ETV Bharat / state

ପ୍ରଚଣ୍ଡ ଖରାରେ ସିଝୁଛି ରାଜଧାନୀ, ମନ ଖୋଜୁଛି ଥଣ୍ଡା ପାନୀୟ - ଆକାଶରୁ ବର୍ଷୁଛି ନିଆଁ

ଆକାଶରୁ ବର୍ଷୁଛି ନିଆଁ । ପ୍ରବଳ ରୌଦ୍ରତାପ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ରାଜଧାନୀବାସୀଙ୍କ ଖରାଦିନିଆ ଶୋଷ ମେଣ୍ଟାଇବାକୁ ସ୍ମାର୍ଟ ସିଟି ଅନଲାଇନ ଅଟୋ ଗ୍ରୁପ ପକ୍ଷରୁ ଖୋଲାଯାଇଛି ଜଳଛତ୍ର ଶିବିର । ଅଧିକ ପଢ଼ନ୍ତୁ

heatwave in bhubaneswar
ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି
author img

By

Published : Apr 19, 2023, 10:15 PM IST

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି

ଭୁବନେଶ୍ବର: ତତଲା କଡେଇରେ ଭାଜି ହେଉଛି ଓଡ଼ିଶା । ଡ଼ହଡ଼ହ ଖରାରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ । ଦିନ ୧୦ଟା ପରେ ଘରୁ ବାହାରିବା ଏକ ପ୍ରକାର ଅସମ୍ଭବ ହୋଇପଡିଛି । ଗ୍ରୀଷ୍ମମାସ ଆରମ୍ଭରୁ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଲାଣି । ଝାଞ୍ଜି ପବନ ସାଙ୍ଗକୁ ଗୁଳଗୁଳିରେ ଅସ୍ତବ୍ୟସ୍ତ ହୋଇପଡିଛି ଜୀବନଯାତ୍ରା । ଦୁଇ ପାଦ ଚାଲିଲେ ତଣ୍ଟି ଶୁଖିଯାଉଛି, ମନ ଖୋଜୁଛି ଥଣ୍ଡା ପାନୀୟ । ରାଜଧାନୀବାସୀଙ୍କ ଖରାଦିନିଆ ଶୋଷ ମେଣ୍ଟାଇବାକୁ ସ୍ମାର୍ଟ ସିଟି ଅନଲାଇନ ଅଟୋ ଗ୍ରୁପ ପକ୍ଷରୁ ଖୋଲାଯାଇଛି ଜଳଛତ୍ର ଶିବିର ।

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ବର୍ତ୍ତମାନର ପାଣିପାଗ ନିୟାମକ ଅନୁଯାୟୀ ଅଧିକାଂଶ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ କରାଯାଉଛି । ଅସହ୍ୟ ଖରା ସହ ଗୁଳୁଗୁଳୁ ହେଉଥିବାରୁ ଘରୁ ବାହାରିବା ଏକ ପ୍ରକାର ଅସମ୍ଭବ ହୋଇପଡୁଛି । ତେବେ ରାଜଧାନୀରେ ସ୍ମାର୍ଟ ସିଟି ଅନଲାଇନ ଅଟୋ ଗ୍ରୁପ ପକ୍ଷରୁ ଜଳଛତ୍ର ଶିବିରର ଆୟୋଜନ କରାଯାଇଛି । ଲେମ୍ବୁ ମିଶ୍ରି ପାଣି, ଥଣ୍ଡା ପାଣି ଓ ଦହିପାଣି ଆଦି ମାଗଣାରେ ବଣ୍ଟାଯାଉଛି । ଖରାରେ ଯାଉଥିବା ପଥିକ ଟିଏ, ଘଡ଼ିଏ ଏଠାରେ ରହିଯାଇ ଗୋଟେ ଗ୍ଲାସ ପିଇ ବେଶ ଆଶ୍ବସ୍ଥି ଅନୁଭବ କରୁଛି । ଏନେଇ ସ୍ମାର୍ଟ ସିଟି ଅନଲାଇନ ଅଟୋ ଗ୍ରୁପ ସଦସ୍ୟ କହିଛନ୍ତି, "ପଣା ସଂକ୍ରାନ୍ତି ଠାରୁ ରାଜଧାନୀରେ ଅଟୋ ସଂଘ ପକ୍ଷରୁ ପାନୀୟ ଜଳ ବଣ୍ଟାଯାଉଛି । ରାସ୍ତାରେ ଯାଉଥିବା ଲୋକେ ଯେପରି ତୃଷାର ସମସ୍ୟା ନଭୋଗନ୍ତି ସେଥିପାଇଁ ଏହି ବ୍ୟବସ୍ଥା କରାଯାଇଛି । ସକାଳ ୮ଟାରୁ ଅପରାହ୍ନ ୪ଟା ଯାଏ ଜଳଛତ୍ର ଶିବିର ଖୋଲା ରହୁଛି । ଗ୍ରୀଷ୍ମପ୍ରବାହ ଜାରି ରହିବା ଯାଏ ପ୍ରତିଦିନ ଏଠାରେ ଶିବିର ରହିବ ।"

ଗତ କିଛି ଦିନ ହେବ ଆକାଶରୁ ନିଆଁ ବର୍ଷୁଛି । ଅସମ୍ଭାଳ ତାତି ଆହିରୁ ତିନି ଦିନ ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବର୍ତ୍ତମାନ ସ୍ଥିତିରେ ଉପକୂଳ ଅଞ୍ଚଳରେ ୪୦ରୁ ୫୦ ପ୍ରତିଶତ ଆଦ୍ରତା ରହୁଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ୨୦ ରୁ ୩୦ ପ୍ରତିଶତ ରହୁଛି ଆଦ୍ରତା । ଯାହା ଫଳରେ ଅଧିକ ଅସହ୍ୟ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି । ସେହିପରି ଉପକୂଳ ଓଡ଼ିଶାରେ ଦିନ ତାପମାତ୍ରା ସହ ରାତି ତାପମାତ୍ରାରେ ମଧ୍ୟ ପରିବର୍ତ୍ତନ ହେଉନାହିଁ । ରାତି ତାପମାତ୍ରା ସ୍ବାଭାବିକଠୁ ଅଧିକ ରେକର୍ଡ ହେଉଛି । ଏହାସହ ବାୟୁମଣ୍ଡଳରେ ଏକ ଗୁରୁଚାପ ବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବ ଆସନ୍ତା ଦୁଇ ଦିନ ପରେ ହ୍ରାସ ପାଇବ । ତେଣୁ ୨୧ ତାରିଖ ପରେ ତାପମାତ୍ରା କମିବାର ସମ୍ଭାବନା ରହିଛି । ୨୨ ଏବଂ ୨୩ ତାରିଖରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି, ଘଡଘଡି ସହ ବର୍ଷା ପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ୱାର୍ଣ୍ଣି ଜାରି କରିଛି ।

ଅନ୍ୟପଟେ ଗତ ୨୪ ଘଣ୍ଟାରେ ଦେଶରେ ଉତ୍ତପ୍ତ ସହର ଭାବେ ଝାରସୁଗୁଡ଼ା ଓ ବାରିପଦା ରେକର୍ଡ ହୋଇଛି । କଟକ, ଭୁବନେଶ୍ୱର, ବାରିପଦା ଭଳି ସହରରେ ହିଟୱେଭ ସ୍ଥିତି ଜାରି ରହିଛି । କଟକ, ଖୋର୍ଦ୍ଧା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ୧୧ ଜିଲ୍ଲାକୁ ହିଟୱେଭ ୱାର୍ଣ୍ଣିଂ ଦିଆଯାଇଛି । ଅନ୍ୟପଟେ ରାଜ୍ୟର କିଛି ଅଞ୍ଚଳରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ଦିଆଯାଇଛି । ଗୁରୁବାର ପାଇଁ ୬ ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ଼, ବୌଦ୍ଧ, ସୋନପୁରକୁ ହିଟୱେଭ ୱାର୍ଣିଂ ଜାରି କରାଯାଇଛି । ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବିଜୁଳି, ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଭୁନେଶ୍ବରରେ ମଧ୍ୟ ଆଜି ହିଟୱେଭ ଜାରି ରହିଥିବାବେଳେ ତାପମାତ୍ରା ୪୨ ଡିଗ୍ରୀ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.