ETV Bharat / state

ପୁଣି ଅପରାଜିତାଙ୍କ ଟାର୍ଗେଟ୍‌ରେ 5T ସଚିବ, କହିଲେ ରାଜ୍ୟର ଶାସନ ଦେଖି ବିଜୁ ବାବୁ ଦୁଃଖିତ ହେଉଥିବେ

author img

By

Published : Jul 8, 2023, 8:49 PM IST

ପୁଣି 5T ସଚିବ ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ୍‌ କଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । କହିଲେ ରାଜ୍ୟର ଶାସନ ଦେଖି ବିଜୁ ବାବୁ ମଧ୍ୟ ଦୁଃଖିତ ହେଉଥିବେ । ମୁଖ୍ୟମନ୍ତ୍ରୀ ନିଜେ ଅସମର୍ଥ ଓ ଗୃହବନ୍ଦୀ ଥିବା ଭଳି ଜଣାପଡୁଛନ୍ତି । ଅଧିକ ପଢ଼ନ୍ତୁ

ପୁଣି ଅପରାଜିତାଙ୍କ ଟାର୍ଗେଟ୍‌ରେ 5T ସଚିବ
ପୁଣି ଅପରାଜିତାଙ୍କ ଟାର୍ଗେଟ୍‌ରେ 5T ସଚିବ
ପୁଣି ଅପରାଜିତାଙ୍କ ଟାର୍ଗେଟ୍‌ରେ 5T ସଚିବ

ଖୋର୍ଦ୍ଧା: ରାଜ୍ୟ ରାଜନୀତିରେ ବର୍ତ୍ତମାନ ମୁଖ୍ୟ ପ୍ରସଙ୍ଗ ଭାବେ ଉଭା ହୋଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5T ସଚିବ ଭିକେ ପାଣ୍ଡିଆନ । ପ୍ରଥମେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀରେ 5T ସଚିବଙ୍କୁ ଟାର୍ଗେଟ କରିବା ପରେ ଏନେଇ ବାରମ୍ବାର ବିରୋଧୀ ଓ ଶାସକ ଦଳ ମୁହାଁମୁହିଁ ହେଉଛନ୍ତି । ତେବେ ପୁଣିଥରେ ମଞ୍ଚ ଉପରୁ 5T ସଚିବଙ୍କୁ ଶାଣିତ ଆକ୍ରମଣ କରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଖୋର୍ଦ୍ଧା ଜିଲ୍ଲା ମଳିପଡ଼ା ଠାରେ ବୁଥସ୍ତରୀୟ ଏକ ସମ୍ମିଳନୀରେ ଯୋଗଦେଇ ସେହିଠାରୁ ସିଧା ମୁଖ୍ୟମନ୍ତ୍ରୀ ଓ 5T ସଚିବଙ୍କୁ ଟାର୍ଗେଟ୍‌ କରିଛନ୍ତି ସଂସାଦ ଅପରାଜିତା ଷଡ଼ଙ୍ଗୀ ।

ଶନିବାର ଖୋର୍ଦ୍ଧା ଜିଲ୍ଲା ମଳିପଡ଼ା ଠାରେ ଏକ ବୁଥ ସ୍ତରୀୟ କର୍ମୀ ସମ୍ମିଳନୀରେ ଯୋଗ ଦେଇଥିଲେ ଭୁବନେଶ୍ବର ସଂସାଦ ଅପରାଜିତା ଷଡ଼ଙ୍ଗୀ । ସେହିଠାରୁ ଭୁବନେଶ୍ବର ସାଂସଦ ସିଧାସଳଖ ମୁଖ୍ୟମନ୍ତ୍ରୀ ଓ 5T ସଚିବଙ୍କୁ ଶାଣିତ ଆକ୍ରମଣ କରିଛନ୍ତି । ରାଜ୍ୟରେ ଶାସନ ଠିକ ଚାଲିନଥିବା କହିଛନ୍ତି ଅପରାଜିତା । ବିଜୁ ଜନତା ଦଳର ବରିଷ୍ଠ ନେତାମାନେ ଅଲୋଡା ହୋଇ ରହିଛନ୍ତି ବୋଲି ଅଭିଯୋଗ କରିବା ସହ ଦଳରେ ଅସନ୍ତୋଷ ବଢି ଚାଲିଥିବା କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଜଣେ ସଚିବ ବିଭିନ୍ନ ସ୍ଥାନ ବୁଲିବା ଆଉ ସରକାରୀ ଯୋଜନା ଘୋଷଣା କରିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ଯଦି ଫୁଲ ଚନ୍ଦନ ଆଉ ହୁଳହୁଳି ଦରକାର, ତେବେ ଚାକିରୀ ଛାଡି ଆଗକୁ ଆସିବାକୁ 5T ସଚିବଙ୍କୁ ଖୋଲା ଆହ୍ବାନ ଦେଇଛନ୍ତି ସାଂସଦ ଅପରାଜିତା ।

ଅପରାଜିତା କହିଛନ୍ତି, "ରାଜ୍ୟର ଶାସନ ଦେଖି ସ୍ବର୍ଗତ ବିଜୁ ବାବୁ ମଧ୍ୟ ଦୁଃଖିତ ହେଉଥିବେ । ତାଙ୍କ ସହ ରହି ଯିଏ ଦଳ ତିଆରି କରିବାରେ ସହଯୋଗ କରିଥିଲେ, ସେମାନେ ହୁଅନ୍ତୁ ଅବା ମୁଖ୍ୟ ଶାସନ ସଚିବ ସମସ୍ତେ ଦୁଃଖିତ ଥିବା ଜଣାପଡୁଛି । ବିଭିନ୍ନ କାର୍ଯ୍ୟକ୍ରମକୁ 5T ସଚିବ ଯାଇ ଘୋଷଣା କରୁଥିବା ସ୍ଥଳେ ବିଭାଗୀୟ ସଚିବ ଜାଣୁ ନାହାନ୍ତି କି କେହି ପଛରେ ନାହାନ୍ତି । ମୁଖ୍ୟମନ୍ତ୍ରୀ ନିଜେ ଅସମର୍ଥ ଥିବା ଭଳି ଜଣାପଡୁଛନ୍ତି । ମୁଖ୍ୟମନ୍ତ୍ରୀ ଗୃହବନ୍ଦୀ ।" ଏହା ନିଶ୍ଚୟ ଓଡ଼ିଶାବାସୀଙ୍କ ପାଇଁ ଅପମାନ ବୋଲି କହିଛନ୍ତି ଅପରାଜିତା ।

ଏହା ମଧ୍ୟ ପଢ଼ନ୍ତୁ...ମୁଖ୍ୟମନ୍ତ୍ରୀଙ୍କ ନିୟନ୍ତ୍ରଣରେ ରାଜ୍ୟ ଶାସନ ବ୍ୟବସ୍ଥା ନାହିଁ: ଅପରାଜିତା ଷଡ଼ଙ୍ଗୀ

ଏହା ମଧ୍ୟ ପଢ଼ନ୍ତୁ...ଆଚରଣବିଧି ନେଇ 5T ସଚିବ ନିଜ ଭିତରେ ସଂଯମତା ଆଣିବା ଦରକାର: ପୂର୍ବତନ ମୁଖ୍ୟ ସଚିବ

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.