ETV Bharat / state

ଖୋର୍ଦ୍ଧାରେ କମୁନି ଦୁର୍ଦ୍ଦଶା, ଆଜି ବି ପାଣି ଘେରରେ ୪୪ ଗାଁ - ପାଣି ଘେରରେ ୪୪ ଗାଁ

ଖୋର୍ଦ୍ଧାବାସୀଙ୍କ କମୁନି ଦୁର୍ଦ୍ଦଶା । ଦୟା ଓ ରାଜୁଆ ନଦୀରେ ବନ୍ୟା ଆସିବା ପରେ ଏବେ ବି ପାଣି ଘେରରେ ୪୪ ଗାଁ । ଅଧିକ ପଢନ୍ତୁ

ଖୋର୍ଦ୍ଧାରେ କମୁନି ଦୁର୍ଦ୍ଦଶା, ଆଜି ବି ପାଣି ଘେରରେ ୪୪ ଗାଁ

author img

By

Published : Aug 20, 2022, 2:55 PM IST

ଖୋର୍ଦ୍ଧା: ମହାନଦୀରେ ବନ୍ୟା ଫଳରେ ଏହାର ଶାଖା ନଦୀ ଦୟା ଓ ରାଜୁଆରେ ଆସିଛି ବନ୍ୟା । ସେହିଭଳି ରାଜୁଆ ନଦୀ ତିରିମଲଠାରେ ଘାଇ ସୃଷ୍ଟି ହେବାରୁ ଖୋର୍ଦ୍ଧା ବ୍ଲକରେ ବନ୍ୟା ସ୍ଥିତି ଆହୁରି ସଙ୍ଗୀନ ହୋଇଛି । ଆଜି ସୁଦ୍ଧା ଜିଲ୍ଲାରେ ମୋଟ ୨୨ଟି ପଞ୍ଚାୟତର ୭୦ଟି ଗାଁ ପ୍ରଭାବିତ ହୋଇଥିବାବେଳେ, ୪୪ଟି ଗାଁ ପାଣି ଘେରରେ ରହିଛି ।

ଖୋର୍ଦ୍ଧାରେ କମୁନି ଦୁର୍ଦ୍ଦଶା, ଆଜି ବି ପାଣି ଘେରରେ ୪୪ ଗାଁ

ଦୟା, ରାଜୁଆ ନଦୀର ଘାଇରେ ପାଣି ପ୍ରବାହ ବନ୍ଦ ହୋଇନଥିବାରୁ ଦିନକୁ ଦିନ ଅଧିକ ଚାଷ ଜମି ଓ ଗାଁ ପ୍ରଭାବିତ ହେବାରେ ଲାଗିଛି । ଫଳରେ ପ୍ରଶାସନ ପକ୍ଷରୁ ଜଳବନ୍ଦୀରେ ଥିବା ସର୍ବାଧିକ ପ୍ରଭାବିତ ୨୦ଟି କେନ୍ଦ୍ରରେ ୧୫ ଦିନ ରନ୍ଧାଖାଦ୍ୟ ଦେବାକୁ ନିଷ୍ପତ୍ତି ନିଆଯାଇଛି । ଖୋର୍ଦ୍ଧା ବ୍ଲକର କୁରୁମପଡ଼ା, ନରଣଗଡ଼ର ଗୋଟିଏ ସାହି ଓ ବ୍ରଜମୋହନପୁରର ଗୋଟିଏ ସାହିରେ ବନ୍ୟା ଜଳ ପ୍ରବେଶ କରିଛି ।

ସେହିପରି ଗାଁରେ ପାଣି ପଶିବା ଦ୍ବାରା ୨୩ହଜାର ୪୫୯ଜଣ ଲୋକ ସର୍ବାଧିକ ପ୍ରଭାବିତ ହୋଇଛନ୍ତି । ୩୩ଟି ସ୍ଥାନରେ ୧୨ ହଜାର ୬୮୨ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଥିବାବେଳେ, ଆଜି ୧୯ଟି ସ୍ଥାନରେ ୯ ହଜାର ୮୫୫ଜଣଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି । ୧ଲକ୍ଷ ୧୧ହାଜର ୧୭୧ଟି ଗୃହପାଳିତ ପଶୁପକ୍ଷୀ ପ୍ରଭାବିତ ହୋଇଥିବାବେଳେ ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି ।

ବନ୍ୟା ପ୍ରଭାବିତ ଅଞ୍ଚଳରେ ବର୍ତ୍ତମାନ ୯ଟି ଡାକ୍ତରୀ ଟିମ, ୫ଟି ପ୍ରାଣୀଚିକିତ୍ସା ଟିମ କାର୍ଯ୍ୟ କରୁଛନ୍ତି । ୨ଟି ପାୱାର୍ ବୋଟ ଓ ଗୋଟିଏ ଓଡ୍ରାଫ ଟିମ ଖୋର୍ଦ୍ଧା ବ୍ଲକରେ, ୪ଟି ପାୱାର ବୋଟ, ୪ଟି ବୋଟ ସହ ଗୋଟିଏ NDRF ଟିମ ବାଲିଅନ୍ତା ଓ ବାଲିପାଟଣା ବ୍ଲକରେ ମୁତୟନ ହୋଇଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.