ETV Bharat / state

ଦୁଇଦିନିଆ ଓଡ଼ିଶା ଗସ୍ତରେ ଆନ୍ଧ୍ରର ଶିକ୍ଷା ସଚିବ, ଡିଜିଟାଲ ଶିକ୍ଷା ଭିତ୍ତିଭୂମିକୁ କଲେ ପ୍ରଶଂସା

ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ଆନ୍ଧ୍ରପ୍ରଦେଶ ଶିକ୍ଷା ବିଭାଗ ସଚିବ ଏସ୍‌. ସୁରେଶ କୁମାର ଦୁଇଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି । ଅଧିକ ପଢ଼ନ୍ତୁ

Andhra Pradesh Education Secretary visits odisha
ଓଡ଼ିଶା ଗସ୍ତରେ ଆନ୍ଧ୍ରପ୍ରଦେଶ ଶିକ୍ଷା ସଚିବ
author img

By

Published : Mar 25, 2023, 8:41 PM IST

ଭୁବନେଶ୍ବର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆନ୍ଧ୍ରପ୍ରଦେଶ ଶିକ୍ଷା ସଚିବ । ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ଆନ୍ଧ୍ରପ୍ରଦେଶ ଶିକ୍ଷା ବିଭାଗ ସଚିବ ଏସ୍‌. ସୁରେଶ କୁମାର ଓଡ଼ିଶା ଗସ୍ତରେ ଅଛନ୍ତି । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କାର୍ଯ୍ୟାଳୟ ପରିଦର୍ଶନ କରିବା ସହ ବିଭାଗୀୟ ଶାସନ ସଚିବ ଅଶ୍ୱଥି ଏସ୍‌ଙ୍କ ସହ ଆଲୋଚନା କରିଛନ୍ତି । ଡିଜିଟାଲ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ଓଡ଼ିଶା ନେଇଥିବା ବିଭିନ୍ନ ପଦକ୍ଷେପକୁ ଏସ୍‌. ସୁରେଶ କୁମାର ପ୍ରଶଂସା କରିଛନ୍ତି ।

ଆନ୍ଧ୍ରପ୍ରଦେଶ ଶିକ୍ଷା ବିଭାଗ ସଚିବ ଏସ୍‌. ସୁରେଶ କୁମାରଙ୍କ ଓଡ଼ିଶା ଗସ୍ତ ସମୟରେ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷ ଆଣିବା ଲାଗି ରାଜ୍ୟ ସରକାର ଗ୍ରହଣ କରିଥିବା ବିଭିନ୍ନ ବିକାଶମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ପଚାରି ବୁଝିଛନ୍ତି ଏବଂ ଏହାର କାର୍ଯ୍ୟକାରିତା ସମ୍ପର୍କରେ ମଧ୍ୟ ଅବଗତ ହୋଇଛନ୍ତି । ଏହି ଅବସରରେ ସେ ‘ମୋ ସ୍କୁଲ୍‌ ଅଭିଯାନ’ ରାଜ୍ୟ କାର୍ଯ୍ୟାଳୟ ଯାଇ ସେଠାରେ ବରିଷ୍ଠ ଅଧିକାରୀ ଓ କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରିଛନ୍ତି । ପୁରାତନ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକଙ୍କ ସହଭାଗିତାରେ କିଭଳି ଓଡ଼ିଶା ସ୍କୁଲ୍‌ ଶିକ୍ଷା ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ସେନେଇ ପଚାରି ବୁଝିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: CM Naveen Patnaik to Visit Ganjam: ଆସୁଛନ୍ତି ନବୀନ, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର କରିବେ ଉଦଘାଟନ

ଡିଜିଟାଲ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ଓଡ଼ିଶା ନେଇଥିବା ବିଭିନ୍ନ ପଦକ୍ଷେପକୁ ଏସ୍‌. ସୁରେଶ କୁମାର ପ୍ରଶଂସା କରିଛନ୍ତି । ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ଭିତ୍ତିଭୂମିର ସର୍ବାଙ୍ଗୀନ ବିକାଶ କରିବାରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଏକ ପ୍ରଶଂସା ଯୋଗ୍ୟ ପଦକ୍ଷେପ ସେ ବୋଲି ମତବ୍ୟକ୍ତ କରିଛନ୍ତି । ‘ମୋ ସ୍କୁଲ୍‌ ଅଭିଯାନ’ ଦ୍ୱାରା ପରିଚାଳିତ ବିଦ୍ୟାଳୟ ପୋଷ୍ୟଗ୍ରହଣ କାର୍ଯ୍ୟକ୍ରମକୁ ଉତ୍ସାହିତ କରିବା ସହ ଏହି କାର୍ଯ୍ୟକ୍ରମ ବିଷୟରେ ସବିଶେଷ ତଥ୍ୟ ପଚାରି ବୁଝିଛନ୍ତି । ପୁରାତନ ଛାତ୍ରଛାତ୍ରୀମାନଙ୍କୁ ନିଜ ଶିକ୍ଷାନୁଷ୍ଠାନ ସହ ସଂଯୋଗ କରିବାର ଏହି ପ୍ରୟାସ ତାଙ୍କୁ ବେଶ୍‌ ପ୍ରଭାବିତ କରିଛି ।

ଆକାଂକ୍ଷୀ କାର୍ଯ୍ୟକ୍ରମ ମାଧ୍ୟମରେ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ବିକାଶ ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଅବଗତ ହେବା ସହ ପାଠ୍ୟଭିତ୍ତିକ କାର୍ଯ୍ୟକ୍ରମ ବିଷୟରେ ବୁଝିଛନ୍ତି । ‘ମୋ ସ୍କୁଲ୍‌ ଅଭିଯାନ’ର ମୁଖ୍ୟ ପରିଚାଳନା ଅଧିକାରୀ ଅମରଜିତ ଜେନା ଏବଂ ଓ.ଏସ୍‌.ଡ଼ି. ଡକ୍ଟର ମଣିପ୍ରସାଦ ମିଶ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମ ବିଷୟରେ ଅବଗତ କରିବା ସହ ‘ମୋ ସ୍କୁଲ୍‌’ ପକ୍ଷରୁ ଏକ କଫି ଟେବୁଲ୍‌ ବୁକ୍‌ ପ୍ରଦାନ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.