ETV Bharat / state

ଟ୍ରେନରେ ଗୋ ମାଂସ ଚାଲାଣ ! ଭୁବନେଶ୍ୱର ଷ୍ଟେସନରୁ ପାର୍ସଲ ଜବତ - ଭୁବନେଶ୍ୱର ଷ୍ଟେସନରୁ ଗୋ ମାଂସ ପାର୍ସଲ ଜବତ

ଭୁବନେଶ୍ୱର ଷ୍ଟେସନରୁ ଗୋ ମାଂସ ପାର୍ସଲ ଜବତ କଲା ଜିଆରପି ଓ ଆରପିଏଫ । ଅଧିକ ପଢନ୍ତୁ

Beef parcel seized from Bhubaneswar station

author img

By ETV Bharat Odisha Team

Published : Sep 4, 2023, 8:07 AM IST

Updated : Sep 4, 2023, 9:45 AM IST

Beef parcel seized from Bhubaneswar station

ଭୁବନେଶ୍ବର: ଟ୍ରେନ ଯୋଗେ ଗୋ ମାଂସ ଚାଲାଣ ଅଭିଯୋଗ । ଭୁବନେଶ୍ୱର ରେଳ ଷ୍ଟେସନରେ ଗୋମାଂସ ପାର୍ସଲ ଜବତ । ବିପୁଳ ପରିମାଣର ଗୋ ମାଂସ ପାର୍ସଲ ଜବତ କଲା ଜିଆରପି ଓ ଆରପିଏଫ ପୋଲିସ । ଟ୍ରେନରେ ଗୋ ମାଂସ ଚାଲାଣ ନେଇ ରାଷ୍ଟ୍ରୀୟ ଗୋ ସେବା ପରିଷଦ ଓଡିଶା ରେଲଓ୍ବେ ପୋଲିସକୁ ଖବର ଦେଇଥିଲେ । ତେବେ ମାଂସର ନମୁନା ପରୀକ୍ଷା ପରେ ଏହା ଗୋ ମାଂସ ନା ନାହିଁ ତାହା ସ୍ପଷ୍ଟ ହେବ । ମାଂସର ନମୁନା ସଂଗ୍ରହ କରି ଟେଷ୍ଟ ପାଇଁ ପଠାଯିବ ।

ଏହା ମଧ୍ୟ ପଢନ୍ତୁ-ରାଜ୍ୟରେ ବଡ଼ ଧରଣର ଗୋ ମାଂସ ରାକେଟ, ଭୁବନେଶ୍ୱରରେ ଧରାପଡିବା ପରେ ଖୋଲିଛି ଚେର

ସୂଚନା ମୁତାବକ, ଭୁବନେଶ୍ୱର ରେଳ ଷ୍ଟେସନରେ ଥିବା ପାର୍ସଲ ଅଫିସ ନିକଟରେ କିଛି ପ୍ୟାକେଟରେ ଗୋ ମାଂସ ଥିବା ସନ୍ଦେହ କରିଥିଲେ ରାଷ୍ଟ୍ରୀୟ ଗୋ ସେବାର ଯୁବକ ମାନେ । କିଛି ପାର୍ସଲ ଟ୍ରେନ ଯୋଗେ ମଧ୍ୟ ପଠାଯାଇ ସାରିଥିବା ବେଳେ ଆଉ କିଛି ପାର୍ସଲ ଅଫିସ ପାଖରେ ଥିବା ଗୋ ସେବାର ଯୁବକ ମାନେ ଦେଖିବାକୁ ପାଇଥିଲେ । ଏନେଇ ଜିଆରପି ଓ ଆରପିଏଫକୁ ଡାକି ଯାଞ୍ଚ ପାଇଁ ଅନୁରୋଧ କରିଥିଲେ । ପରେ ପୋଲିସ ସବୁ ପ୍ୟାକେଟକୁ ଜବତ କରିବା ପରେ ନମୁନା ସଂଗ୍ରହ କରି ଟେଷ୍ଟ ପାଇଁ ପଠାଇଛି।

ତେବେ ରାଷ୍ଟ୍ରିୟ ଗୋ ସେବାର କର୍ମକର୍ତ୍ତାଙ୍କ ଅଭିଯୋଗ ଯେ, ଏବେ ଗୋ ମାଂସ ଚାଲାଣ ପାଇଁ ବ୍ୟବସାୟୀ ମାନେ ଭିନ୍ନ ଉପାୟ ବାଛିଛନ୍ତି । ରାସ୍ତାରେ ସଡ଼କ ପଥରେ ଚାଲାଣର ଧରାପଡ଼ିବା ଭୟ ଥିବାରୁ ଟ୍ରେନର‌ ସାହାରା ନେଉଛନ୍ତି । ଦୁଇଟି ଟ୍ରକ ଯୋଗେ ଗୋ ମାଂସ ଆଣି ପ୍ରଥମେ ଷ୍ଟେସନରେ ପ୍ୟାକେଟକୁ ଅନଲୋଡିଂ କରାଯାଇଥିଲା । ପରେ ସେସବୁକୁ ଟ୍ରେନର ପାର୍ସଲ ଷ୍ଟେସନ ପଟେ ଲୋଡ କରି ପଠାଯାଇଥାନ୍ତା । ଏଥିପାଇଁ ପାର୍ସଲ ପାଇଁ ମଧ୍ୟ ଟ୍ରେନରେ ବୁକିଂ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ଚୌଦ୍ୱାରରେ ଗୋ ମାଂସ ବେଝେଇ କଣ୍ଟେନର ଜବତ, ପୋଲିସର ତଦନ୍ତ ଜାରି

ଗୋ ମାଂସ ଚାଲାଣରେ ସମ୍ପୃକ୍ତ କିଛି ଯୁବକଙ୍କ ସମ୍ପର୍କରେ ପୋଲିସକୁ ତଥ୍ୟ ଦେଇଛି ରାଷ୍ଟ୍ରୀୟ ଗୋ ସେବା । ଯାହାକୁ ନେଇ ଜିଆରପି ପୋଲିସ ତଦନ୍ତ ଜାରି ରଖିଛି । ଧିରେ ଧିରେ ଗୋ ମାଂସ ଚୋରାଚାଲାଣ ବୃଦ୍ଧି ହେଉଥିବା ବେଳେ ଏହା କେଉଁଠୁ ଆସୁଛି ଓ କିଏ ସପ୍ଲାଏ କରୁଛି ସେନେଇ ତଦନ୍ତ କରିବା ଜରୁରୀ ହୋଇପଡିଛି । ଗତ ଜୁନ ମାସ 15 ତାରିଖରେ ଭୁବନେଶ୍ୱରରୁ ବଡ଼ ଧରଣର ଗୋରୁ ହାଡ଼ କଣ୍ଟେନର ଜବତ ହୋଇଥିଲା ଓ 3 ଜଣଙ୍କୁ ଗିରଫ କରିଥିଲା ପୋଲିସ ।

ଇଟିଭି ଭାରତ,ଭୁବନେଶ୍ବର

Last Updated : Sep 4, 2023, 9:45 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.