ETV Bharat / state

ଭୁବନେଶ୍ୱରରେ ଗଡିଲା ଅମୃତ ଭାରତ ଏକ୍ସପ୍ରେସ - ଅମୃତ ଭାରତ ଟ୍ରେନ

Amrit Bharat Express Train: ଭୁବନେଶ୍ୱର ପହଞ୍ଚିଲା ଅମୃତ ଭାରତ ଟ୍ରେନ । ଓଡ଼ିଶାର ୮ ଷ୍ଟେସନ ଦେଇ ଯିବ ବେଙ୍ଗାଲୁରୁ । ଭୁବନେଶ୍ୱର ପହଞ୍ଚିବା ପରେ ଖୋର୍ଦ୍ଧା ରୋଡ ଦେଇ ବ୍ରହ୍ମପୁର ଯାତ୍ରା ଆରମ୍ଭ କରିଛି ଅମୃତ ଭାରତ । ଅଧିକ ପଢନ୍ତୁ

ଅମୃତ ଭାରତ ଟ୍ରେନ
Amrit Bharat Express
author img

By ETV Bharat Odisha Team

Published : Dec 31, 2023, 10:27 AM IST

Updated : Dec 31, 2023, 2:32 PM IST

Amrit Bharat express

ଭୁବନେଶ୍ବର: ଦେଶରେ ଶୁଭାରମ୍ଭ ହୋଇଛି ଅମୃତ ଭାରତ ଏକ୍ସପ୍ରେସ । ଶନିବାର ଅଯୋଧ୍ୟାରୁ ଏହି ଟ୍ରେନ ସେବା ଆରମ୍ଭ ହୋଇଥିବା ବେଳେ ଆଜି ଭୁବନେଶ୍ବରରେ ପହଞ୍ଚିଛି । ଭୁବନେଶ୍ବର ରେଳ ଷ୍ଟେସନ ପହଞ୍ଚିବା ପରେ ଏହାକୁ ସାଂସଦ ଅପରାଜିତା ଷଡଙ୍ଗୀ, ରାଜ୍ୟସଭା ସାଂସଦ ସୁଲତା ଦେଓ ପ୍ରମୁଖ ଉପସ୍ଥିତ ରହି ସ୍ବାଗତ କରିଛନ୍ତି । ଏହି ଟ୍ରେନ ମାଲଦା ପଶ୍ଚିମବଙ୍ଗରୁ ଓଡ଼ିଶା ଦେଇ ବେଙ୍ଗାଲୁରୁକୁ ଚଳାଚଳ କରିବ । ଓଡ଼ିଶାର ଜଳେଶ୍ବର, ବାଲେଶ୍ବର, ସୋର, ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ, ବ୍ରହ୍ମପୁର ରେଳ ଷ୍ଟେସନରେ ଏହାର ରହଣୀ ଅଛି । ଟ୍ରେନ ଆଜି 7ଟା 40 ମିନିଟରେ ଭୁବନେଶ୍ବରରେ ପହଞ୍ଚିଥିଲା । ଏହାପରେ 7ଟା 50 ମିନିଟରେ ଭୁବନେଶ୍ବରରୁ ବାହାରି ଖୋର୍ଦ୍ଧା ରୋଡ ଦେଇ ବ୍ରହ୍ମପୁରକୁ ଯାତ୍ରା କରିଛି ।

ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ୨ଟି ଅମୃତ ଭାରତ ଟ୍ରେନର ଉଦଘାଟନ କରିଥିଲେ । ଗୋଟେ ଟ୍ରେନ ଦରଭଙ୍ଗାରୁ ଦିଲ୍ଲୀ ଯିବ । ଅନ୍ୟଟି ମାଲଦାରୁ ବେଙ୍ଗାଲୁରୁ ଓଡ଼ିଶା ଦେଇ ଯାତ୍ରା କରିବ । ଓଡ଼ିଶାର ୮ଟି ଷ୍ଟେସନ ଦେଇ ବେଙ୍ଗାଲୁରୁ ଯିବ ଏହି ଟ୍ରେନ । ଅନ୍ୟ ଏକ୍ସପ୍ରେସ ଟ୍ରେନ ଅପେକ୍ଷା ଏଥିରେ ୧୫ରୁ ୧୭ ପ୍ରତିଶତ ଭଡ଼ା କମ ରହିଛି । ଏଥିରେ ୨୨ଟି କୋଚ ରହିଛି । ଭୁବନେଶ୍ୱରରୁ ବେଙ୍ଗାଲୁରୁ ଯିବା ପାଇଁ ସିଟିଂର ଭଡ଼ା ୪୩୦ ଓ ସ୍ଲିପର ଭଡ଼ା ୭୨୫ ରହିଛି ।

ଏହା ମଧ୍ୟ ପଢନ୍ତୁ-ଓଡ଼ିଶା ଦେଇ ଚାଲିବ ଅମୃତ ଭାରତ ଏକ୍ସପ୍ରେସ, ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଏନେଇ ରାଜ୍ୟସଭା ସାଂସଦ ସୁଲତା ଦେଓ କହିଛନ୍ତି ଯେ, ରାଜ୍ୟରେ ଏଭଳି ଟ୍ରେନ ଅଧିକ ଗୁରୁତ୍ବ ବହନ କରୁଛି । ଓଡ଼ିଶାର କିଛି ଜିଲ୍ଲାରେ ଏବେ ବି ଟ୍ରେନ ଚଳାଚଳ ହୋଇପାରିନାହିଁ । ଓଡ଼ିଶା ରେଳ ବିଭାଗକୁ ଅଧିକ ବାର୍ଷିକ ଆୟ ଦେଉଛି । ଏପଟେ ମୁଖ୍ୟମନ୍ତ୍ରୀ ସମସ୍ତ ଜମି ଦେବାକୁ ପ୍ରସ୍ତୁତ ରହିଛନ୍ତି । ରେଳ ବିଭାଗ କାମ ଆରମ୍ଭ କରିବା ଆବଶ୍ୟକ । ଯୋଗାଯୋଗ ବିକାଶର ମାର୍ଗ ହୋଇଥିବା ବେଳେ ଯେତେ ଯୋଗାଯୋଗ ବଢିବ ସେତେ ବିକାଶ ହେବ ।

ଓଡ଼ିଶାରେ ୮ଟି ଷ୍ଟେସନରେ ରହଣୀ କରିବ ଅମୃତ ଭାରତ ଏକ୍ସପ୍ରେସ: ଓଡ଼ିଶାରେ ୮ଟି ଷ୍ଟେସନରେ ରହଣି କରିବ ଅମୃତ ଭାରତ ଟ୍ରେନ । ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଓଡ଼ିଶାରେ ଜଳେଶ୍ବର, ବାଲେଶ୍ବର, ସୋର, ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ, ବ୍ରହ୍ମପୁର ରେଳ ଷ୍ଟେସନରେ ଏହା ରହଣୀ କରିବ । ଆଜି ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ, ବିଜୟନଗରମ ଏବଂ ବିଶାଖାପାଟନମ ଷ୍ଟେସନରେ ଏହି ଟ୍ରେନ ପହଞ୍ଚିବା ପରେ ଜନ ପ୍ରତିନିଧି ଯଥା ସାଂସଦ ଏବଂ ବିଧାୟକମାନେ ଏହି ଟ୍ରେନକୁ ସ୍ୱାଗତ କରିବାର କାର୍ଯ୍ୟକ୍ରମ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 31, 2023, 2:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.