ETV Bharat / state

ରମାଦେବୀ ବିଶ୍ୱବିଦ୍ୟାଳୟରେ ଖୋଲିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ରୋବୋଟିକ ସେଣ୍ଟର - ରମାଦେବୀ ବିଶ୍ୱବିଦ୍ୟାଳୟରେ ଖୋଲିବ ରୋବୋଟିକ ସେଣ୍ଟର

ରମାଦେବୀ ବିଶ୍ୱବିଦ୍ୟାଳୟରେ ଖୁବଶୀଘ୍ର ଖୋଲିବାକୁ ଯାଉଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ରୋବୋଟିକ ସେଣ୍ଟର । ଅଧିକ ପଢନ୍ତୁ

ramadevi university
ରମାଦେବୀ ବିଶ୍ୱବିଦ୍ୟାଳୟ
author img

By

Published : Feb 26, 2023, 8:47 AM IST

ଭୁବନେଶ୍ବର: ରମାଦେବୀ ବିଶ୍ବବିଦ୍ୟାଳୟରେ ପଢୁଥିବା ଛାତ୍ରୀଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ରମାଦେବୀ ବିଶ୍ବବିଦ୍ୟାଳୟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ରୋବଟିକ ସେଣ୍ଟର ଖୋଲିବାକୁ ଯାଉଛି । ଏନେଇ ଉଚ୍ଚଶିକ୍ଷା ବିଭାଗ ରମାଦେବୀ ବିଶ୍ବବିଦ୍ୟାଳ କୁଳପତିଙ୍କୁ ମତ ରଖିବାକୁ ଚିଠି ଲେଖିଛନ୍ତି । ଏଥିପାଇଁ ଉଚ୍ଚଶିକ୍ଷା ବିଭାଗକୁ ଭୁବନେଶ୍ବର ଆଇଆଇଟି ପ୍ରସ୍ତାବ ଦେଇଛି ।

ramadevi university
ରମାଦେବୀ ବିଶ୍ୱବିଦ୍ୟାଳୟ

ରାଜ୍ୟରେ ଶିକ୍ଷାର ଉନ୍ନତି ନେଇ ସରକାର ସର୍ବଦା ପ୍ରାୟାସ କରୁଛନ୍ତି । ଦେଶ ଏବଂ ବିଦେଶରେ ଦିନକୁ ଦିନ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ ଓ ରୋବୋଟିକ ସେଣ୍ଟରର ଚାହିଦା ବଢ଼ିବାରେ ଲାଗିଛି । ରାଜ୍ୟରେ ଥିବା ଏକମାତ୍ର ମହିଳା ସରକାରୀ ବିଶ୍ବବିଦ୍ୟାଳୟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଓ ରେବୋଟିକ୍ ସେଣ୍ଟର ଖୋଲିବାକୁ ପ୍ରସ୍ତାବ ଦିଆଯାଇଛି । ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଭୁବନେଶ୍ବର ପକ୍ଷରୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗକୁ ଏହି ପ୍ରସ୍ତାବ ଦିଆଯାଇଛି । ଏନେଇ ସ୍ନାତକ ଡିଗ୍ରୀଧାରୀ ଛାତ୍ରୀଙ୍କୁ ଟ୍ରେନିଂ ଦିଆଯାଇ ସେମାନେ କିଭଳି ଭାବରେ ରୋଜଗାରକ୍ଷମ ଓ ସ୍ବାବଲମ୍ବୀ ହୋଇପାରିବେ ତାହା ମୁଖ୍ୟ ଲକ୍ଷ୍ୟ ରଖାଯାଇଛି ।

ଆଇଆଇଟି ଭୁବନେଶ୍ବର ପକ୍ଷରୁ ଏହି ପ୍ରସ୍ତାବ ଦିଆଯିବା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ରମାଦେବୀ ବିଶ୍ଵବିଦ୍ୟାଳୟରେ ରୋବୋଟିକ କେନ୍ଦ୍ର ଖୋଲିବା ନେଇ ଉଚ୍ଚଶିକ୍ଷା ବିଭାଗ ଚିଠି ଲେଖି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମତ ଲୋଡିଛି । ରାଜ୍ୟ ସରକାର ଶିକ୍ଷା ଓ ଛାତ୍ରଛାତ୍ରୀଙ୍କ ଉନ୍ନତି ପାଇଁ ବିଭିନ୍ନ ଯୋଜନା କରୁଛନ୍ତି । କିଭଳି ଭାବରେ ପିଲାମାନେ ଶିକ୍ଷାକ୍ଷେତ୍ରରେ ଆଗକୁ ବଢିବେ ସେନେଇ ସ୍କୁଲ ଓ ବିଶ୍ଵବିଦ୍ୟାଳୟସ୍ତରରେ ଉନ୍ନତି କାର୍ଯ୍ୟ କରାଯାଉଛି । ରାଜ୍ୟରେ ସ୍କୁଲ ରୂପାନ୍ତରଣ ପରି ସ୍ମାର୍ଟ କ୍ଲାସ ରୁମ୍ ଓ ବିଶ୍ଵବିଦ୍ୟାଳୟରେ ଉନ୍ନତମାନର ଶିକ୍ଷାଦାନ ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର ।

ଏହା ବି ପଢନ୍ତୁ...ସରକାରୀ ସ୍କୁଲ ପିଲାଙ୍କୁ ଦିଆଯିବ ନୋଟ ବୁକ୍, ମପାଯିବ ଛାତ୍ରଛାତ୍ରୀଙ୍କ ଦକ୍ଷତା

ଚଳିତ ବିଧାନସଭାରେ ବଜେଟରେ ମଧ୍ୟ ଶିକ୍ଷାକ୍ଷେତ୍ରକୁ ଗୁରୁତ୍ଵ ଦିଆଯାଇଛି । ସୂଚନା ଅନୁଯାୟୀ, ବର୍ତ୍ତମାନ ଏହି ବିଶ୍ବବିଦ୍ୟାଳୟର ସ୍ନାତକ ସ୍ତରରେ ୨୩ଟି, ସ୍ନାତକୋତ୍ତର ସ୍ତରରେ ୧୪ଟି ଓ ପିଏଚଡି ସ୍ତରରେ ୧୦ଟି ବିଭାଗ ରହିଛି । ଛାତ୍ରୀମାନଙ୍କ ପାଇଁ ଏଠାରେ କ୍ରୀଡା, ଯୋଗ, ଏନସିସି, ଫଟୋ କ୍ଲବ, ଭାଷା କ୍ଲବ, ସେଣ୍ଟର ଅଫ ଏକ୍ସଲେନ୍ସ ଆଦିର ସୁବିଧା ରହିଛି । 2015 ମସିହା ଫେବୃଆରୀ ମାସରେ ଏହି ବିଶ୍ବବିଦ୍ୟାଳୟକୁ ନାକ ଗ୍ରେଡ଼ ଏ ମାନ୍ୟତା ମିଳିଥିଲା । 2015 ମସିହା ମଇ ମାସରେ ଉଚ୍ଚଶିକ୍ଷା ବିଭାଗ ଅକ୍ଷରୁ ରମାଦେବୀ ବିଶ୍ବବିଦ୍ୟାଳୟକୁ ରୁସା ଅନୁମୋଦନ ମିଳିଥିଲା ଓ ବିଶ୍ବବିଦ୍ୟାଳୟର ମାନ୍ୟତା ମଧ୍ୟ ମିଳିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.