ETV Bharat / state

ଜଳ ବିଶୁଦ୍ଧିକରଣ ପ୍ଲାଣ୍ଟ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବେଗୁନିଆ ବିଧାୟକ - ବେଗୁନିଆ ବିଧାୟକ

ଖୋର୍ଦ୍ଧା ବେଗୁନିଆ ନିକଟ କୁଶପଲ୍ଲା ଗ୍ରାମରେ ଜଳ ବିଶୁଦ୍ଧିକରଣ ପ୍ଲାଣ୍ଟ ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ କଲେ ବିଧାୟକ । ପ୍ରକଳ୍ପରେ ଉପକୃତ ହେବେ ପ୍ରାୟ ଅଢେଇ ଲକ୍ଷ ଲୋକ । ଅଧିକ ପଢନ୍ତୁ...

ଜଳ ବିଶୁଦ୍ଧିକରଣ ପ୍ଲାଣ୍ଟ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବେଗୁନିଆ ବିଧାୟକ

author img

By

Published : Sep 11, 2021, 4:16 PM IST

ଖୋର୍ଦ୍ଧା: ଜିଲ୍ଲା ବେଗୁନିଆ ଓ ଜଟଣୀ ଅଞ୍ଚଳରେ ମିଳିବ ବିଶୁଦ୍ଧ ପାନୀୟ ଜଳ । ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ବେଗୁନିଆ ନିକଟ କୁଶପଲ୍ଲା ଗ୍ରାମରେ ଜଳ ବିଶୁଦ୍ଧିକରଣ ପ୍ଲାଣ୍ଟ ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ଥର ସ୍ଥାପନ କରିଛନ୍ତି ବିଧାୟକ ରାଜେନ୍ଦ୍ର କୁମାର ସାହୁ । ଏହି ପ୍ରକଳ୍ପ ୬ ଏକର ଜାଗାରେ ନିର୍ମାଣ କରାଯିବାକୁ ଥିବାବେଳେ ଏଥିପାଇଁ ୩୪୮ କୋଟି ଟଙ୍କା ବ୍ୟୟ କରାଯିବ । ପ୍ରକଳ୍ପ କାର୍ଯ୍ୟ ୨୦୨୩ ମାର୍ଚ୍ଚ ସୁଦ୍ଧା ଶେଷ କରାଯିବାକୁ ଲକ୍ଷ୍ୟ ରହିଛି ।

ଜଳ ବିଶୁଦ୍ଧିକରଣ ପ୍ଲାଣ୍ଟ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବେଗୁନିଆ ବିଧାୟକ

ଜଳ ବିଶୁଦ୍ଧିକରଣ ପ୍ଲାଣ୍ଟ ପ୍ରକଳ୍ପ ଦ୍ବାରା ପ୍ରାୟ ଅଢେଇ ଲକ୍ଷରୁ ଊର୍ଦ୍ଧ୍ବ ଲୋକେ ଉପକୃତ ହେବେ । ସାଧାରଣତଃ ବେଗୁନିଆ, ଖୋର୍ଦ୍ଧା ଏବଂ ଜଟଣୀ ବ୍ଲକର ୪୨ଟି ପଞ୍ଚାୟତର ୨୪୨ଟି ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହେବ । ଏହି ପ୍ରକଳ୍ପରେ ତିନୋଟି ଜଳ ବିଶୁଦ୍ଧିକରଣ ପ୍ଲାଣ୍ଟ ସହ ୪୩ଟି ଓଭର ହେଡ ଟ୍ୟାଙ୍କ ନିର୍ମାଣ କରାଯିବାର ଯୋଜନା ରହିଛି ।

ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ କାର୍ଯ୍ୟକ୍ରମରେ ବେଗୁନିଆ ବିଧାୟକଙ୍କ ସମେତ ଜଳ ଓ ପରିମଣ ବିଭାଗର ଯନ୍ତ୍ରୀ, ଠିକାସଂସ୍ଥାର କର୍ମଚାରୀ, ବେଗୁନିଆ ଅଞ୍ଚଳର ବହୁ ସରପଞ୍ଚ, ସମିତ ସଭ୍ୟ ଏବଂ ସ୍ଥାନୀୟ ଜନସାଧାରଣ ଯୋଗ ଦେଇଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.