ETV Bharat / state

ମାତ୍ର ୯୯୯ ଟଙ୍କାରେ ଭୁବନେଶ୍ବରରୁ ଜାମସେଦପୁରକୁ ବିମାନ ଯାତ୍ରା

author img

By

Published : Aug 8, 2023, 8:50 AM IST

ଇଣ୍ଡିଆ ୱାନ ଏୟାରର ସ୍ବତନ୍ତ୍ର ଅଫର । ଭୁବନେଶ୍ବରରୁ ଜାମସେଦପୁରକୁ ମାତ୍ର ୯୯୯ ଟଙ୍କାରେ ବିମାନ ଯାତ୍ରା । ଅଧିକ ପଢନ୍ତୁ

୯୯୯ ଟଙ୍କାରେ ଭୁବନେଶ୍ବରରୁ ଜାମସେଦପୁରକୁ ବିମାନ ଯାତ୍ରା

ଭୁବନେଶ୍ବର: ମାତ୍ର 999 ଟଙ୍କାରେ ମିଳିବ ବିମାନ ସେବା । ଯାତ୍ରୀମାନେ ଭୁବନେଶ୍ବରରୁ ଜାମସେଦପୁରକୁ କେବଳ 999 ଟଙ୍କାରେ ବିମାନ ଯାତ୍ରା କରିପାରିବେ । ଇଣ୍ଡିଆ ୱାନ ଏୟାର ଖୁବଶୀଘ୍ର ଏଭଳି ସ୍ବତନ୍ତ୍ର ଅଫର ଆରମ୍ଭ କରିବାକୁ ଯାଉଛି । ଭୁବନେଶ୍ବରରୁ ଜାମସେଦପୁର ଏବଂ ଜାମସେଦପୁରରୁ ଭୁବନେଶ୍ବର ପାଇଁ ଏହି ଅଫର ଉପଲବ୍ଧ ହେବ । ଜାନୁଆରୀ ୩୧ ତାରିଖରୁ ଭୁବନେଶ୍ବରରୁ ଜାମସେଦପୁର ଏବଂ ଜାମସେଦପୁରରୁ କୋଲକାତାକୁ ଉଡ଼ିଥିଲା ବିମାନ ।

ପୂର୍ବରୁ ଭୁବନେଶ୍ବରରୁ ଜାମସେଦପୁରକୁ ଇଣ୍ଡିଆ ୱାନ ଏୟାର ବିମାନ ଭଡା 2999 ଟଙ୍କା ଏବଂ ଜାମସେଦପୁରରୁ କୋଲକାତା 1999 ଟଙ୍କା ରହିଥିଲା । ପୁନର୍ବାର କୋଲକାତାରୁ ଜାମସେଦପୁର 1999 ଟଙ୍କା ଭଡା ରହିଥିବା ବେଳେ ଜାମସେଦପୁରରୁ ଭୁବନେଶ୍ଵର 2999 ଟଙ୍କା ଧାର୍ଯ୍ୟ କରାଯାଇଥିଲା । ଏବେ ବିମାନ ଯାତ୍ରୀ ସୁଲଭ ମୂଲ୍ୟରେ ଯାତ୍ରା କରିପାରିବେ । ଇଣ୍ଡିଆ ୱାନ୍‌ ଏୟାର ଭୁବନେଶ୍ବରରୁ ସପ୍ତାହକୁ ଦୁଇ ଥର ଚଳାଚଳ କରୁଛି । ବିମାନ ସକାଳ 9ଟାରେ ବାହାରି ଜାମସେଦପୁରରେ ସକାଳ 10ଟା 50ରେ ପହଞ୍ଚୁଛି । ଜାମସେଦପୁରରୁ 11ଟା 30ରେ ଛାଡ଼ୁଛି ଏବଂ କୋଲକାତାରେ 12ଟା 35 ମିନିଟରେ ପହଞ୍ଚୁଛି ।

ଏହାମଧ୍ୟ ପଢନ୍ତୁ: Utkela Airport: ଉତ୍କେଲା ଏୟାରଷ୍ଟ୍ରିପକୁ ମିଳିଲା ଲାଇସେନ୍ସ, ଉଡିବ ବିମାନ

ସେହିପରି କୋଲକାତାରୁ 1ଟା 25ରେ ବାହାରି ଜାମସେଦପୁରରେ 2ଟା 30ରେ ଅବତରଣ କରୁଛି । ଜାମସେଦପୁରରୁ ଅପରାହ୍ନ 3ଟା 10ରେ ବାହାରି ଭୁବନେଶ୍ବରରେ ଅପରାହ୍ନ 5ଟାରେ ପହଞ୍ଚୁଛି । ଭୁବନେଶ୍ବରରୁ ଜାମସେଦପୁରକୁ 1 ଘଣ୍ଟା 50 ମିନିଟ ସମୟ ଲାଗୁଥିବା ବେଳେ ଜାମସେଦପୁରରୁ କୋଲକାତା 1 ଘଣ୍ଟା 5 ମିନିଟ ଲାଗିବ ବୋଲି ଇଣ୍ଡିଆ ୱାନ୍‌ ଏୟାର ପକ୍ଷରୁ ସୂଚନା ମିଳିଛି । ସପ୍ତାହକୁ ଗୋଟିଏ ଦିନ ବିମାନ ଭୁବନେଶ୍ବରରୁ ସକାଳ 6ଟା 30ରୁ ଜାମସେଦପୁରକୁ ଚଳାଚଳ କରୁଛି ।

ଉଡ଼ାନ ଯୋଜନାରେ ଭୁବନେଶ୍ବରରୁ ଜୟପୁର, ରାଉରକେଲା, ବିଶାଖାପାଟଣା, କୋଲକାତା ଆଦି ସ୍ଥାନକୁ ବିମାନ ଚଳାଚଳ କରୁଛି । ଭୁବନେଶ୍ବରରୁ ରାଉରକେଲା ବିମାନ ଭଡ଼ା 2803 ଟଙ୍କା ଏବଂ ରାଉରକେଲାରୁ ଭୁବନେଶ୍ଵରକୁ 2721 ଟଙ୍କା ରହିଛି । ବିମାନରେ 72 ସିଟ୍‌ର ବ୍ୟବସ୍ଥା ରହିଛି । ଅନ୍ୟପଟେ କଳାହାଣ୍ଡି ଜିଲ୍ଲାର ଉତ୍କେଲା ଏୟାରଷ୍ଟ୍ରିପକୁ ବିମାନ ଚଳାଚଳ ନେଇ ଲାଇସେନ୍ସ ମିଳିଛି । ବର୍ତ୍ତମାନ ରାଜ୍ୟରେ 5ଟି ସ୍ଥାନରୁ ବିମାନ ଚଳାଚଳ କରୁଛି । ଇଣ୍ଡିଆ ୱାନ ଏୟାରର ତିନୋଟି ବିମାନ ଜାମସେଦପୁର, କୋଲକାତା ସହ ଜୟପୁର-ଭୁବନେଶ୍ବର, ଜୟପୁର-ବିଶାଖାପାଟଣାକୁ ଉଡାଣ କରୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.