ETV Bharat / state

Love in London: ଆଜି ଥିଏଟରରେ ରିଲିଜ ହେଲା ଫିଲ୍ମ, ରିଲିଜ ପୂର୍ବରୁ ପ୍ରି-ରଜ ସେଲିବ୍ରେସନ କଲା ଟିମ୍

ଆଜି ରିଲିଜ ହୋଇଛି ଅନୁଭବ ମହାନ୍ତିଙ୍କ ବହୁ ପ୍ରିତିକ୍ଷୀତ ଫିଲ୍ମ 'ଲଭ୍ ଇନ୍ ଲଣ୍ଡନ'। 5ବର୍ଷ ପରେ ନିଜ ପ୍ରିୟ ଅଭିନେତାକୁ ବଡ ପରଦାରେ ଦେଖିବାକୁ ଉତ୍ସାହିତ ଅଛନ୍ତି ଫ୍ୟାନ୍ସ। ତେବେ ଏହି ଫିଲ୍ମ ଦର୍ଶକଙ୍କ ରଜ ସେଲିବ୍ରସନକୁ ଦ୍ବିଗୁଣିତ କରିବ ବୋଲି ଆଶା। ସେପଟେ ଫିଲ୍ମ ରିଲିଜ ପୂର୍ବରୁ ପ୍ରି-ରଜ ସେଲିବ୍ରେସନ କରିଥିଲେ ଟିମ ସଦସ୍ୟ। ଅଧିକ ପଢନ୍ତୁ,

author img

By

Published : Jun 13, 2023, 11:58 AM IST

ଆଜି ଥିଏଟରରେ ରିଲିଜ ହେଲା ଫିଲ୍ମ, ରିଲିଜ ପୂର୍ବରୁ ପ୍ରି-ରଜ ସେଲିବ୍ରେସନ କଲା ଟିମ୍

ଭୁବନେଶ୍ବର: ଏଥର ରଜରେ ଲୋକଙ୍କୁ ମନୋରଞ୍ଜନ କରିବାକୁ ଆସୁଛନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି। ଆଜି ସାରା ଓଡ଼ିଶାରେ ରିଲିଜ ହୋଇଛି ଅନୁଭବଙ୍କ ବହୁ ପ୍ରିତିକ୍ଷୀତ ଫିଲ୍ମ 'ଲଭ୍ ଇନ୍ ଲଣ୍ଡନ'। 5ବର୍ଷ ପରେ ନିଜ ପ୍ରିୟ ଅଭିନେତାକୁ ବଡ ପରଦାରେ ଦେଖିବାକୁ ଉତ୍ସାହିତ ଅଛନ୍ତି ଫ୍ୟାନ୍ସ। ତେବେ ଫିଲ୍ମ ରିଲିଜ ପୂର୍ବରୁ ପ୍ରି-ରଜ ସେଲିବ୍ରେସନ କରିଥିଲେ ଫିଲ୍ମର ପୁରା ଟିମ। ତେବେ ହାଇ ବଜେଟର ଏହି ରୋମାଣ୍ଟିକ ଡ୍ରାମା ଫିଲ୍ମ ଦର୍ଶକଙ୍କ ରଜ ସେଲିବ୍ରସନକୁ ଦ୍ବିଗୁଣିତ କରିବ ବୋଲି ଆଶା।

ଜେବି ଫିଲ୍ମସ୍ ଆଣ୍ଡ ଟିଭି ଏବଂ ଅମରା ଷ୍ଟୁଡିଓ ଏଲଏଲପି ବ୍ୟାନ୍ନରରେ ବିଗ ବଜେଟର ଫିଲ୍ମ "ଲଭ ଇନ ଲଣ୍ଡନ" ରିଲିଜ ହୋଇଛି। ଫିଲ୍ମ ରିଲିଜ ପୂର୍ବରୁ ଭୁବନେଶ୍ବର ଉତ୍କଳ କନିକା ଗ୍ୟାଲେରିଆ ଠାରେ ପ୍ରି-ରଜ ସେଲିବ୍ରେସନ କରିଥିଲେ ଟିମ ସଦସ୍ୟ। ଏହି ସମୟରେ ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ସହ ତାଙ୍କର ନବାଗତ ନାୟିକା ସ୍ୱପ୍ନା ପ୍ରିୟଦର୍ଶିନୀ ସହ ଅଭିନେତା ସରୋଜ ତଥା ଅନ୍ୟାନ୍ୟ ସମସ୍ତ କଳାକାର ଉପସ୍ଥିତ ଥିଲେ l ଏହି ଅବସରରେ କଣ୍ଠଶିଳ୍ପୀ ଅସୀମା ପଣ୍ଡା, ହ୍ୟୁମାନ ସାଗର, କୁଲଦୀପ ପଟ୍ଟନାୟକ ସାମିଲ ହୋଇ ଫିଲ୍ମର ଗୀତ ଗୁଡିକୁ ପରିବେଷଣ କରିଥିଲେ। ଫଳରେ କଣ୍ଠଶୀଳ୍ପୀଙ୍କ ଗୀତରେ ଝୁମିଥିଲେ ଉପସ୍ଥିତ ଦର୍ଶକ।

ସେପଟେ ଫିଲ୍ମ "ଲଭ ଇନ ଲଣ୍ଡନ" ର ଏଭଳି ପ୍ରୟାସକୁ ଉପସ୍ଥିତ ଥିବା ଶହ ଶହ ଦର୍ଶକ ବହୁତ ପ୍ରଶଂସା କରିଥିଲେ। ଦୀର୍ଘ 5 ବର୍ଷ ପରେ ରଜରେ ଅନୁଭବ ମହାନ୍ତିଙ୍କ ଫିଲ୍ମ ଆସୁଥିବାରୁ ଦର୍ଶକ ବେଶ ଉତ୍ସାହିତ ଥିବା ପ୍ରତିକ୍ରିୟା ଦେଇଥିଲେ l ଏହି ସମୟରେ ପ୍ରତିକ୍ରିୟା ଦେଇ ଅନୁଭବ କହିଥିଲେ ଯେ, ''ଆମେ ଭଲ ଓଡ଼ିଆ ଫିଲ୍ମ ନିର୍ମାଣ କରି ଦର୍ଶକଙ୍କ ମନ ଜିଣିବାକୁ ଚାହୁଁଛୁ ଏବଂ ଦର୍ଶକମାନେ ପୂର୍ବରୁ ଯେମିତି ଓଡ଼ିଆ ଫିଲ୍ମ ପ୍ରତି ରୁଚି ରଖୁଥିଲେ ଏବେ ସେଇ ସମୟ ପୁଣି ଫେରିଆସିଛି l ରଜ ଆମ ଓଡ଼ିଶା ମାଟିର ଗଣ ପର୍ବ, ତେଣୁ ଆମେ ପ୍ରୟାସ କରିଛୁ ଭଲ ସ୍ୱାଦର ଫିଲ୍ମ ଆପଣ ମାନଙ୍କୁ ଭେଟି ଦେବୁ l ଫିଲ୍ମକୁ ସପରିବାର ନିକଟସ୍ଥ ସିନେମାହଲକୁ ଆସି ଦେଖିପାରିବେ l'' ଅନ୍ୟପଟେ ବାହାନଗା ଟ୍ରେନ ଟ୍ରାଜେଡିରେ ପୀଡିତଙ୍କ ପାଇଁ ‘ଲଭ୍ ଇନ୍ ଲଣ୍ଡନ’ ଫିଲ୍ମର ଲାଭାଂଶ ଅର୍ଥର ୧୦ ଭାଗ ଓଡ଼ିଶା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦେଇ ଏହି ଦୁଃଖଦ ଘଟଣାରେ ସହଯୋଗ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛୁ ବୋଲି ସୁପରଷ୍ଟାର ଅନୁଭବ ମହାନ୍ତି ଏବଂ ପ୍ରଯୋଜକ ପୁଣିଥରେ ପ୍ରକାଶ କରିଥିଲେ l

ସୂଚନା ଥାଉ କି, ରିଲିଜ ପୂର୍ବରୁ ଅନୁଷ୍ଠିତ ପ୍ରି -ରଜ ସେଲିବ୍ରେସନରେ ସମସ୍ତ କଳାକାର, ସଙ୍ଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀଙ୍କ ସମେତ ନିର୍ଦ୍ଦେଶକ ତାପସ ସରଘରିଆ, ଅମର ମ୍ୟୁଜିକର ଓଡ଼ିଶା ମୁଖ୍ୟ ଦେବାଶିଷ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଫିଲ୍ମରେ ଅନୁଭବ ମହାନ୍ତିଙ୍କ ବିପକ୍ଷରେ ଦୁଇ ଜଣ ନାୟିକା ଅଛନ୍ତି । ଦୁହେଁ ନବାଗତା ହୋଇଥିବା ବେଳେ ଜଣେ ସ୍ୱପ୍ନା ପ୍ରିୟଦର୍ଶିନୀ ଓ ଅନ୍ୟତମ ନାୟିକା ହେଲେ ସୌମ୍ୟା ସଚ୍ଚଦେବ । ତାପସ ସରଘରିଆ ନିଜେ ଏହାର କାହାଣୀ ଲେଖିଛନ୍ତି, ଚିତ୍ରନାଟ୍ୟ ଲେଖିଛନ୍ତି ସୁରେଶ ପଟ୍ଟନାୟକ ଏବଂ ଅନ୍ତର୍ଯ୍ୟାମୀ ସରଘରିଆ ସଂଳାପ ରଚନା କରିଛନ୍ତି । ୪ ଜଣ ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ, ଅସଦ ନିଜାମ, ଡ଼ଃ ବିନୟ ରଥ ଏବଂ ସୋମେଶ ଶତପଥି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି l

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.