ETV Bharat / state

ଜାଗା ମିଶନ ଅନିୟମିତତା: ବର୍ଷିଲେ ବିରୋଧୀ, ସ୍ପଷ୍ଟୀକରଣ ରଖିଲା BDA - bjp on jaga mission

Jaga Mission Politics: 'ଜାଗା ମିଶନ'କୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ । ବସ୍ତିବାସିନ୍ଦାଙ୍କୁ ଜମି ଦେବା ନାଁରେ ବ୍ୟାପକ ଦୁର୍ନୀତି କରାଯାଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସ୍ପଷ୍ଟୀକରଣ ରଖିଛି ବିଡିଏ ।

jaga mission
ଜାଗା ମିଶନ
author img

By ETV Bharat Odisha Team

Published : Dec 13, 2023, 7:26 PM IST

ଜାଗା ମିଶନ

ଭୁବନେଶ୍ବର: 'ଜାଗା ମିଶନ'କୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ । "ଜାଗା ମିଶନ ଜମି ପଟ୍ଟା ନୁହେଁ, ଗରିବ ଲୋକଙ୍କୁ ପ୍ରତାରଣାର କାଗଜ ବାଣ୍ଟୁଛନ୍ତି ରାଜ୍ୟ ସରକାର" ଭଳି ଅଭିଯୋଗ ଆଣିଛନ୍ତି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ । ଆଜି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ କରିଛି କଂଗ୍ରେସ । ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଛନ୍ତି, "ଭୁବନେଶ୍ୱରରେ ଏକ ଅରାଜକତାର ବାତାବରଣ ସୃଷ୍ଟି ହେବା ସହ ଏଠାରେ ସରକାରଙ୍କର କୌଣସି ରୁଲ୍ ଅଫ୍ ଲ (Rule of Law) କାର୍ଯ୍ୟ କରୁନାହିଁ । ଗରିବ ଲୋକଙ୍କ ପାଇଁ ଏଠାରେ କୌଣସି ନିୟମ ନାହିଁ । ଭୁବନେଶ୍ୱରରେ କେବଳ ଧନୀ ଓ ଉଚ୍ଚ ଶ୍ରେଣୀର ଲୋକଙ୍କୁ ଜାଗା ମିଳୁଛି । ଗରିବ ଓ ସାଧାରଣ ଲୋକଙ୍କୁ ଏଠାରେ ଜାଗା ମିଳିବାର କୌଣସି ବ୍ୟବସ୍ଥା ନାହିଁ । ସେହି କାରଣରୁ ଭୁବନେଶ୍ୱରରେ ସରକାରୀ ଜମି ଜବରଦଖଲ ବଢ଼ିଚାଲିଛି ।"

ସେ ଆହୁରି ମଧ୍ୟ କହିଛନ୍ତି, "ବସ୍ତିବାସିନ୍ଦାଙ୍କୁ ଜମି ଦେବା ନାଁରେ ସରକାରୀ ବାବୁ, ଲୋକାଲ ମାଫିଆ ଓ ସ୍ଥାନୀୟ କର୍ପୋରେଟର ମିଳି ମିଶି ସରକାରୀ ଜମିକୁ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରୁଛନ୍ତି । ହେଲେ ଏହି ଜମି ପ୍ରକୃତ ଗରିବ ଲୋକ ପାଇପାରୁନାହାନ୍ତି । ଦଲାଲଙ୍କୁ ଅନୁକମ୍ପା ଓ ଗରିବଙ୍କୁ ପ୍ରତାରଣା କରୁଛନ୍ତି ସରକାର । ଏହାର ଏକ ବୃହତ୍ ଉଦାହରଣ ଶ୍ୟାମପୁର ଅଞ୍ଚଳରେ ଦେଖିବାକୁ ମିଳିଛି । ଭୂମି ଅଧିକାର ଲୋଭରେ ଜଣେ ଜଣେ ଲୋକ ଏପରି ଏକାଧିକ ସରକାରୀ ପ୍ଲଟ୍‌ କିଣୁଥିବାର ଅଭିଯୋଗ ହେଉଛି । ତେବେ କେବଳ ଏହି ଶ୍ୟାମପୁର ନୁହେଁ, ସାରା ସହରରେ ଏଭଳି ବେଆଇନ ଜବରଦଖଲ ବଢ଼ିବାରେ ଲାଗିଛି। "

"ଯଦି ସରକାର ଜାଗା ମିଶନ ନାଁରେ ବାଣ୍ଟୁଥିବା କାଗଜ ପ୍ରକୃତ ପଟ୍ଟା, ତେବେ ସେଥିରେ କଣ ପାଇଁ ବ୍ୟାଙ୍କ ମଡ଼ଗେଜ୍ ଦେଉନାହିଁ ? ଲୋକମାନେ ନିଜ ପିଲାମାନଙ୍କ ଶିକ୍ଷା ପାଇଁ ବ୍ୟାଙ୍କରୁ ଋଣ ନେଇପାରୁନାହାନ୍ତି । ଏହି ପଟ୍ଟା କଣ ପାଇଁ ଅନ୍ୟ ବ୍ୟବହାରରେ ଆସିପାରୁନାହିଁ ? ସରକାର ଜାଗା ମିଶନ ମାଧ୍ୟମରେ ନିଜର ମିଥ୍ୟା ପ୍ରଚାର କରିବା ସହ ଲୋକଙ୍କୁ ପ୍ରତାରଣା କରି ଖଣ୍ଡିଏ କାଗଜ ଧରାଇ ଦେଇଛନ୍ତି । ଭୁବନେଶ୍ୱରରେ ଏହିଭଳି ଅରାଜକତା ପରିସ୍ଥିତି ସୃଷ୍ଟି ହୋଇଛି । ଏହି ଅରାଜକତା ସରକାରଙ୍କ 5T ମାଧ୍ୟମରେ ଚାଲିଛି । ଏହା କି ପ୍ରକାର ଶାସନ?" ବୋଲି ବିଜୟ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି।

ସେପଟେ ବିଜେପି ନେତା ବାବୁ ସିଂ କହିଛନ୍ତି, "ସରକାରୀ ଅଧିକାରୀ ଏବଂ ଜମି ଦଲାଲଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଛି। ସରକାରୀ ଅଧିକାରୀଙ୍କ ପ୍ରରୋଚନାରେ ଏଭଳି ଜମି ଜାଲିଆତି ହେଉଛି । ଭୁବନେଶ୍ୱର ରାଜସ୍ୱ ଅଞ୍ଚଳର ସବୁ ଜାଗାରେ ମାଳ ମାଳ ଜମି ଦୁର୍ନୀତି ହେଉଛି । 24 ବର୍ଷର ସରକାର ଏଥିପାଇଁ ଦାୟୀ।"

ଏହା ବି ପଢନ୍ତୁ...ତୃତୀୟ ପର୍ଯ୍ୟାୟ ଭୂମି ଅଧିକାର ପ୍ରମାଣପତ୍ର ବଣ୍ଟନ, ୧୦ ହଜାର ହିତାଧିକାରୀ ପାଇଲେ ପଟ୍ଟା

ସେପଟେ କଂଗ୍ରେସର ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ । ବିଡିଏ ସଚିବ କବିନ୍ଦ୍ର ସାହୁ କହିଛନ୍ତି, "ଜମି ଜାଲିଆତି ନେଇ ଅଭିଯୋଗ ଆସିଛି । ବିଏମସି ଅନ୍ତର୍ଭୁକ୍ତ ଶାମପୁର ମୌଜାରେ GA ବିଭାଗ ପକ୍ଷରୁ ପ୍ରାୟ 60 ଏକର ଜମି ବିଡିଏକୁ ଆଲର୍ଟ ହୋଇଛି । କିଛି ଲୋକ ସେଠାରେ ଅନାଧିକାର ଜମି ଅକ୍ତିଆର କରିଛନ୍ତି। ପ୍ରାୟ 18 -19 ଜଣଙ୍କୁ ନୋଟିସ କରାଯାଇଛି । ସେମାନଙ୍କ ମଧ୍ୟରୁ କିଛି ଜଣ କୋର୍ଟର ଆଶ୍ରୟ ନେଇଥିଲେ ସେମାନଙ୍କ ବ୍ୟତୀତ ଅନ୍ୟମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.