ETV Bharat / state

Train Tragedy: କେସ ରୁଜୁ କଲା ବାଲେଶ୍ବର ଜିଆରପି, ମୃତ୍ୟୁ ରିପୋର୍ଟ ନେଇ ତନାଘନା ଜାରି

author img

By

Published : Jun 5, 2023, 4:50 PM IST

Updated : Jun 5, 2023, 5:03 PM IST

ବାହାନଗା ଟ୍ରେନ ଦୁର୍ଘଟଣାରେ ମାମଲା ରୁଜୁ କଲା ବାଲେଶ୍ବର ଜିଆରପି । ମୃତ୍ୟୁ ରିପୋର୍ଟ ନେଇ ତନାଘନା ଜାରି ରହିଛି । ଅଧିକ ପଢନ୍ତୁ

Balasore GRP
Balasore GRP
Train Tragedy: କେସ ରୁଜୁ କଲା ବାଲେଶ୍ବର ଜିଆରପି, ମୃତ୍ୟୁ ରିପୋର୍ଟ ନେଇ ତନାଘନା ଜାରି

ଭୁବନେଶ୍ବର: ବାଲେଶ୍ବର ବାହାନଗା ରେଳ ଦୁର୍ଘଟଣା ଘଟଣାରେ ମାମଲା ରୁଜୁ । କେସ ରୁଜୁ କଲା ବାଲେଶ୍ବର ଜିଆରପି । ଜୁନ ୩ ତାରିଖ କେସ ନମ୍ବର ୬୪ ଆଧାରରେ ହେବ ତଦନ୍ତ । ଆଇପିସିର ଧାରା ୩୩୭,୩୩୮,୩୦୪(A), 34 ସମେତ ରେଲୱେ ଆକ୍ଟ 153/154/175ରେ ତନାଘନା କରୁଛି ଜିଆରପି ପୋଲିସ । ପ୍ରାଥମିକ ପର୍ଯ୍ୟାୟରେ ମୃତକଙ୍କ ରିପୋର୍ଟକୁ ଗୁରୁତ୍ବ ଦିଆଯାଇ ତଥ୍ୟ ସଂଗ୍ରହ ଚାଲିଛି ।

ଏହାପରେ ଅନ୍ୟ କୌଣସି ଦିଗକୁ ନେଇ ଯାଞ୍ଚ ହେବ ବୋଲି ସୂଚନା ମିଳିଛି । ମାମଲାରେ ଆଇପିସିର ୩୩୭ (ରସ ଡ୍ରାଇଭିଂ ନେଗ୍ଲିଜେନସ ବା ଅବହେଳା), ୩୩୮ (ଅବହେଳା ପାଇଁ ବଡ଼ ଧରଣର ଅଘଟଣ), ୩୦୪A (ଅବହେଳା ପାଇଁ ମୃତ୍ୟୁ), ୩୪ ଆଇପିସି ସମେତ ରେଲଓ୍ବେ ଆକ୍ଟ 153/154/175ରେ ଟେକ୍ନିକାଲ ଅବହେଳା ଯେପରିକି ଟ୍ରେଲର ଲାଇନ ଜମ୍ପ ବା ଡେଇଁବା, ସିଗ୍ନାଲ ବା ଅଧିକାରୀଙ୍କ ଇନଷ୍ଟ୍ରକ୍ସନ ବା ନିର୍ଦ୍ଦେଶ ଅବମାନନା, ରେଳ ଗାଡ଼ିର ସ୍ପିଡ ଲିମିଟ ଅବମାନନା ସହ ବିଭିନ୍ନ ରେଲଓ୍ବେର ଟେକ୍ନିକାଲ ଭାଓଲେସନ ଆଧାରରେ ମାମଲା ରୁଜୁ ହୋଇଛି ।

ଏହା ବି ପଢନ୍ତୁ- ବରଗଡ଼ରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌

ଏନେଇ ତନାଘନା ଜାରି ରଖିଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ମୃତକଙ୍କ ତଥ୍ୟ ସଂଗ୍ରହ ପୋଲିସ ଜାରି ରଖିଛି । ଅନ୍ୟପଟେ ଯେହେତୁ ଘଟଣାର ସିବିଆଇ ତଦନ୍ତ ପାଇଁ ରେଳମନ୍ତ୍ରୀ କହିଛନ୍ତି ତେଣୁ ସିବିଆଇ ତଦନ୍ତ ଆରମ୍ଭ କଲେ ଏହି ମାମଲା ଅଧିକ ଅଗ୍ରଗତି କରିବ । ତେବେ ଏଯାବତ ମୃତାହତଙ୍କ ତଥ୍ୟ ସଂଗ୍ରହ ଅଧିକ ଗୁରୁତ୍ବ ରହିଛି । ଅନେକ ମୃତକଙ୍କ ପରିଚୟ ମିଳିପାରି ନାହିଁ । ଏପରିକି ମୃତକଙ୍କ ପରିବାର ପକ୍ଷରୁ ଅନେକ ହସ୍ପିଟାଲ ଓ ମୃତଦେହ ସଂରକ୍ଷଣ ଗୃହରେ ଏହାର ଚିହ୍ନଟ ପ୍ରକ୍ରିୟା ଚାଲିଛି । ଏନେଇ ସମସ୍ତ ଦିଗକୁ ମଧ୍ୟ ଗୁରୁତ୍ବ ଦିଆଯାଉଛି ।

ଏସଆରସି ଦେଇଥିବା ତଥ୍ୟ ଆଧାରରେ ୧୬୦ଟି ମୃତଦେହ ଭୁବନେଶ୍ବରରେ ବିଭିନ୍ନ ହସ୍ପିଟାଲରେ ରହିଛି । ଚେନ୍ନାଇ, ଭଦ୍ରକ, ବାଲେଶ୍ବର ଓ କୋଲକତା ଅଞ୍ଚଳରୁ ଆସି ଲୋକ ନିଜ ପରିଚିତଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ଏଯାବତ ୫୦ଜଣ ମୃତକଙ୍କ ଚିହ୍ନଟ ସରିଥିବା ବେଳେ ୧୦୦ରୁ ଊର୍ଦ୍ଧ୍ବ ମୃତକଙ୍କ ପରିଚୟ ମିଳିପାରିନାହିଁ । ଅନ୍ୟପଟେ ଏ ଦିଗରେ ରେଲୱେ କମିସନ ମଧ୍ୟ ପ୍ରାଥମିକ ତଦନ୍ତ କରିସାରିଛନ୍ତି । ଏନେଇ ବିଭିନ୍ନ ଦିଗକୁ ମଧ୍ୟ ପ୍ରାଥମିକ ତଥ୍ୟ ସଂଗ୍ରହ କରିଛନ୍ତି । ଅନ୍ୟପଟେ ଆରପିଏଫ ଡିଜି ସଞ୍ଜୟ ଚନ୍ଦ୍ର ପୋଲିସ ଡିଜି ସୁନୀଲ ବଂଶଲଙ୍କୁ ଭେଟିଛନ୍ତି । ଡିଜି କ୍ୟାମ୍ପ ଅଫିସରେ ସଞ୍ଜୟ ଚନ୍ଦ୍ର ଆରପିଏଫଙ୍କୁ ଭେଟିଥିବା ଜଣାପଡ଼ିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 5, 2023, 5:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.