ETV Bharat / state

Heat Wave Alert: ଆହୁରି ୨ଦିନ ସିଝିବ ସାରା ରାଜ୍ୟ, ୫ ଜିଲ୍ଲାକୁ ହିଟ ୱେଭ ୟେଲୋ ଓ୍ବାର୍ଣ୍ଣିଂ - ହିଟ ୱେଭ ନେଇ ୫ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଆସନ୍ତା ୨ ଦିନ ପର୍ଯ୍ୟନ୍ତ ସିଝିବ ସାରା ଓଡ଼ିଶା। ସ୍ଵାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ଯାଏଁ ବଢିବ ଦିନ ତାପମାତ୍ରା। ଅଧିକ ପଢନ୍ତୁ

Heat Wave Alert
Heat Wave Alert
author img

By

Published : May 15, 2023, 7:00 PM IST

Heat Wave Alert

ଭୁବନେଶ୍ବର: ଅସହ୍ୟ କରୁଛି ତାତି । ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ସିଝିବ ସାରା ଓଡ଼ିଶା। ସ୍ଵାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ଯାଏଁ ବଢିବ ଦିନ ତାପମାତ୍ରା । ତେବେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଛି ଶୁଷ୍କ ଉତ୍ତପ୍ତ ବାୟୁ । କଳାବୈଶାଖୀ ବର୍ଷା ର ଅଭାବ ତଥା ସୂର୍ଯ୍ୟଙ୍କର ପ୍ରଖର କିରଣ ତାପମାତ୍ରା ବୃଦ୍ଧିର କାରଣ ହୋଇଥିବା ବେଳେ ବର୍ତ୍ତମାନ ରାଜ୍ୟରେ ବଢିଛି ତାତି। ଏନେଇ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ତାପମାତ୍ରା ବଢିବାର ସମ୍ଭାବନା ରହିଛି। ସେହିପରି ଆସନ୍ତା ୨୪ ଘଣ୍ଟା ପାଇଁ ଗ୍ରୀଷ୍ମ ପ୍ରବାହ ବା ହିଟ ୱେଭ ନେଇ ୫ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିସବୁ ଜିଲ୍ଲା ଗୁଡ଼ିକ ହେଲା ଝାରସୁଗୁଡ଼ା , ସମ୍ବଲପୁର , ସୁନ୍ଦରଗଡ , ସୋନପୁର , ବଲାଙ୍ଗୀର।

ଅନ୍ୟପଟେ ୧୬ ତାରିଖରେ ୮ ଜିଲ୍ଲାକୁ ହିଟ ୱେଭ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ତେବେ ସେହି ସବୁ ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ , ଝାରସୁଗୁଡା, ସମ୍ବଲପୁର , ଦେବଗଡ, ସୋନପୁର , ଅନୁଗୋଳ, ବଲାଙ୍ଗୀର , ବୌଦ୍ଧ । ତେବେ ୨୦ ତାରିଖ ସକାଳ 8 ଟା 30 ପର୍ଯ୍ୟନ୍ତ ଏଭଳି ତାତି ଏବଂ ଗୁଳୁଗୁଳି ଅନୁଭୁତ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଏଥିସହିତ ଗତ ୨୪ ଘଣ୍ଟାରେ ୧୪ ଜିଲ୍ଲାରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ସବୁଠୁ ଉତ୍ତପ୍ତ ସହର ଝାରସୁଗୁଡ଼ାରେ ୪୩.୮ ଡିଗ୍ରୀ ତାପମାତ୍ରା ରହିଥିଲା । ସେହିପରି ଭୁବନେଶ୍ଵର ରେ ୩୯.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସେହିପରି ଆଜି ମଧ୍ୟ ୩୮ ଡିଗ୍ରୀ ମଧ୍ୟରେ ରହିବାର ସମ୍ଭାବନା ରହିଛି ।

ଏହା ମଧ୍ୟ ପଢନ୍ତୁ- ପାଖଉଛି ଘୋଷଯାତ୍ରା, ମହାପ୍ରଭୁଙ୍କ ଅଙ୍ଗବସ୍ତ୍ର ବୁଣାରେ ବ୍ୟସ୍ତ ରାଉତପଡ଼ା ବୁଣାକାର

ତେବେ ଅସହ୍ୟ ବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ନେଇ ଲୋକଙ୍କୁ ସତର୍କତାର ସହ ବାହାରକୁ ବାହାରିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । କାଳବୈଶାଖୀର ପ୍ରଭାବ ରାଜ୍ୟରେ କମିଥିବା ବେଳେ ଉତ୍ତର ପଶ୍ଚିମ ଦିଗରୁ ଆସୁଥିବା ଗରମ ଓ ଶୁଷ୍କ ବାୟୁ ଏବଂ ସୂର୍ଯ୍ୟଙ୍କ ପ୍ରଖର ସୌର ଶକ୍ତି ଯୋଗୁଁ ରାଜ୍ୟରେ ତାପମାତ୍ରା ଆଗାମୀ ଦିନରେ ବଢିବ । ଫଳରେ ପ୍ରବଳ ଖରା ସହ ଗରମ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.