ETV Bharat / state

ରୋଗୀଙ୍କ ଦେବଦୂତ ରାକେଶ, କରିଛନ୍ତି ୫୦ଥର ପ୍ଲେଟଲେଟ୍ ଦାନ

Youth save lives through blood and platelet donations: ଭୁବନେଶ୍ବର କଳାରାହାଙ୍ଗର ଯୁବକ ରାକେଶ ମହାଭୋଇ ପ୍ଲେଟଲେଟ୍ ଦାନ କରି ଗୁରୁତର ରୋଗୀଙ୍କର କରିଛନ୍ତି ଜୀବନ ରକ୍ଷା । ଏଯାଏଁ ୫୦ ଥର ପ୍ଲେଟଲେଟ୍ ଦାନ କରି ହୋଇଛନ୍ତି ଉଚ୍ଚ ପ୍ରଶଂସିତ । ଅଧିକ ପଢନ୍ତୁ

ଗୁରୁତର ରୋଗୀଙ୍କ ଦେବଦୂତ ରାକେଶ, କରିଛନ୍ତି ୫୦ଥର ପ୍ଲେଟଲେଟ ଦାନ

author img

By ETV Bharat Odisha Team

Published : Jan 18, 2024, 4:10 PM IST

ଗୁରୁତର ରୋଗୀଙ୍କ ଦେବଦୂତ ରାକେଶ, କରିଛନ୍ତି ୫୦ଥର ପ୍ଲେଟଲେଟ ଦାନ

ଭୁବନେଶ୍ବର : କଥାରେ ଅଛି ରକ୍ତ ଦାନ ମହତ୍ ଦାନ । ମରଣ ସହ ଲଢେଇ କରୁଥିବା ଲୋକଙ୍କ ପାଇଁ ଜରୁରୀ ସମୟରେ ରକ୍ତଦାନ ସଂଜୀବନୀ ଭଳି କାର୍ଯ୍ୟ କରିଥାଏ । ସମାଜରେ ଏମିତି ଅନେକ ଲୋକ ମାନବିକତାକୁ ପାଥେୟ କରି ସ୍ବଇଚ୍ଛାରେ ରକ୍ତ ଦାନ କରିଥାନ୍ତି । ଏଭଳି ଜଣେ ରକ୍ତଦାତା ହେଉଛନ୍ତି ଭୁବନେଶ୍ବର କଳାରାହାଙ୍ଗର ରାକେଶ ମହାଭୋଇ । ସେ କେବଳ ରକ୍ତ ଦାନ କରିବା ସହ ପ୍ଲେଟଲେଟ ବା sdp (single donor platelate) ଦେଇ ରେକର୍ଡ କରିଛନ୍ତି । ୩୧ ବର୍ଷୀୟ ରାକେଶ ଏଯାଏଁ ୫୦ ଥର ପ୍ଲେଟଲେଟ ଦାନ କରି ଅନେକ ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇଛନ୍ତି । ସେ ଏହି ମହତ୍ କାର୍ଯ୍ୟ ୨୦୧୭ ମସିହାରୁ କରି ଆସୁଛନ୍ତି ।

ଅତୀତରେ ଜଣେ କର୍କଟ ରୋଗୀଙ୍କୁ ରକ୍ତ ଦାନ ପାଇଁ ଯାଇ ରାକେଶ ପ୍ଲେଟଲେଟ ଦାନର ଆବଶ୍ୟକତା ଓ ମହତ୍ଵକୁ ବୁଝିପାରିଥିଲେ । ପ୍ଲେଟଲେଟ୍ ଦାନକୁ ନେଇ ସେ କହିଛନ୍ତି ଯେ ସାଧାରଣ ରକ୍ତ ଦାନଠାରୁ ଏହା ଭିନ୍ନ। ପ୍ଲେଟଲେଟ୍ ଦାନରେ ଅପେକ୍ଷାକୃତ ଅଧିକ ସମୟ ଲାଗିଥାଏ ଓ ଦାତା ଦାନ କରିବା ପରେ ଦୁର୍ବଳ ହୋଇ ପଡିଥାନ୍ତି। କିନ୍ତୁ କିଛି ସମୟ ପରେ ସେ ସୁସ୍ଥ ହୋଇଥାନ୍ତି । ସାଧାରଣ ଭାବେ ସମସ୍ତେ ତ ରକ୍ତ ଦେଇପାରିବେ, ହେଲେ ପ୍ଲେଟଲେଟ ରକ୍ତଦାତା ବହୁତ କମ ମିଳନ୍ତି । ପ୍ରତି ୧୦ ଜଣରେ ଜଣେ ବ୍ୟକ୍ତି ପ୍ଲେଟଲେଟ ଦାନ କରିପାରିବେ । ତେଣୁ ଏହି ରକ୍ତ ଦାନ ପାଇଁ କମ ଲୋକ ଯୋଗ୍ୟ ହୋଇଥିବା ବେଳେ ଯେଉଁ ମାନେ ଏଥିପାଇଁ ଯୋଗ୍ୟ ସେମାନେ ଏହା ଦାନ କରନ୍ତୁ ବୋଲି ରାକେଶ ଆହ୍ବାନ ଦେଇଛନ୍ତି । ଅନ୍ୟପଟେ ରାକେଶଙ୍କ ଏହି ବଦାନ୍ୟତାକୁ ନେଇ କମିସନରେଟ ପୋଲିସ ଠାରୁ ଆରମ୍ଭ ଆରମ୍ଭ କରି ଅନେକ ସ୍ବେଛାସେବୀ ସଙ୍ଗଠନ ତାଙ୍କୁ ସମ୍ମାନିତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ ... କୁନି ବୟସରେ କମାଲ, ସାଢେ 3 ବର୍ଷରେ ହାତେଇଲେ ଇଣ୍ଡିଆ ବୁକ ଅଫ ରେକର୍ଡ

ପ୍ଲେଟଲେଟ୍ ମଣିଷ ଶରୀର ଏଭଳି ଏକ ରକ୍ତ କଣିକା ଯାହା ରକ୍ତକୁ ଜମାଟ ବା ବାନ୍ଧି ରଖିବାରେ ସାହାଯ୍ୟ କରେ। ଜଣେ ମଣିଷ ଶରୀରରେ ୧ଲକ୍ଷରୁ ୪ ଲକ୍ଷ ପ୍ଲେଟଲେଟ ସଂଖ୍ୟା ରହିଥାଏ। ଏହି ସଂଖ୍ୟା ୨୦ ହଜାରରୁ କମ ସଂଖ୍ୟକ ରହିଲେ ମଣିଷ ରକ୍ତହୀନତାର ଶିକାର ହୋଇଥାଏ । ପ୍ଲେଟଲେଟର ପ୍ରତିଶତ କମ୍ ହୋଇଗଲେ ମଣିଷର ଜୀବନ ଚାଲିଯିବାର ଆଶଙ୍କା ରହିଥାଏ । ବିଶେଷକରି ଡେଙ୍ଗୁ ରୋଗ ଓ କ୍ୟାନ୍ସରରେ ପୀଡ଼ିତ ରୋଗୀଙ୍କ ପାଖରେ ପ୍ଲେଟଲେଟ ସଂଖ୍ୟାରେ ହ୍ରାସ ଅଧିକ ମାତ୍ରାରେ ଦେଖାଯାଇଥାଏ । ଏପରି ସ୍ଥିତିରେ ଏହି ରୋଗୀଙ୍କୁ ବଞ୍ଚାଇବା ଅସମ୍ଭବ ହୋଇଥାଏ । ଏଭଳି ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ଯଥେଷ୍ଟ ପ୍ଲେଟଲେଟର ଆବଶ୍ୟକ ରହିଥାଏ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.