ଖୋର୍ଦ୍ଧା: କୋରୋନା ଯୋଗୁଁ ରାଜ୍ୟରେ ବ୍ୟବସାୟ ବାଣିଜ୍ୟ ସବୁକିଛି ଠପ୍ । ଯାହାର ପ୍ରଭାବରେ ଚାଷୀକୂଳ ଠାରୁ ବ୍ୟବସାୟୀ ପର୍ଯ୍ୟନ୍ତ ସମସ୍ତଙ୍କ ଉପରେ ପଡିଥିବା ଦେଖିବାକୁ ମିଳିଛି । ରାଜ୍ୟର କଦଳୀ ବ୍ୟବସାୟ ଉପରେ ମଧ୍ୟ କୋରୋନାର କଳା ଛାୟା ପଡିଛି ।
ଖୋର୍ଦ୍ଧା ସହର କଦଳୀ ବ୍ୟବସାୟ ପାଇଁ ବେଶ ଖ୍ୟାତି ଅର୍ଜନ କରିଥିବା ବେଳେ ଏବେ ବେପାର ଉପରେ କୋରୋନାର କଳା ଛାୟା ପଡିଛି । ଦୈନିକ ଟ୍ରକ ଟ୍ରକ କଦଳୀ ଖୋର୍ଦ୍ଧା ସହରକୁ ଆସି ବ୍ୟବସାୟ କରାଯାଏ ।
![banana business](https://etvbharatimages.akamaized.net/etvbharat/prod-images/od-kud-corona-business-ready-to-uplode-od10017_29042020143535_2904f_01379_41.jpg)
କିନ୍ତୁ ଲକଡାଉନ ପାଇଁ ଏହି ବ୍ୟବସାୟ କରୁଥିବା ବ୍ୟବସାୟୀମାନେ ଏବେ କ୍ଷତି ସାହୁଛନ୍ତି । ଲୋକମାନେ ବଜାର ଆସୁ ନଥିବାରୁ ଏବେ କଦଳୀ ପଚିଯାଇ ନଷ୍ଟ ହେଉଛି । ସେପଟେ ପ୍ରଶାସନ ଦେଇଥିବା ବିକ୍ରି ସମୟସୀମା କମ ହେଉଥିବାରୁ ସମୟସୀମାକୁ ବଢାଇବା ପାଇଁ ଦାବି କରିଛନ୍ତି କଦଳୀ ବ୍ୟବସାୟୀ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ