ଭୁବନେଶ୍ବର: ବିଧାନସଭା ଶୀତ ଅଧିବେଶନର ଆଜି ଦ୍ବିତୀୟ ଦିନରେ ଗୃହକାର୍ଯ୍ୟ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ । ଚାଷୀ ପ୍ରସଙ୍ଗ ଉଠାଇ ଗୃହରେ ହୋହଲ୍ଲା କଲେ ବିରୋଧି । ଗୃହ ମଧ୍ୟଭାଗକୁ ଆସି ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟ ହଟ୍ଟଗୋଳ କଲେ । ଯାହାପରେ ସାଢେ ୧୧ଟା ଯାଏଁ ଗୃହକୁ ମୁତଲବୀ ଘୋଷଣା କରିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ(Assembly proceedings adjourned till 11:30 AM) ।
ଗତକାଲି ଠାରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହୋଇଛି । ପ୍ରଥମ ଦିନରେ ପୂର୍ବତନ ବିଧାୟକମାନଙ୍କୁ ଗୃହରେ ଶ୍ରଦ୍ଧାଞ୍ଜଳି ଜଣାଯାଇ ଶୋକ ପ୍ରସ୍ତାବ ଆଗତ ହୋଇଥିଲା । ଏହାପରେ ବିଭିନ୍ନ ପ୍ରସଙ୍ଗ ନେଇ ଗୃହ କମ୍ପିଥିଲା । ଏସବୁ ଭିତରେ ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ୨୦୨୨-୨୩ ବର୍ଷ ପାଇଁ ୧୬ ହଜାର ୮୦୦ କୋଟିର ଅତିରିକ୍ତ ବଜେଟ ଆଗତ କରିଥିଲେ ।
ଇଟିଭି ଭାରତ, ଭୁବନେଶ୍ବର