ETV Bharat / state

Balasore Train Tragedy: ୭ ଦିନ ବିତି ଗଲାଣି, ଏବେବି ମୃତଦେହ ଚିହ୍ନଟ ନେଇ ଲାଗି ରହିଛି ଦ୍ବନ୍ଦ୍ବ - train tragedy victims family members

ନିଜ ଲୋକଙ୍କୁ ହରାଇ ଝୁରୁଛନ୍ତି ପରିବାର ଲୋକେ । ଅନେକ ଦ୍ଵନ୍ଦ୍ୱ ମଧ୍ୟରେ ଅଟକି ଯାଉଛି ମୃତଦେହ ଚିହ୍ନଟ ପ୍ରକ୍ରିୟା । ଏପଟେ ନଖାଇ ନପିଇ ହସ୍ପିଟାଲର ବାହାରେ ପଡ଼ିରହିଛନ୍ତି ପରିବାର ସମ୍ପର୍କୀୟ । ଅଧିକ ପଢ଼ନ୍ତୁ

ନିଜ ଲୋକଙ୍କୁ ହରାଇ ଝୁରୁଛନ୍ତି ପରିବାର ଲୋକେ
ନିଜ ଲୋକଙ୍କୁ ହରାଇ ଝୁରୁଛନ୍ତି ପରିବାର ଲୋକେ
author img

By

Published : Jun 9, 2023, 8:11 PM IST

ନିଜ ଲୋକଙ୍କୁ ହରାଇ ଝୁରୁଛନ୍ତି ପରିବାର ଲୋକେ

ଭୁବନେଶ୍ବର: ବାହାନଗା ଟ୍ରେନ ଟ୍ରାଜେଡିକୁ ବିତିଲାଣି ଆଜିକୁ ସାତ ଦିନ । ହେଲେ ମୃତଦେହ ଚିହ୍ନଟ ଲାଗି ରହିଛି ଅନେକ ଦ୍ବନ୍ଦ୍ବ। ଦୁର୍ଘଟଣାରେ ମୃତ ଶରୀରକୁ ନା ଡାକ୍ତର ଚିହ୍ନି ପାରୁଛନ୍ତି ନା ପରିବାର ସମ୍ପର୍କୀୟ । କେଉଁ ମୃତଦେହ କାହାର । ତାହା ଜାଣିବା ବର୍ତ୍ତମାନ ସମୟରେ କଷ୍ଟକର ହୋଇପଡିଛି । କିଭଳି ମୃତ ଶରୀରକୁ ପାଇପାରିବେ ପରିବାର ଲୋକେ ସେନେଇ ଆଶା ଆକାଂକ୍ଷାରେ ରହିଛନ୍ତି ପରିବାର । ନିଜର ଦୁଃଖକୁ ଆଦରି ନେଇ ହସ୍ପିଟାଲରେ ରହିଛନ୍ତି ମୃତ ଲୋକଙ୍କ ପରିବାର ଓ ପ୍ରିୟଜନମାନେ । କିଛି କ୍ଷେତ୍ରରେ ଗୋଟିଏ ମୃତଦେହ ଲାଗି ଏକାଧିକ ଦାବିଦାର ବାହାରୁଛନ୍ତି । ଯେଉଁଥିପାଇଁ ଆରମ୍ଭ ହୋଇଛି ସମ୍ପର୍କୀୟଙ୍କର ଡିଏନଏ ନମୁନା ସଂଗ୍ରହ । ମୃତଶରୀର ଚିହ୍ନଟରେ ସମସ୍ୟା ସୃଷ୍ଟି ହେଲେ ଶେଷ ବିକଳ୍ପ ଡିଏନଏ ଟେଷ୍ଟ୍‌ ରହିଛି ।

କୋଲକାତାର ଅମତାଲାହ୍ ଜିଲ୍ଲାର ସବିଲା ମୂଲା ନାମକ ଜଣେ ମହିଳା ଅଭିଯୋଗ ଆଣିଛନ୍ତି, "ମୁଁ ଗୋଟିଏ ମୃତଦେହକୁ ମୋ ପୁଅର ମୃତଦେହ ବୋଲି ଚିହ୍ନଟ କରିବା ପରେ ମୋତେ ଆଉ ଏକ ମୃତଦେହ ଦିଆଯାଉଛି । ମୋ ପୁଅ ସରିଫୁଲ ସେକ୍‌ କାମ ଆଶାରେ ଚେନ୍ନାଇ ଯାଉଥିବା ବେଳେ ଟ୍ରେନ୍ ଦୁର୍ଘଟଣାରେ ତାର ମୃତ୍ୟୁ ହୋଇଥିଲା । ଥାନାରୁ ଖବର ପାଇବା ପରେ ମୁଁ ଭୁବନେଶ୍ୱର ଏମ୍ସରେ ପହଞ୍ଚି ସେଠାରେ ଥିବା ମୃତକଙ୍କ ଫଟୋ ଦେଖି ମୋ ପୁଅକୁ ଚିହ୍ନଟ କରିଥିଲି । କିନ୍ତୁ ମୋତେ ଦିଆଯାଉଛି ଅନ୍ୟଏକ ମୃତଦେହ ।"

କିଏ ମୃତଦେହ ପାଉ ନାହିଁନ୍ତି ତ କିଏ ଚିକିତ୍ସିତ ପରିଜନଙ୍କୁ ଖୋଜୁଛନ୍ତି । ପଶ୍ଚିମବଙ୍ଗର ମା' ପୁଅ ଟ୍ରେନ ଦୁର୍ଘଟଣାର ଶିକାର ହୋଇଥିବା ବେଳେ ପୁଅ ଗୁରୁତର ଭାବରେ ଆହତ ହୋଇଥିଲେ । ଚିକିତ୍ସା ପାଇଁ ହସ୍ପିଟାଲ ଆସିଥିଲା । କିନ୍ତୁ ବର୍ତ୍ତମାନ ପୁଅ ଆଉ ହସ୍ପିଟାଲରେ ନାହିଁ । ଜୀବିତ ନା ମୃତ ତାହା ବି ପରିବାରବର୍ଗଙ୍କୁ ଜଣା ନାହିଁ । ଯାହାକୁ ନେଇ ମେଡିକାଲ ପରିସରରେ ଏକ ପ୍ରକାର କୋଳାହଳ ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳୁଛି ।

ଅନ୍ୟପଟେ ଏମିତି ଅନେକ ଘଟଣା ସାମ୍ନାକୁ ଆସୁଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ଏମ୍ସର ଆଡ଼ିସନାଲ ସୁପରିଟେନଡେଣ୍ଟ ପ୍ରଭାସ ରଞ୍ଜନ ତ୍ରିପାଠୀ । ସୁପରିଟେନଡେଣ୍ଟ ପ୍ରଭାସ ରଞ୍ଜନ ତ୍ରିପାଠୀ କହିଛନ୍ତି, ହସ୍ପିଟାଲ ପକ୍ଷରୁ ମୃତଶରୀର ପରିବାର ଲୋକଙ୍କୁ ହସ୍ତାନ୍ତର କରିବାରେ କୌଣସି ପ୍ରକାର ତ୍ରୁଟି ହୋଇନାହିଁ । ଦୁର୍ଘଟଣାରେ ଅନେକ ମୃତ ଲୋକଙ୍କ ଶରୀରର ଅବସ୍ଥା ବିକୃତ ଥିବାବେଳେ ଗୋଟିଏ ମୃତଦେହ ପାଇଁ ଅନେକ ଦାବିଦାର ବାହାରୁଛନ୍ତି । ଚିହ୍ନଟ ପାଇଁ ଡିଏନଏ ସଂଗ୍ରହ କରାଯାଉଛି । 50ଟି ଡିଏନ ସଂଗ୍ରହ କରାଯାଇଛି । ଯାହା ମଧ୍ୟରୁ ପାଖାପାଖି 30ଟି ନମୂନା ପରୀକ୍ଷଣ ପାଇଁ ଦିଲ୍ଲୀ ପଠାଯାଇଛି । ବର୍ତ୍ତମାନ ସୁଦ୍ଧା ଏମ୍ସରେ ୧୬୨ଟି ମରଶରୀର ରହିଥିବା ବେଳେ ଫିଜିକାଲ ଭେରିଫିକେସନ ପରେ ଏମ୍ସ ପକ୍ଷରୁ ୮୦ଟି ମୃତଦେହ ହସ୍ତାନ୍ତର କରଯାଇଛି । ଆଉ ୮୨ଟି ମୃତଦେହକୁ ଫ୍ରିଜର୍‌ରେ ରଖାଯାଇଛି । ଏହାରି ମଧ୍ୟରୁ 70ଟି ମୃତଦେହ କଣ୍ଟେନରରେ ରଖାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.