ETV Bharat / state

ସରିଲା ଭୁବନେଶ୍ବର ବାଲିଯାତ୍ରା, ପୁଣି ଆର ବର୍ଷକୁ ଅପେକ୍ଷା

author img

By ETV Bharat Odisha Team

Published : Dec 6, 2023, 12:51 PM IST

Bhubaneswar Baliyatra Conlcludes: ଭୁବନେଶ୍ବରରେ ୯ ଦିନ ଧରି ଚାଲିଥିବା ବାଲିଯାତ୍ରା ଉଦଯାପିତ ହୋଇଛି । ଶେଷ ଦିନରେ ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ଅନନ୍ୟା ଶ୍ରୀତମ ନନ୍ଦଙ୍କ ଗୀତ ଉପସ୍ଥିତ ଦର୍ଶକଙ୍କୁ ମତୁଆଲା କରିଥିଲା । ଅଧିକ ପଢ଼ନ୍ତୁ

ସରିଲା ଭୁବନେଶ୍ବର ବାଲିଯାତ୍ରା
ସରିଲା ଭୁବନେଶ୍ବର ବାଲିଯାତ୍ରା

ସରିଲା ଭୁବନେଶ୍ବର ବାଲିଯାତ୍ରା

ଭୁବନେଶ୍ବର: ଶେଷ ହେଲା ଭୁବନେଶ୍ବର ବାଲିଯାତ୍ରା । କୁଆଖାଇ ନଦୀ ପଠାରେ ୨୭ ତାରିଖରୁ ଆରମ୍ଭ ହୋଇଥିବା ଏହି ବାଲିଯାତ୍ରା ୫ ତାରିଖ ଅର୍ଥାତ ଗତକାଲି ଶେଷ ହୋଇଛି । ରଙ୍ଗୀନ ଆଲୋକ ସହ ମୀନା ବଜାର ଓ ସେଲିବ୍ରିଟିଙ୍କ ପ୍ରଦର୍ଶନ ବାଲିଯାତ୍ରାର ଉତ୍ସାହକୁ ଦ୍ବିଗୁଣିତ କରିଥିଲା । ତେବେ ବାଲିଯାତ୍ରାର ଶେଷ ଦିନରେ ପାଲା ଭଜନ ଓ ପିଲାମାନଙ୍କ ବିଭିନ୍ନ ପ୍ରକାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ଅନନ୍ୟା ଶ୍ରୀତମ ନନ୍ଦଙ୍କ ଗୀତ ଉପସ୍ଥିତ ରାଜଧାନୀବାସୀଙ୍କୁ ମତୁଆଲା କରିଥିଲା । ଏହାକୁ ନେଇ ବାଲିଯାତ୍ରା ଶେଷ ଦିନ ବେଶ ରୋମାଞ୍ଚକର ଥିଲା ।

ଅନନ୍ୟାଙ୍କ ଗୀତର ତାଳେ ତାଳେ ନାଚିଥିଲା ଦର୍ଶକ । ଶୀତୁଆ ସନ୍ଧ୍ୟାର ଏହି ଶେଷ ବାଲିଯାତ୍ରାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ବାନ୍ଧି ରଖିଥିଲା । ଅନ୍ୟପଟେ ୯ ଦିନ ଧରି କୁଆଖାଇ ପଠାରେ ଜମୁଥିବା ଏହି ଭୁବନେଶ୍ଵର ବାଲିଯାତ୍ରା ରଙ୍ଗୀନ ଆଲୋକ ସହ ଉଚ୍ଚ ଦୋଳି ଓ ସେଲିବ୍ରିଟିମାନଙ୍କ ଝଲକ ବାଲିଯାତ୍ରାକୁ ଦୁଇଗୁଣତ ଆକର୍ଷିତ କରିଥିଲା । ଉତ୍ତର ନିର୍ବାଚନ ମଣ୍ଡଳୀ ପକ୍ଷରୁ ଆୟୋଜିତ ଏହି ଭୁବନେଶ୍ଵର ବାଲିଯାତ୍ରା ଚଳିତ ବର୍ଷ ୭ମ ସଂସ୍କରଣ ହୋଇଥିଲା । ଏଠାରେ ଏଥର ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ବ ଷ୍ଟଲ ଲାଗିଥିବା ବେଳେ ଶେଷ ସନ୍ଧ୍ୟା ସମୟରେ ଲକ୍ଷାଧିକ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା । ପ୍ରାୟ ୧୨୦୦ ବିଭିନ୍ନ ପ୍ରକାର ଷ୍ଟଲ୍‌ ସହ ଭଳିକି ଭଳି ଦୋଳି, ଖାଇବା ଷ୍ଟଲ, ଘରକରଣା ସାମଗ୍ରୀ, ସାଧନ ସାମଗ୍ରୀ, ଖେଳନା, ଟାଟୁ ଓ ମେହେନ୍ଦି ସେଣ୍ଟରର ସମ୍ଭାର ଖୋଲିଥିଲା ।

ଏହା ମଧ୍ୟ ପଢନ୍ତୁ- କୁଆଖାଇ ନଦୀ ପଠାରେ ଜମୁଛି ଭୁବନେଶ୍ବର ବାଲିଯାତ୍ରା

ତେଣୁ ଶେଷ ଦିନରେ ରାଜଧାନୀବାସୀ ବେଶ ଭଲ କିଣାକିଣି କରିଥିଲେ । ଖାଦ୍ୟରେ ଠୁଙ୍କା ପୁରୀ ସାଜିଥିଲା ଲୋକମାନଙ୍କ ମୁଖ୍ୟ ଆକର୍ଷଣ । ନିଜ ପରିବାର ଓ ସାଙ୍ଗସାଥୀମାନଙ୍କ ସହ ରାଜଧାନୀବାସୀ ମନଭରି ବାଲିଯାତ୍ରାକୁ ଉପଭୋଗ କରିଥିଲେ । ଶେଷ ସନ୍ଧ୍ୟାର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର, ଜଟଣୀର ବିଧାୟକ ସୁରେଶ ରାଉତରାୟଙ୍କ ସମେତ ବିଶିଷ୍ଟ ବ୍ୟକ୍ତିଗଣ । ଏହି ବାଲିଯାତ୍ରା ମହୋତ୍ସବ ଉତ୍ତର ନିର୍ବାଚନ ମଣ୍ଡଳୀ ପକ୍ଷରୁ ଆୟୋଜନ କରାଯାଉଥିବା ବେଳେ ଉତ୍ତର ନିର୍ବାଚନ ମଣ୍ଡଳୀର ବିଧାୟକ ସୁଶାନ୍ତ ରାଉତରାୟ ଉଦଯାପନୀ ମହୋତ୍ସବର ସଭାପତିତ୍ୱ କରିଥିଲେ । ଆମ ଓଡ଼ିଶାର ପରମ୍ପରା ଓ ସଂସ୍କୃତି ଓଡ଼ିଆଙ୍କ ଅସ୍ମିତାର ଗାଥା ବଖାଣି ଥିଲେ । ତେବେ ଏହି ଐତିହାସିକ ବାଲିଯାତ୍ରା ହଜାର ବର୍ଷ ତଳର ଓଡ଼ିଆଙ୍କ ସ୍ମୃତି ଓ ଇତିହାସକୁ ମନେ ପକାଉଛି ବୋଲି କହିଥିଲେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.