ETV Bharat / state

ଭୋଟ ହାତେଇବାକୁ ନୂଆ ରଣନୀତି, ଯୁବଗୋଷ୍ଠୀଙ୍କୁ କ୍ରୀଡ଼ା ସାମଗ୍ରୀ ବଣ୍ଟନ କଲେ ଅପରାଜିତା

author img

By ETV Bharat Odisha Team

Published : Sep 10, 2023, 10:18 PM IST

2024 ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ । ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ପ୍ରତି ପଞ୍ଚାୟତରେ ଥିବା କ୍ରିକେଟ, ଭଳି ଓ ଫୁଟବଲ ଟିମ୍‌ଗୁଡ଼ିକୁ କ୍ରୀଡ଼ା ସାମଗ୍ରୀ ବଣ୍ଟନ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଅଧିକ ପଢ଼ନ୍ତୁ

ଯୁବଗୋଷ୍ଠିଙ୍କୁ କ୍ରୀଡା ସାମଗ୍ରୀ ବଣ୍ଟନ କଲେ ଅପରାଜିତା

ଖୋର୍ଦ୍ଧା: ଆଗକୁ ଆସୁଛି 2024 ସାଧାରଣ ନିର୍ବାଚନ । ଏବେଠାରୁ ରଣନୀତି ପ୍ରସ୍ତୁତ କଲେଣି ନେତା । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ମୈଦାନକୁ ଓଲ୍ହାଇଲେଣି ରାଜନୈତିକ ବ୍ୟକ୍ତି । ବିଶେଷକରି ଯୁବଗୋଷ୍ଠୀ ସବୁ ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଆନ୍ତି ତେଣୁ ସେମାନଙ୍କୁ ନିଜ ସପକ୍ଷରେ ରଖିବା ପାଇଁ ଗୋଟି ଚାଳନା କଲେଣି ନେତା ।

ଯୁବଗୋଷ୍ଠୀଙ୍କ ଭୋଟ ହାତେଇବାକୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନୂଆ ରଣନୀତି । ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ପ୍ରତି ପଞ୍ଚାୟତରେ ଥିବା କ୍ରିକେଟ, ଭଳି ଓ ଫୁଟବଲ ଟିମଗୁଡ଼ିକୁ କ୍ରୀଡା ସାମଗ୍ରୀ ବଣ୍ଟନ କରୁଛନ୍ତି ସାଂସଦ ଅପରାଜିତା । ଟିମ୍‌ରେ ଥିବା ଯୁବକମାନଙ୍କୁ ଏକାଠି କରି ଏହି ଖେଳ ସାମଗ୍ରୀ ବିଭିନ୍ନ ନିର୍ବାଚନ ମଣ୍ଡଳୀ ମାନଙ୍କରେ ବଣ୍ଟନ କରୁଥିବା ଦେଖିବାକୁ ମିଳୁଛି ।

ଏହା ମଧ୍ୟ ପଢ଼ନ୍ତୁ...ସୌମ୍ୟ ବାବୁ ସାହାସ ଦେଖାଇଛନ୍ତି, ବିଜେଡି ସାଂସଦ ବିଧାୟକ ଆତ୍ମ ସମୀକ୍ଷା କରନ୍ତୁ: ଅପରାଜିତା

ସେହିପରି ଆଜି ବେଗୁନିଆ-ବୋଲଗଡ଼ ନିର୍ବାଚନ ମଣ୍ଡଳୀର ବେଗୁନିଆ ମିନି ଷ୍ଟାଡିଅମ ପରିସରରେ 65ଟି ଟିମକୁ କ୍ରୀଡ଼ା ସାମଗ୍ରୀ ବଣ୍ଟନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା । ଏହାସହ ଆଜିର ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା ଜୀବନର ଏକ ଅଂଶ, ସୁସ୍ଥ ଓ ନିରୋଗ ଜୀବନଯାପନ ପାଇଁ କ୍ରୀଡ଼ା ଅପରିହାର୍ଯ୍ୟ ବୋଲି କହିଛନ୍ତି ଅପରାଜିତା । ସେହିପରି ପ୍ରଧାନମନ୍ତ୍ରୀ ଖେଲୋ ଇଣ୍ଡିଆ, ଫିଟ୍ ଇଣ୍ଡିଆର ଆହ୍ବାନ ଦେଇଛନ୍ତି । ପ୍ରତ୍ୟେକ ବ୍ୟକ୍ତି ସୁସ୍ଥ ରହିଲେ ବିକଶିତ ଭାରତ ଗଠନ ସମ୍ଭବ ହେବ ବୋଲି ବେଗୁନିଆ ମିନି ଷ୍ଟାଡିୟମରେ ଆୟୋଜିତ ସାଂସଦ କ୍ରୀଡ଼ା ସମ୍ମାନ ଉତ୍ସବରେ ଯୋଗଦେଇ କହିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ତେବେ ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ପ୍ରକାଶ ବିଜୁଳି, ବଟକୃଷ୍ଣ ସାହୁ, ଜିତେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ଯୁବଗୋଷ୍ଠୀଙ୍କୁ କ୍ରୀଡ଼ା ସାମଗ୍ରୀ ବଣ୍ଟନ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...କାଦୁଅ ବିଲରେ ଅପରାଜିତା, ଚାଷୀଙ୍କ ସହ ଧାନ ରୋଇଲେ ସାଂସଦ

ପୂର୍ବରୁ ଭୁବନେଶ୍ବର ଉପକଣ୍ଠସ୍ଥ ଡେରାସ ଅଞ୍ଚଳରେ ହାତରେ କୋଦାଳ ଧରି କେନାଲ ଖୋଳିଥିଲେ ଅପରାଜିତା । ସେହି ଅଞ୍ଚଳରେ ଚାଲିଥିଲା ଜମି ଜବରଦଖଲ । ସେଠାରେ ଥିବା କ୍ଷୁଦ୍ର ଜଳସେଚନ ପ୍ରକଳ୍ପକୁ ପୋତାଯାଇ ହୋଇଛି ଫାର୍ମ ହାଉସ । ପ୍ରୟ 2ବର୍ଷ ହେବ 3 ଶହ ଏକର ଜମି ପଡ଼ିଆ ପଡ଼ିଛି । ଯାହାଫଳରେ ଚାଷୀମାନେ କିଛି କରିପାରୁନଥିଲେ । ବାରମ୍ବାର ଅଭିଯୋଗ କଲେ କେହି ଶୁଣୁନଥିଲେ। ତେଣୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ସେହି ଅଞ୍ଚଳ ପରିଦର୍ଶନ କରି କେନାଲ ଖୋଳିଥିବା ଦେଖା ଯାଇଥିଲା ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.