ETV Bharat / state

ରାଜଧାନୀରେ ରାତି ଅଧରେ ବୁଲିଲା ଖଣ୍ଡା, ଶିଶୁପାଳଗଡ଼ରେ ପୁରୀ-ଭୁବନେଶ୍ବର ରାସ୍ତା ଅବରୋଧ - ରୀ ଭୁବନେଶ୍ୱର ମୁଖ୍ୟ ରାସ୍ତା ବନ୍ଦ କଲେ ସ୍ଥାନୀୟ ଲୋକେ

ଭୁବନେଶ୍ୱରରେ ରାତି ଅଧରେ ରାସ୍ତା କଡ଼ରେ ବୁଲିଲା ଖଣ୍ଡା, 3 ଜଣଙ୍କୁ ହାଣି ପକାଇଲେ ଦୁର୍ବୃତ୍ତ । ଶିଶୁପାଳଗଡ଼ରେ ରାସ୍ତା ଅବରୋଧ ପରେ ଉତ୍ତେଜନା ପରିସ୍ଥିତ। ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Aug 29, 2023, 9:40 AM IST

Updated : Aug 29, 2023, 12:50 PM IST

bhubaneswar puri road blocked by local people

ଭୁବନେଶ୍ବର: ରାଜଧାନୀର ଛାତି ଉପରେ ବୁଲିଲା ଖଣ୍ଡା । ରାତି ଅଧରେ ଖଣ୍ଡା ବୁଲାଇ ଆତଙ୍କ ଖେଳାଇଲେ ଦୁର୍ବୃତ୍ତ । ରାକ୍ଷୀ ଦୋକାନକୁ ବଟି ମାଗିବାକୁ ଆସି ପାଟି ତୁଣ୍ଡ ପରେ ବୁଲିଲା ଖଣ୍ଡା । ଖଣ୍ଡା ଚୋଟରେ 3 ଜଣ ଆହତ ହୋଇଥିବା ବେଳେ ଏକ ବାଇକ ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ । ଭୁବନେଶ୍ୱର ଶିଶୁପାଳଗଡ଼ ଛକରେ ସୋମବାର ରାତିରେ ଘଟିଥିଲା ଏପରି ତୁମୁଳକାଣ୍ଡ । ପୋଲିସ ପହଞ୍ଚିବାରେ ବିଳମ୍ବ କରିବାରୁ ପୁରୀ ଭୁବନେଶ୍ୱର ମୁଖ୍ୟ ରାସ୍ତା ବନ୍ଦ କଲେ ସ୍ଥାନୀୟ ଲୋକେ ।

ପୋଲିସର ନିଷ୍କ୍ରିୟତା ନେଇ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ଶତାଧିକ ଗ୍ରାମବାସୀ । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ପୁରୀରୁ ଭୁବନେଶ୍ୱରକୁ ଆସୁଥିବା ଲୋକେ ନା ପଶି ପାରୁଥିଲେ ନା ଭୁବନେଶ୍ୱରରୁ ପୁରୀ ଆଡ଼କୁ ଯାଇ ପାରୁଥିଲେ। ଦୀର୍ଘ ସମୟ ଧରି ଏପରି ଉତ୍ତେଜନା ଲାଗି ରହିବା ପରେ ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଆତଙ୍କ ମଚାଇଥିବା ଦୁର୍ବୃତ୍ତଙ୍କୁ ଧରିବା ଖୁବଶୀଘ୍ର ଧରିବାକୁ ପ୍ରତିଶୃତି ଦିଆୟିବା ପରେ ଆକ୍ରମଣକାରୀଙ୍କୁ ଧରିବା ନେଇ ପ୍ରତିଶୃତି ପରେ ଉତ୍ତେଜନା ଥମିଥିଲା। ଏନେଇ ଭୁବନେଶ୍ୱର ଏସିପି ଜୋନ 2 କହିଛନ୍ତି, ଆମେ ଅଭିଯୋଗ ପାଇ ଘଟଣାସ୍ଥଳରେ ପହଞ୍ଚିଥିଲୁ । କିଛି ଲୋକ ଆକ୍ରମଣରେ ଆହତ ହୋଇଛନ୍ତି । ସେମାନଙ୍କୁ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଏପରିକି ଯେଉଁମାନେ ଆକ୍ରମଣ କରିଛନ୍ତି ସେମାନଙ୍କୁ ଚିହ୍ନଟ କରାଯାଇଛି‌ । ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ‌ ।

ଏହା ମଧ୍ୟ ପଢନ୍ତୁ-ରଣକ୍ଷେତ୍ର ପାଲଟିଲା ମାଷ୍ଟରକ୍ୟାଣ୍ଟିନ, ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ଆଗକୁ ଆସୁଛି ସାଧାରଣ ନିର୍ବାଚନ । ଏହା ପୂର୍ବରୁ ଭୁବନେଶ୍ବରରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଧ୍ୟାନ ଦେବା ଜରୁରି ହୋଇପଡିଛି । ଭୁବନେଶ୍ୱର ଭଳି ସ୍ଥାନରେ ବିଶେଷ କରି ଶିଶୁପାଳଗଡ଼ ଠାରେ ଦୀର୍ଘଦିନ ବ୍ୟବଧାନ‌ ପରେ ଏପରି ପରିସ୍ଥିତି ଉପୁଜିଛି । ପୂର୍ବରୁ ମଧ୍ୟ ଏହି ସ୍ଥାନରେ ଉତ୍ତେଜନା ଦେଖା ଦେଇଥିବା ନଜିର ରହିଛି । କିନ୍ତୁ ଗତକାଲି ରାତିରେ ଘଟିଥିବା ଘଟଣା ପରେ ଲୋକେ ରୋଡ଼ ବ୍ଲକ୍‌ କରିବାରୁ ରାସ୍ତାରେ ଦୁଇ ପଟେ ଶହଶହ ଗାଡ଼ି ଅଟକି ରହିଥିଲା । କମିଶନରେଟ ପୋଲିସ ପାଇଁ ଉକ୍ତ ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣାଧୀନ କରିବାରେ ଏକ ପ୍ରକାର କାଠିକର ପାଠ ହୋଇଥିଲା । ସ୍ଥାନୀୟ ଥାନା ଅଧିକାରୀ ସହ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତମ ବୁଝାମଣା ନରହିବା, ପୋଲିସକୁ ନେଇ ଲୋକଙ୍କ ମଧ୍ୟରେ ଭୟ‌ ନରହିବା କାରଣରୁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଆଗକୁ ନିର୍ବାଚନ ଥିବାରୁ ଏପରି ଘଟଣା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି ।

ସୂଚନା ମୁତାବକ, ସୋମବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଶିଶୁପାଳଗଡ଼ରେ ଏକ ରାକ୍ଷୀ ଦୋକାନ ଖୋଲା ରହିଥିବାରୁ କିଛି ଦୁର୍ବୃତ୍ତ ବଟି ମାଗିବାକୁ ଆସିଥିଲେ । ଏହାପରେ ଉକ୍ତ ଦୋକାନୀ ଓ ଦୁର୍ବୃତ୍ତଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଯାହା ପରମୁହୁର୍ତ୍ତର ଉଗ୍ରରୂପ ନେଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 29, 2023, 12:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.