ETV Bharat / state

ଝାରସୁଗୁଡା ବ୍ୟାଟେଲ; 50 ହଜାରରୁ ଅଧିକ ଭୋଟରେ ଜିତିବେ ଦୀପାଳି: ବିଜେଡି - ଝାରସୁଗୁଡା ଉପନିର୍ବାଚନ

ବରିଷ୍ଠ ବିଜେଡି ନେତ୍ରୀ ତଥା ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ଝାରସୁଗୁଡାରେ ବିଜେଡି 50 ହଜାରରୁ ଅଧିକ ଭୋଟ ପାଇବ । ଦୀପାଳି ଦାସ ସମସ୍ତଙ୍କ ଦ୍ଵାରା ଆଦୃତ ହୋଇଛନ୍ତି । ଲୋକେ ତାଙ୍କୁ ଭୋଟ ଦେବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଭୋଟ ମଧ୍ୟ ଦେଇଛନ୍ତି । 50 ହଜାରରୁ ଅଧିକ ଭୋଟରେ ସେ ଜିତିକି ଆସିବେ । ଅଧିକ ପଢନ୍ତୁ

ଝାରସୁଗୁଡା ବ୍ୟାଟେଲ; 50 ହଜାରରୁ ଅଧିକ ଭୋଟରେ ଜିତିବେ ଦୀପାଳି: ବିଜେଡି

author img

By

Published : May 11, 2023, 10:44 PM IST

ଝାରସୁଗୁଡା ବ୍ୟାଟେଲ; 50 ହଜାରରୁ ଅଧିକ ଭୋଟରେ ଜିତିବେ ଦୀପାଳି: ବିଜେଡି

ଭୁବନେଶ୍ବର: ସରିଛି ଝାରସୁଗୁଡା ଉପନିର୍ବାଚନ । 2019 ସାଧାରଣ ନିର୍ବାଚନ ତୁଳନାରେ ଉପନିର୍ବାଚନରେ ଅଧିକ ଭୋଟିଂ ହୋଇଛି । ତେଣୁ ଦଳୀୟ ପ୍ରାର୍ଥୀ 50 ହାଜରରୁ ଉର୍ଦ୍ଧ୍ବ ଭୋଟରେ ବିଜୟ ଲାଭ କରିବେ ବୋଲି ବିଜେଡି ଆଶା ରଖିଛି । ନବ ଓ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ ଲୋକଙ୍କ ପାଖରେ ପହଁଚିଛି ବୋଲି ବିଜେଡି ନେତା କହିଛନ୍ତି ।

ବରିଷ୍ଠ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ଝାରସୁଗୁଡାରେ ବିଜେଡି 50 ହଜାରରୁ ଅଧିକ ଭୋଟ ପାଇବ । ଦୀପାଳି ଦାସ ସମସ୍ତଙ୍କ ଦ୍ଵାରା ଆଦୃତ ହୋଇଛନ୍ତି । ଲୋକେ ତାଙ୍କୁ ଭୋଟ ଦେବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଭୋଟ ମଧ୍ୟ ଦେଇଛନ୍ତି । 50 ହଜାରରୁ ଅଧିକ ଭୋଟରେ ସେ ଜିତିକି ଆସିବେ । ତାଙ୍କ ବାପାଙ୍କ କାର୍ଯ୍ୟକ୍ରମ ଓ ସରକାରଙ୍କ କାର୍ଯ୍ୟକ୍ରମ ଲୋକଙ୍କ ପାଖରେ ପହଁଚିଛି । ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନା ଲୋକଙ୍କ ପାଖରେ ପହଁଚିଛି । ଲୋକମାନେ ତାଙ୍କୁ ଭଲ ପାଆନ୍ତି । ଶଙ୍ଖ ଚିହ୍ନକୁ ଲୋକେ ଭୋଟ ଦେଇଛନ୍ତି । 2019ରେ ଯେତିକି ସିଟ ଜିତିଥିଲୁ ଆସନ୍ତା ସାଧାରଣ ନିର୍ବାଚନରେ ତାହାଠାରୁ ଅଧିକ ସିଟ ଜିତିବୁ ବୋଲି ସେ ଆକଳନ କରୁଛନ୍ତି । 2024 ନବୀନ ପଟ୍ଟନାୟକ ଓ ବିଜୁ ଜନତା ଦଳ ସପକ୍ଷରେ ଯିବ । ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ପୁନର୍ବାର ସରକାର ଗଠନ ହେବ ବୋଲି ସେ କହିଛନ୍ତି ।

ଏହାବି ପଢନ୍ତୁ- ଆଦିବାସୀଙ୍କ ମହାସମ୍ମିଳନୀ; SDCରେ ସାମିଲ ହେବ ଆଉ 14 ଜିଲ୍ଲା

ସେ ଆହୁରି ମଧ୍ୟ କହିଛନ୍ତି ଯେ, କର୍ଣ୍ଣାଟକ ତଥା କୌଣସି ରାଜ୍ୟରେ ନିର୍ବାଚନ ଫଳାଫଳର ପ୍ରଭାବ ଓଡିଶା ଉପରେ ପଡିବ ନାହିଁ । ଯେପର୍ଯ୍ୟନ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଓଡିଶାରେ ଥିବ ସେପର୍ଯ୍ୟନ୍ତ ବିଜୁ ଜନତା ଦଳ ଜିତିକି ଆସିବ । ନବୀନ ପଟ୍ଟନାୟକ ସରକାର କରିବେ । 2024ରେ ମଧ୍ୟ ନବୀନ ପଟ୍ଟନାୟକଙ୍କ ସରକାର ହିଁ ଗଢିବେ । ସେହିପରି ବିଜେଡିର ଉପ ସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ, ମୁଁ ସଂଖ୍ୟା ଗଣିତକୁ ଯାଉନାହିଁ । ଲୋକଙ୍କ ରସାୟନ ଯାହା ଦୀପାଳି ଦାସ ବହୁ ଭୋଟ ବ୍ୟବଧାନରେ ଜିତିବେ । ରାଜନୈତିକ ସମୀକ୍ଷକ କହୁଛନ୍ତି ଯେ, 30 ହଜାର ଭୋଟ ବ୍ୟବଧାନ ହେଲେ, ଏହାକୁ ବିପୁଳ ବୋଲି କୁହାଯିବ । 2019ରେ ମିଳିଥିବା ଭୋଟର ଉପର କିମ୍ବା ତଳ ହେଲେ ଦେଖିବାକୁ ପଡିବ । ଉପ ନିର୍ବାଚନ ଫଳାଫଳକୁ ଅନେକ ଜିନିଷ ପ୍ରଭାବିତ କରେ ।

ସେହିପରି ବିଜେପି ଝାରସୁଗୁଡାରେ ନିଜର ଦ୍ଵିତୀୟ ସ୍ଥାନ ବଜାୟ ରଖିବା ଲାଗି ଅନେକ ପରିଶ୍ରମ କରିଛି । ସମୟ ଓ ଲୋକ ଉପଯୋଗ କରିଛନ୍ତି । ଦ୍ଵିତୀୟ ସ୍ଥାନ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଥିବା ପ୍ରତିଯୋଗିତା ଉପରେ ସନ୍ଦେହ ପ୍ରକାଶ ପାଇଥିଲା । 2019 ନିର୍ବାଚନରେ ବିଜେପି ଝାରସୁଗୁଡାରେ ଦ୍ଵିତୀୟ ସ୍ଥାନରେ ଥିଲେ । ସେହିପରି ବରିଷ୍ଠ ବିଧାୟକ ତଥା ଝାରସୁଗୁଡାରେ ନିର୍ବାଚନ ପର୍ଯ୍ୟବେକ୍ଷକ ଥିବା ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ନିର୍ବାଚନରେ ବିଜେଡି ଆଗରେ ରହିଛି । ଭଲ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ଜିତିବେ । ଏଥିରେ କିଛି ସନ୍ଦେହ ନାହିଁ । ନିର୍ବାଚନ ପୂର୍ବରୁ ମଧ୍ୟ ଆମେ ଏହି ଆକଳନ କରିଛୁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.