ଧ ହେବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ବିଦେଶୀ ପୁଞ୍ଜିନିବେଶ ବା FDIକୁ ଆକର୍ଷିତ କରୁଥିବା ରାଜ୍ୟ ମଧ୍ୟରେ ଓଡିଶା ପ୍ରଥମ 3 ସ୍ଥାନ ମଧ୍ୟରେ ରହି ଆସୁଛି । ବର୍ତ୍ତମାନ ବି ଓଡିଶା ଏହି ତାଲିକାରେ ଅଛି । ଆସୋଚାମ, ଅନ୍ୟାନ୍ୟ ଶିଳ୍ପ ସହଯୋଗୀ ସଂସ୍ଥା ଆକଳନ କରିଛନ୍ତି । ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀ ଆମେରିକା ଗସ୍ତରେ ଯାଇ ଓଡ଼ିଶାରେ ପୁଞ୍ଜିନିବେଶ କରିବା ନିମନ୍ତେ ଆମନ୍ତ୍ରଣ କରିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.