ଖୋର୍ଦ୍ଧା: ଓଡ଼ିଶାର ପାରମ୍ପରିକ କୃଷିଭିତ୍ତିକ ପର୍ବ ଏବଂ କୃଷକର ଆଦ୍ୟ ଅନୁକୁଳ ପର୍ବ ହେଉଛି ପବିତ୍ର ଅକ୍ଷୟ ତୃତୀୟା(Akshaya Tritiya) । ଖୋର୍ଦ୍ଧାରେ ଜିଲ୍ଲାରେ ମଧ୍ୟ ଚାଷୀ ପାରମ୍ପରିକ କୃଷିଭିତିକ ପର୍ବ ପାଳନ କରିଛନ୍ତି । ସୁନାର ଫସଲ ଅମଳ ପାଇଁ ମା ଲକ୍ଷ୍ମୀଙ୍କ ନିକଟରେ ଜମିରେ ପୂଜାର୍ଚ୍ଚନା କରି ଧାନ ଅନୁକୂଳ କରିଛି ଚାଷୀ ।
ଚାଷୀଟିଏ ନିଜ ପରିବାର ସହ ବର୍ଷ ତମାମ ମୁଣ୍ଡ ଝାଳ ତୁଣ୍ଡରେ ମାରି ବର୍ଷକର ଆହାର ଯୋଗାଡ଼ କରିଥାଏ । ବୋଲଗଡ଼ ବ୍ଲକ ସହଜପୁର ଗ୍ରାମରେ ଅଖିମୁଠି ଅନୁକୂଳ କରିଛନ୍ତି ବେଗୁନିଆ ବିଜୁ ଜନତା ଦଳ ନେତା ପ୍ରଦୀପ ସାହୁ । ସେ ରୀତିନୀତି ଅନୁଯାୟୀ ସକାଳୁ ସକାଳୁ ଜମିରେ ପହଞ୍ଚି ପୂଜାର୍ଚ୍ଚନା କରି ଅଖିମୁଠି ଅନୁକୂଳ କରିଛନ୍ତି । ଅଖିମୁଠି ଅନୁକୂଳ କରିବା ପରେ ବିଜେଡି ନେତା ଜମି ହଳ କରିବା ସହ ବିହନ ବୁଣିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ