ETV Bharat / state

ରାଜଧାନୀରୁ ଜୟପୁରକୁ ଉଡିବ ବିମାନ, ଆସନ୍ତାକାଲି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

author img

By

Published : Oct 30, 2022, 10:35 PM IST

ଏଣିକି ଭୁବନେଶ୍ବରରୁ ଜୟପୁରକୁ ଉଡିବ ବିମାନ । ଏନେଇ ଇଣ୍ଡିଆ ୱାନ ଏୟାର ପ୍ରତିଦିନ ଚଳାଚଳ କରିବ । ଆସନ୍ତାକାଲି ଏହି ବିମାନ ଚାଳଚଳକୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

ରାଜଧାନୀରୁ ଜୟପୁରକୁ ଉଡିବ ବିମାନ, ଆସନ୍ତାକାଲି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
ରାଜଧାନୀରୁ ଜୟପୁରକୁ ଉଡିବ ବିମାନ, ଆସନ୍ତାକାଲି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଜୟପୁରବାସୀଙ୍କ ପାଇଁ ଖୁସି ଖବର । ଭୁବନେଶ୍ବରରୁ ଜୟପୁରକୁ ଉଡିବ ବିମାନ । ଆସନ୍ତାକାଲି ସକାଳ ସାଢ଼େ 10 ଟା ସମୟରେ ଭୁବନେଶ୍ବରରୁ ଜୟପୁରକୁ ପ୍ରଥମ ବିମାନ ଉଡିବ । ଏହି ବିମାନ ଚାଳଚଳକୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତ୍ୟେକ ଦିନ ଭୁବନେଶ୍ବରରୁ ଜୟପୁରକୁ ଓ ଜୟପୁରରୁ ଭୁବନେଶ୍ବରକୁ ଆସିବା ପାଇଁ ବିମାନ ସେବା ପାଇପାରିବେ ଜନସାଧାରଣ । ଏନେଇ ଇଣ୍ଡିଆ ୱାନ ଏୟାର ପ୍ରତିଦିନ ଚଳାଚଳ କରିବ ।

ଭୁବନେଶ୍ବରରୁ ଜୟପୁର ଉଡାଣ ସମୟ

ପ୍ରତ୍ୟେକ ଦିନ ପୂର୍ବାହ୍ନ 11 ଟା 35 ମିନିଟରେ ଭୁବନେଶ୍ଵର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଜୟପୁରକୁ ଉଡାଣ ଭରିବ । ଏବଂ ଗୋଟାଏ 20 ମିନିଟରେ ଜୟପୁରରେ ପହଞ୍ଚିବ । ଜୟପୁରରୁ ଏହା ଗୋଟାଏ 40 ମିନିଟରେ ଛାଡିବ ଓ 2 ଟା 30ରେ ବିଶାଖାପାଟଣାରେ ପହଞ୍ଚିବ । ଏହା ଅପରାହ୍ନ 3 ଟାରେ ବିଶାଖାପାଟଣାରୁ ବାହାରି 3 ଟା 50 ମିନିଟରେ ଜୟପୁରରେ ପହଞ୍ଚିବ । 4ଟା 5 ମିନିଟରେ ଜୟପୁରରୁ ବାହାରି 5 ଟା 50 ମିନିଟରେ ଭୁବନେଶ୍ବରରେ ପହଞ୍ଚିବ ।

ଏହା ମଧ୍ୟ ପଢନ୍ତୁ: ଆସନ୍ତା ସୋମବାରରୁ ଜୟପୁରକୁ ଉଡ଼ିବ ବିମାନ, ଉତ୍ସାହିତ ଯାତ୍ରୀ

ସୂଚନା ଥାଉକି, ଜୟପୁର ବିମାନବନ୍ଦରରୁ ଯାତ୍ରୀବାହୀ ବିମାନ ଉଡ଼ିବା ପାଇଁ ଗତ 20 ତାରିଖରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଲାଇସେନ୍ସ ଦିଆଯାଇଥିଲା । ତେବେ ଅନ୍ୟପଟେ ଆଗାମୀ ଦିନରେ ଉଡାଣ ସ୍କିମ ଅଧିନରେ କଳାହାଣ୍ଡିର ଉତକେଲା ବିମାନବନ୍ଦରକୁ ବିମାନ ଚଳାଚଳ ପାଇଁ ରୁଟ ମିଳିଛି । DGCA ଅନୁମୋଦନ ମିଳିବା ପରେ ଭୁବନେଶ୍ବରରୁ ଉତକେଲା ଓ ଉତକେଲାରୁ ରାୟପୁର ଯାଏଁ ବିମାନ ଚଳାଚଳ କରିବ । ହକି ୱାର୍ଲ୍ଡ କପ ପୂର୍ବରୁ ଭୁବନେଶ୍ବରରୁ ରାଉରକେଲାକୁ ବିମାନ ଚଳାଚଳ କରିବାର ଯୋଜନା ରହିଛି । ଏହି ରୁଟରେ ଭୁବନେଶ୍ବରରୁ ରାଉରକେଲା, ରାଉରକେଲାରୁ କୋଲକାତା ବିମାନ ଚଳାଚଳ କରିବ ବୋଲି ସୂଚନା ମିଳିଛି । ଅନ୍ୟପଟେ ନୂଆ ବର୍ଷରୁ ଭୁବନେଶ୍ବରରୁ ଗୌହାଟିକୁ ବିମାନ ଚଳାଚଳ କରିବା ନେଇ ଯୋଜନା ରହିଛି । ଏହି ବିମାନ ସପ୍ତାହକରେ 4 ଦିନ ଉଡାଣ କରିବ । ରବିବାର ସୋମବାର ବୁଧବାର ଓ ଶୁକ୍ରବାର ଏହି ଚାରି ଦିନ ବିମାନ ଉଡାଣ କରିବ ।

ଭୁବନେଶ୍ବର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.