ETV Bharat / state

କାଲି ଦୃଢ ବିରୋଧ ଆଜି ନିରବ: ସାଂସଦ କ୍ରୀଡା ସମ୍ମାନ ବିତରଣ ଉତ୍ସବରେ କ୍ରୀଡାବିତଙ୍କୁ ପ୍ରୋତ୍ସାହିତ କଲେ ଅପରାଜିତା - କ୍ରୀଡାବିତ୍‌ଙ୍କୁ ପ୍ରୋତ୍ସାହିତ କଲେ ଭୁବନେଶ୍ବର ସାଂସଦ

ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକର ସାଂସଦ କ୍ରୀଡ଼ା ସମ୍ମାନ ବିତରଣ ଉତ୍ସବରେ ଯୋଗଦେଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏହି କାର୍ଯ୍ୟକ୍ରମରେ ୫୦ରୁ ଊର୍ଦ୍ଧ୍ବ ସଙ୍ଘକୁ କ୍ରିକେଟ, ଫୁଟବଲ ଓ ଭଲିବଲ ଉପକରଣ ବାଣ୍ଟିଥିଲେ ସାଂସଦ । ଅଧିକ ପଢ଼ନ୍ତୁ

ସାଂସଦ କ୍ରୀଡ଼ା ସମ୍ମାନ ବିତରଣ ଉତ୍ସବରେ ଅପରାଜିତା

author img

By ETV Bharat Odisha Team

Published : Aug 28, 2023, 10:53 PM IST

ସାଂସଦ କ୍ରୀଡ଼ା ସମ୍ମାନ ବିତରଣ ଉତ୍ସବରେ ଅପରାଜିତା

ନିଆଳି: ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଅଞ୍ଚଳରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଲଗାତର ଭାବରେ ଦୁଇ ଦୁଇଥର ଦୃଢ ବିରୋଧ ସାଙ୍ଗକୁ ମୁହାଁମୁହିଁ ପରିସ୍ଥିତି ଘଟଣା ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ଗତକାଲି ବାଲିପାଟଣା ଗସ୍ତ ସମୟରେ ବିଜେପି ଓ ବିଜେଡି କର୍ମୀ ଏବଂ ମିଶନ ଶକ୍ତିର ମହିଳା ଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ ଘଟଣା କାହାକୁ ଅଛପା ନାହିଁ । ତେବେ କଡ଼ା ବିରୋଧ ସତ୍ତ୍ଵେ ସାଂସଦ ଅପରାଜିତା ଷଡ଼ଙ୍ଗୀ ବୁଥ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଆଜି ମଧ୍ୟ ସାଂସଦ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକର ସତ୍ୟଭାମାପୁର ପଞ୍ଚାୟତ ଗୋତଳବିନ୍ଧା ସୀତାରାମେଶ୍ବର ମନ୍ଦିର ପରିସରରେ ଆୟୋଜିତ ସାଂସଦ କ୍ରୀଡ଼ା ସମ୍ମାନ ବିତରଣ ଉତ୍ସବରେ ଯୋଗଦେଇ ବାଲିଅନ୍ତା ବ୍ଲକର ସମସ୍ତ ପଞ୍ଚାୟତର କ୍ରୀଡାବିତମାନଙ୍କୁ ପ୍ରୋତ୍ସାହିତ କରିଥିଲେ ।

ଆଜି ସାଂସଦ ଅପରାଜିତା ଷଡ଼ଙ୍ଗୀ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକର ସାଂସଦ କ୍ରୀଡ଼ା ସମ୍ମାନ ବିତରଣ ଉତ୍ସବ ଉପଲକ୍ଷେ ସତ୍ୟଭାମାପୁର ପଞ୍ଚାୟତ ଗୋତଳବିନ୍ଧା ସୀତାରାମେଶ୍ବର ମନ୍ଦିର ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏଠାରେ ବାଲିଅନ୍ତା ବ୍ଲକର ସମସ୍ତ ପଞ୍ଚାୟତର କ୍ରୀଡାବିତମାନଙ୍କୁ ଭୁବନେଶ୍ବର ସାଂସଦ ପ୍ରୋତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ୫୦ରୁ ଊର୍ଦ୍ଧ୍ବ ସଙ୍ଘକୁ କ୍ରିକେଟ, ଫୁଟବଲ ଓ ଭଲିବଲ ଉପକରଣ ବାଣ୍ଟିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏଠାରେ ସାଂସଦ କହିଥିଲେ, "କ୍ରୀଡ଼ା ମଣିଷ ଶରୀର ପାଇଁ ନିହାତି ଆବଶ୍ୟକ । ଏହି ବ୍ଲକ ଅଞ୍ଚଳରେ ବହୁ କ୍ରୀଡ଼ା ପ୍ରତିଭା ଲୁକାୟିତ ଭାବେ ରହିଛନ୍ତି । ସେମାନଙ୍କୁ ପ୍ରୋତ୍ସାହନ ଦିଆଗଲେ ସେମାନେ ମଧ୍ୟ ରାଜ୍ୟ ଓ ଜାତୀୟସ୍ତରରେ ଖେଳି ସୁନାମ ଆଣିପାରିବେ ।" ବିଭିନ୍ନ କ୍ରୀଡ଼ା ଉପକରଣ ସାଂସଦ ପ୍ରତି ପଞ୍ଚାୟତର କ୍ରୀଡାବିତମାନଙ୍କୁ ପ୍ରଦାନ କରିଥିଲେ । ଏଥିରେ୧୬ଟି ପଞ୍ଚାୟତରୁ ୪୫ କ୍ରିକେଟ ଟିମ୍ ଓ ୫ଟି ଭଲିବଲ୍ ଟିମକୁ କ୍ରୀଡା ସାମଗ୍ରୀ ପ୍ରଦାନ କରିଥିଲେ ସାଂସଦ ।

ଏହା ମଧ୍ୟ ପଢ଼ନ୍ତୁ...ବାଲିପାଟଣାରେ ଅପରାଜିତାଙ୍କୁ ବିରୋଧ, ସାଂସଦ କହିଲେ ଲୋକସେବାକୁ ବିରୋଧ କରାଯାଉଛି

ଏହା ସହିତ ବାଲିପାଟଣା ବ୍ଲକ୍‌ ଅଞ୍ଚଳରେ ହୋଇଥିବା ବିରୋଧ ନେଇ ପ୍ରତିକ୍ରିୟା ରଖିଥିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ମିଶନ ଶକ୍ତି ମହିଳାମାନଙ୍କୁ ଲଗାଇ ବିରୋଧ ଓ ଗଣ୍ତଗୋଳ ଘଟଣାକୁ ନିନ୍ଦା କରିବା ସହିତ ଏହାର କଡା ଜବାବ ଦିଆଯିବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି । ସେ କାର୍ଯ୍ୟ ଓ ବିକାଶକୁ ଗୁରୁତ୍ବ ଦିଅନ୍ତି, କିନ୍ତୁ ବିରୋଧକୁ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ତେବେ ଆଜି ଗସ୍ତ ସମୟରେ ସାଂସଦଙ୍କୁ କୌଣସି ବିରୋଧ କିମ୍ବା ନାରାବାଜି ଘଟଣା ନଜରକୁ ଆସିନଥିଲା । ସାଂସଦଙ୍କ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିଲା ପୋଲିସ ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.