ETV Bharat / state

ଘନ କୁହୁଡ଼ି ଯୋଗୁଁ ଟ୍ରେନ୍‌ ଚଳାଚଳ ପ୍ରଭାବିତ, ରାଜଧାନୀ ଏକ୍ସପ୍ରେସ ଟ୍ରେନ୍‌ ସମୟରେ ପରିବର୍ତ୍ତନ - ଏକ୍ସପ୍ରେସ ଟ୍ରେନର ସମୟରେ ପରିବର୍ତ୍ତନ

ଘନ କୁହୁଡ଼ି ଯୋଗୁଁ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଛି । ଆସନ୍ତାକାଲି(ମଙ୍ଗଳବାର) ପୂର୍ବାହ୍ନ 9ଟାରେ ଛାଡ଼ିବାକୁ ଥିବା ଭୁବନେଶ୍ବର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସର ସମୟରେ ପରିବର୍ତ୍ତନ ହୋଇଛି । ସକାଳ ବଦଳରେ ଅପରାହ୍ନରେ ଛାଡ଼ିବ ଟ୍ରେନ୍‌ । ଅଧିକ ପଢନ୍ତୁ

Rajdhani express
ଟ୍ରେନ୍‌ ଚଳାଚଳ ପ୍ରଭାବିତ
author img

By

Published : Jan 9, 2023, 7:41 PM IST

ଭୁବନେଶ୍ବର: ଉତ୍ତର ଭାରତ ସମେତ ପୂର୍ବ ଭାରତ ମଧ୍ୟରେ ଅନେକ ସ୍ଥାନରେ ଘନ କୁହୁଡି ପରିସ୍ଥିତି ଦେଖିବାକୁ ମିଳିଛି । ଯାହା ଟ୍ରେନ ଚଳାଚଳ ପାଇଁ ଏକ ପ୍ରକାରର ବିପଦ । ତେଣୁ ଆସନ୍ତାକାଲି ଭୁବନେଶ୍ବରରୁ ପୂର୍ବାହ୍ନ 9ଟାରେ ଛାଡ଼ିବାକୁ ଥିବା ଭୁବନେଶ୍ବର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସର ସମୟରେ ପରିବର୍ତ୍ତନ ହୋଇଛି । ଏହି ଟ୍ରେନ୍‌ ପୂର୍ବାହ୍ନ 9ଟାରେ ଛାଡ଼ିବା ବଦଳରେ ଅପରାହ୍ନ ୪ଟା ୪୫ ମିନିଟରେ ଛାଡ଼ିବ । ଉତ୍ତର ଭାରତରେ ଘନ କୁହୁଡି ଯୋଗୁଁ ସଂଯୋଗକାରୀ ଟ୍ରେନ ବିଳମ୍ବରେ ଚଳାଚଳ ହେତୁ ଏହି ନିଷ୍ପତ୍ତି ନିଆଯାଇଥିବା ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ, ଘନ କୁହୁଡି ସମୟରେ ଯାତ୍ରୀମାନଙ୍କ ନିରାପତ୍ତା ଏବଂ ଟ୍ରେନ ଚଳଚଳ ସମୟରେ ସାଙ୍କେତିକ ପ୍ରଣାଳୀର ଦୃଶ୍ୟମାନ ସ୍ଥିତିକୁ ଦୁଷ୍ଟିରେ ରଖି ଟ୍ରେନ୍‌ ଗତି ନିୟନ୍ତ୍ରଣ କରିବାକୁ ଟ୍ରେନ ଡ୍ରାଇଭର (ଲୋକୋ ପାଇଲଟ)ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଅଛି । ରେଳ ଚଳଚଳ ସମ୍ବନ୍ଧରେ ରେଳବାଇ 24X7 ଘଣ୍ଟିଆ ନଜର ରଖିଛି । କୁହୁଡ଼ିର ମୁକାବିଲା ପାଇଁ ବର୍ତ୍ତମାନ ସ୍ଵତନ୍ତ୍ର ଅଭିଯାନ ମଧ୍ୟ ଆରମ୍ଭ କରିଛି ।

ଟ୍ରେନ ଚାଳକ ଓ ଗାର୍ଡମାନଙ୍କୁ ନିର୍ଦ୍ଦେଶ ଦିଆଯାଉଅଛି ଯେ ସେମାନେ ଘନ କୁହୁଡି ଅଞ୍ଚଳରେ ଯାତ୍ରୀମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଟ୍ରେନ ଧୀରେ ଚଳାଇବେ, ଯଦିଓ ଏଥିପାଇଁ ଟ୍ରେନ ଚଳାଚଳ ସମୟରେ ବାଧାପ୍ରାପ୍ତର ସମ୍ଭାବନା ଥାଏ । ଯେହେତୁ ଟ୍ରେନ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ନିରାପତ୍ତାକୁ ରେଳବାଇ ପକ୍ଷରୁ ପ୍ରାଥମିକତା ଦିଆଯାଉ ଅଛି, ସେଥିପାଇଁ କୁହୁଡି ସମୟରେ ସାବଧାନତା ଅବଲମ୍ବନ କରାଯିବାକୁ ପ୍ରତି ଟ୍ରେନ ଚାଳକ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ଯେତେବେଳେ ଟ୍ରେନ ଚାଳକ ନିଜେ ଅନୁଭବ କରିବେ ଯେ ଘନ କୁହୁଡି ଯୋଗୁଁ ଦୃଶ୍ୟମାନ ହେବାକୁ ପ୍ରତିବନ୍ଧକ ଅଛି, ସେତେବେଳେ ସେମାନେ କୌଣସି ନିର୍ଦ୍ଦେଶକୁ ଅପେକ୍ଷା ନ କରି ଟ୍ରେନ୍‌ର ବେଗକୁ କମାଇ ପାରିବେ ବା ଚଳାଚଳକୁ ବନ୍ଦ କରିପାରିବେ । ଏହି ସମୟରେ ଟ୍ରେନ୍‌ର ଗତି ଯେପରି ୬୦ କିମି ପ୍ରତି ଘଣ୍ଟା ଅତିକ୍ରମ ନକରେ ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି । ଘନ କୁହୁଡି ଯୋଗୁଁ ଦୃଶ୍ୟମାନ ହେଉ ନଥିବା ଅଞ୍ଚଳମାନଙ୍କରେ କ୍ରମାଗତ ଭାବେ ହୁଇସିଲ୍‌ ମାରିବାକୁ କୁହାଯାଇଛି । ଯେପରିକି ପାଖରେ ଥିବା ଗେଟମ୍ୟାନ ଓ ରାସ୍ତା ବ୍ୟବହାରକାରୀମାନେ ଟ୍ରେନ ଆସୁଥିବାର ସଙ୍କେତ ଶୁଣିପାରିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.