ETV Bharat / state

BJP Jan Sampark Abhiyan: ଆସୁଛନ୍ତି ବିଜେପି ବ୍ରିଗେଡିୟର, ରାଜ୍ୟରେ କଷିବେ ବଳ - Amit Shah to visit Odisha on June 17

ବିଜେପି ଫୋକସରେ ଓଡିଶା । ମହା ଜନସଂପର୍କ ଅଭିଯାନରେ ସାମିଲ ହେବେ ବିଜେପିର କେନ୍ଦ୍ରୀୟ ନେତୃତ୍ବ । ଚୂଡାନ୍ତ ହୋଇଛି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଓଡିଶା ଗସ୍ତ କାର୍ଯ୍ୟକ୍ରମ । 17ରେ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ କାର୍ଯ୍ୟକ୍ରମ ସ୍ଥିର ହୋଇଥିବାବେଳେ 22ରେ ଆସିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଅଧିକ ପଢନ୍ତୁ

ଆସୁଛନ୍ତି ବିଜେପି ବ୍ରିଗେଡିୟର
ଆସୁଛନ୍ତି ବିଜେପି ବ୍ରିଗେଡିୟର
author img

By

Published : Jun 3, 2023, 10:31 PM IST

ଆସୁଛନ୍ତି ବିଜେପି ବ୍ରିଗେଡିୟର

ଭୁବନେଶ୍ବର: ମହା ଜନସଂପର୍କ ଅଭିଯାନରେ ସାମିଲ ହେବାକୁ ଓଡିଶା ଆସୁଛନ୍ତି ବିଜେପିର କେନ୍ଦ୍ରୀୟ ନେତୃତ୍ବ । ଗୃହମନ୍ତ୍ରୀ ଅମିତ ଶାହା 17 ଓ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା 22 ତାରିଖରେ ଓଡିଶା ଗସ୍ତରେ ଆସିବେ । ପରବର୍ତ୍ତୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଆସିବେ । ଯାହାକୁ ନେଇ ଚଳଚଞ୍ଚଳ ହୋଇଛି ଗେରୁଆ ଶିବିର । ବିଜେଡି କହିଛି ନବୀନଙ୍କୁ ମ୍ୟାଚ କରିପାରିବେ ନାହିଁ ମୋଦି ଓ ଶାହା । ସେପଟେ ରାଜନୈତିକ ସମୀକ୍ଷକଙ୍କ କହିବା କଥା ଯେ, କେନ୍ଦ୍ରୀୟ ନେତୃତ୍ବର ବାରବାର ଓଡିଶା ଗସ୍ତ କଲେ ଫାଇଦାରେ ରହିବ ବିଜେପି ।

ବିଜେପି ଫୋକସରେ ଓଡିଶା । ମହା ଜନସଂପର୍କ ଅଭିଯାନରେ ସାମିଲ ହେବେ ବିଜେପିର କେନ୍ଦ୍ରୀୟ ନେତୃତ୍ବ । ଚୂଡାନ୍ତ ହୋଇଛି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଓଡିଶା ଗସ୍ତ କାର୍ଯ୍ୟକ୍ରମ । 17ରେ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ କାର୍ଯ୍ୟକ୍ରମ ସ୍ଥିର ହୋଇଥିବାବେଳେ 22ରେ ଆସିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ପରେ ପରେ ମହା ଜନସଂପର୍କ ଅଭିଯାନରେ ସାମିଲ ହେବାକୁ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପରବର୍ତ୍ତୀ ସମୟରେ ରାଜନାଥ ସିଂ, ନୀତିନ ଗଡକରୀଙ୍କ ପରି ବରିଷ୍ଠ ନେତା ଓଡିଶା ଆସି ଗୈରୀକ ଦଳର ଶକ୍ତି ବଢେଇବେ । ଆସନ୍ତା 6 ଓ 7 ରେ ଓଡିଶାରେ କାର୍ଯ୍ୟକ୍ରମ କରିବେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା ଓ ଦର୍ଶନା ଜରଦୋଶ ।

ଏହାବି ପଢନ୍ତୁ- ବିଜେଡିକୁ ବିଦ୍ରୋହ ଭୟ ! ବ୍ୟାକଫୁଟରେ ସୁପ୍ରିମୋ; ଆକ୍ସନ ନୁହେଁ, ତୁଷ୍ଟିକରଣ ରାସ୍ତାରେ ଦଳ

ରାଜ୍ୟର 21 ଲୋକସଭା କ୍ଷେତ୍ରରେ କାର୍ଯ୍ୟକ୍ରମ କରିବ ପଦ୍ମ ଦଳ । କ୍ଲଷ୍ଟରରେ ବିଭକ୍ତ କରି କାର୍ଯ୍ୟକ୍ରମ ଚୂଡାନ୍ତ କରିଛି ରାଜ୍ୟ ବିଜେପି । 4ଟି ସଂସଦୀୟ କ୍ଷେତ୍ରକୁ ନେଇ ଗୋଟିଏ କ୍ଲଷ୍ଟରରେ କେନ୍ଦ୍ରମନ୍ତ୍ରୀ ଓ କେନ୍ଦ୍ରୀୟ ନେତା 8 ଦିନ, 8 ରାତି ସମୟ ବିତାଇବେ । ରାଜ୍ୟରେ 4ଟି ମହାସମାବେଶରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ରଣହୁଙ୍କାର ଦେବେ । ବିଜେଡି ସାଂସଦ କହିଛନ୍ତି ଯେ, ଗଣତନ୍ତ୍ରରେ ସବୁ ରାଜନୈତିକ ଦଳର କାର୍ଯ୍ୟକ୍ରମ ରହିଛି । ନିର୍ବାଚନ ଆସିଲେ ଏ ସବୁ କାର୍ଯ୍ୟକ୍ରମ ହୁଏ । ବିଜୁ ଜନତା ଦଳରେ କେବଳ ନିର୍ବାଚନ ସମୟରେ କାର୍ଯ୍ୟକ୍ରମ ହୁଏ ନାହିଁ । 365 ଦିନ କାର୍ଯ୍ୟକ୍ରମ ହୁଏ । ମୋଦି, ଅମିତ ଶାହ ଯିଏ ଆସୁଛନ୍ତି, ଆସନ୍ତୁ । କିନ୍ତୁ ନବୀନ ପଟ୍ଟନାୟକଙ୍କୁ ମ୍ୟାଚ କରିବା ପରିବେ ନାହିଁ । ନବୀନ ପଟ୍ଟନାୟକ ଯେପରି ଭାବେ ଲୋକଙ୍କ ଭିତରେ ଗ୍ରହଣୀୟ ହୋଇଛନ୍ତି, ସେମାନେ ଗ୍ରହଣୀୟ ହେବା ସମ୍ଭବ ନୁହେଁ ।

ଅନ୍ୟପଟେ ରାଜନୈତିକ ସମୀକ୍ଷକ ରବି ଦାସ କହିଛନ୍ତି ଯେ, 2014ରୁ 2019 ବିଜେପିର କେନ୍ଦ୍ରୀୟ ନେତୃତ୍ବ ଓଡିଶା ଉପରେ ଫୋକସ କରିଥିଲେ । ଫଳରେ ତୃତୀୟ ଦଳରୁ ଆସି 2019ରେ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ହୋଇଥିଲା ବିଜେପି । 8 ଲୋକସଭା ଆସନ ବିଜେପି ହାତେଇଥିଲା । କିନ୍ତୁ 2019 ପରେ ବିଜେପିର କେନ୍ଦ୍ରୀୟ ନେତୃତ୍ବ ଓଡିଶା ଉପରେ ଫୋକ୍ସ ଦେଇନାହାନ୍ତି । ତେବେ ଏବେ କେନ୍ଦ୍ରୀୟ ନେତା ଓଡିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମ କରିବେ । ଏହା କର୍ମୀଙ୍କ ମହଲରେ ଉତ୍ସାହ ବଢେଇବ । ରାଜ୍ୟ ସରକାରଙ୍କ ସହିତ ବିଜେପିର କେନ୍ଦ୍ରୀୟ ନେତୃତ୍ବର ସଂପର୍କ ନେଇ ଥିବା ଧାରଣା ଦୂର କରିବାକୁ ପଡିବ ।

ବିଜେପିର ଏହି ହାଇଟେକ କାର୍ଯ୍ୟକ୍ରମ ଦଳକୁ କେତେ ମାଇଲେଜ ଦେଉଛି ଏବେ ତାରି ଉପରେ ନଜର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.