ETV Bharat / state

ନବ ନିର୍ମାଣ କୃଷକ ସଂଗଠନର ଓଡ଼ିଶା ବନ୍ଦ ଡାକରା: ପୂର୍ବାହ୍ନ 9.30 ସୁଦ୍ଧା ଅଫିସ ଆସିବାକୁ କର୍ମଚାରୀଙ୍କୁ ପରାମର୍ଶ - ରୁଚିକା ଆତ୍ମହତ୍ୟା ଘଟଣାରେ ଓଡିଶା ବନ୍ଦ ଡାକରା

ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ ଓ ନବ ନିର୍ମାଣ ଛାତ୍ର ଯୁବ ସଂଗଠନ । ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ 12 ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି ସଂଗଠନ । ରୁଚିକା ମାମଲାରେ କମିଶନରେଟ ପୋଲିସ ଏପର୍ଯ୍ୟନ୍ତ ଅପରାଧୀଙ୍କୁ ଧରିବାରେ ବିଫଳ ହୋଇଛି । ଅଧିକ ପଢନ୍ତୁ

ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲା : ନବ ନିର୍ମାଣ କୃଷକ ସଂଗଠନ ଓ  ଯୁବ ସଂଗଠନର 12 ଘଣ୍ଟିଆ ଓଡିଶା ବନ୍ଦ ଡାକରା

author img

By

Published : Jul 18, 2022, 11:02 PM IST

ଭୁବନେଶ୍ବର: ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ ଓ ନବ ନିର୍ମାଣ ଛାତ୍ର ଯୁବ ସଂଗଠନ । ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ 12 ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି ସଂଗଠନ । ଏହାକୁ ଦୃଷ୍ଟିରେ ରଖି ପୂର୍ବାହ୍ନ 9.30 ସୁଦ୍ଧା ଅଫିସ ଆସିବାକୁ କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର ।

ଆସନ୍ତାକାଲି ସକାଳ 6ରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛି ସଂଗଠନ । ନବନିର୍ମାଣ କୃଷକ, ଛାତ୍ର ସଂଗଠନ ଓଡ଼ିଶା ବନ୍ଦ ଡାକରା ଦେଇଛି । ରୁଚିକା ମାମଲାରେ କମିଶନରେଟ ପୋଲିସ ଏପର୍ଯ୍ୟନ୍ତ ଅପରାଧୀଙ୍କୁ ଧରିବାରେ ବିଫଳ ହୋଇଛି । ଅପରାଧୀଙ୍କୁ ଧରିବାରେ ପୁଲିସର ବିଫଳତା ଓ ରୁଚିକାଙ୍କ ମା’ଙ୍କ ଉପରେ ପୋଲିସର ବର୍ବରତା ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇବ ସଂଗଠନ । ସଂଗଠନର ବନ୍ଦ ଡାକରାକୁ ସମର୍ଥନ ଘୋଷଣା କରିଛି ରାଜ୍ୟ କଂଗ୍ରେସ ।

ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ସଚିବ । ଏହା ସହ ପୂର୍ବାହ୍ନ 9 ଟା 30 ସୁଦ୍ଧା ଅଫିସ ଆସିବାକୁ କର୍ମଚାରୀଙ୍କୁ ପରାମର୍ଶ ଦିଆଯାଇଛି । ପୂର୍ବାହ୍ନ 10ଟା 15ରେ ଲୋକସେବା ଭବନ ସମ୍ମୁେଖରେ ଗେଟ ବନ୍ଦ ହେବ । ଏହା ସହ ଲୋକସେବା ଭବନ ଓ ଖାରବେଳ ଭବନକୁ ପ୍ରବେଶ ବେଳେ ଯାଞ୍ଚ କଡାକଡି ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.