ETV Bharat / state

ଅର୍ଚ୍ଚନା ନାଗ ହନି ଟ୍ରାପ ମାମଲା, କୋର୍ଟକୁ ଆସିଲେନି ଶ୍ରଦ୍ଧାଞ୍ଜଳି - କୋର୍ଟରେ ହାଜର ହେଉନାହାନ୍ତି ଅଭିଯୁକ୍ତ ଶ୍ରଦ୍ଧାଞ୍ଜଳି

ବ୍ଲାକମେଲର ଅର୍ଚ୍ଚନା ନାଗ ହନି ଟ୍ରାପ ମାମଲାରେ କୋର୍ଟରେ ହାଜର ହେଉନାହାନ୍ତି ଅଭିଯୁକ୍ତ ଶ୍ରଦ୍ଧାଞ୍ଜଳି ବେହେରା। ଅଧିକ ପଢନ୍ତୁ

arcahna nag case
arcahna nag case
author img

By

Published : Apr 25, 2023, 7:54 AM IST

arcahna nag case

ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ହନି ଟ୍ରାପ ମାମଲା । ଏହି ମାମଲା କୋର୍ଟରେ ବିଚାରଧୀନ ଥିବା ବେଳେ ଦିନ ପରେ ଦିନ ଗଡି ଚାଲୁଛି । ହେଲେ କୋର୍ଟରେ ହାଜର ହେଉନାହାନ୍ତି ଅଭିଯୁକ୍ତ ଶ୍ରଦ୍ଧାଞ୍ଜଳି ବେହେରା । ଅନ୍ୟ ଅଭିଯୁକ୍ତ କୋର୍ଟର ତାରିଖ ଅନୁଯାୟୀ କୋର୍ଟରେ ହାଜର ହେଉଥିବା ବେଳେ ଶ୍ରଦ୍ଧାଞ୍ଜଳି କିନ୍ତୁ ହେଉନାହାନ୍ତି ଏହାକୁ ନେଇ ଅନ୍ୟ ଅଭିଯୁକ୍ତ ପ୍ରଶ୍ନ ଉଠାଉଛନ୍ତି ।

ଏହା ମଧ୍ୟ ପଢନ୍ତୁ-ସିଇଓଙ୍କ ନିକଟରେ ବିଜେଡି ଫେରାଦ, ଜନଜାତି ଆୟୋଗ ସଭ୍ୟଙ୍କ କାର୍ଯ୍ୟକ୍ରମ ବାତିଲ ଦାବି

ତେବେ ସୂଚନା ଅନୁସାରେ , ବ୍ଲାକମେଲର ଅର୍ଚ୍ଚନା ନାଗ ହନି ଟ୍ରାପ ମାମଲାରେ ବ୍ଲାକ ମେଲିଂ ଓ ବେଆଇନ ଅର୍ଥ କାରବାରକୁ ନେଇ ଅନ୍ୟତମ ଅଭିଯୁକ୍ତ ଶ୍ରଧାଞ୍ଜଳିଙ୍କ ନାଁରେ ନୟାପଲ୍ଲୀ ଥାନାର ଅଭିଯୋଗ ହୋଇଥିଲା । ଏହାପରେ ଇଡି ନିଜ ଆଡୁ ମାମଲା ରୁଜୁ କରିଥିଲା । ଇଡି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଶ୍ରଦ୍ଧାଞ୍ଜଳି । କିନ୍ତୁ ବାରମ୍ବାର କୋର୍ଟଙ୍କ ନୋଟିସ ପରେ ବି କୋର୍ଟରେ ଉପସ୍ଥିତ ହେଉ ନଥିଲେ ଶ୍ରଦ୍ଧାଞ୍ଜଳି । ଏହାକୁ ନେଇ ଗତ ୧୯ ତାରିଖରେ ସିବିଆଇ କୋର୍ଟରେ ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ହାଜର ହେବା ପରେ ଅଭିଯୋଗରେ ଶ୍ରଦ୍ଧାଞ୍ଜଳିଙ୍କ ନାଁ ଆସିଥିଲା । ସୋମବାର କୋର୍ଟରେ ଶୁଣାଣି ଥିଲା କିନ୍ତୁ ସେଦିନ ବି ହାଜର ହେଲେନି ଶ୍ରଦ୍ଧାଞ୍ଜଳି । ଆଜି ସୁଦ୍ଧା ହାଜର ହେବାକୁ କରାଇବାକୁ ସମୟ ନେଇଛନ୍ତି ଶ୍ରଦ୍ଧାଞ୍ଜଳିଙ୍କ ଓକିଲ ।

ଏନେଇ ଶ୍ରଦ୍ଧାଞ୍ଜଳିଙ୍କ ଓକିଲ ଅଶୋକ ଦାସ କହିଛନ୍ତି, "ଶ୍ରଦ୍ଧାଞ୍ଜଳି ଦୂରରେ ରହୁଥିବାରୁ ପ୍ରାୟ ତାରିଖରେ ସେ କୋର୍ଟ ରେ ହାଜର ହେବା ସମ୍ଭବ ନୁହେଁ । ତେଣୁ ଓକିଲ ଜରିଆରେ ହାଜର ହେବା ନେଇ କୋର୍ଟର ନିୟମ ଅଛି । ସେ ଦୃଷ୍ଟିରୁ ଆମେ କୋର୍ଟକୁ ଅବଗତ କରାଇଛୁ । ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି ଦୁଇ ସପ୍ତାହ ଭିତରେ ମାମଲାର ଶୁଣାଣି ପାଇଁ । ତେଣୁ ତଳକୋର୍ଟ ବା ପିଏମ୍‌ଏଲ୍‌ କୋର୍ଟରେ ଆଜି ଏନେଇ ଶୁଣାଣି ରହିଛି ।"

ଏହା ମଧ୍ୟ ପଢନ୍ତୁ-ଟିକେଟ କନ୍ଦଳ, ଉପମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପାର୍ଟି ଅଫିସରେ ହାତିହାତି ହେଲେ ବିଜେପି ନେତା

ଅନ୍ୟପଟେ ଆଜି ଇଡି ସ୍ପେଶାଲ୍ କୋର୍ଟରେ ଅର୍ଚ୍ଚନାଙ୍କ ହଜାର ତାରିଖ ରହିଥିଲା। ଜେଲ୍‌ରେ ରହି ଭିଡିଓ କନଫରେନ୍ସ ଜରିଆରେ ହାଜର ହୋଇଥିଲେ ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ବର । ଜେଲ୍‌ରେ ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ବରଙ୍କୁ ଇଡି ପକ୍ଷରୁ ଜେରା ପାଇଁ କୋର୍ଟରେ ପିଟିସନ ଦାଖଲ କରାଯାଇଛି । ଏହାକୁ ବିରୋଧ କରାଯିବ ବୋଲି ଅର୍ଚ୍ଚନାଙ୍କ ଓକିଲ ଠାକୁର ସଂଗ୍ରାମ ସିଂ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.