ETV Bharat / state

EDରେ ହାଜର ହେଲେ ଅକ୍ଷୟ ପରିଜା, ଖୋଲିବେ କି ଗୁମର ?

author img

By

Published : Nov 22, 2022, 3:49 PM IST

Updated : Nov 22, 2022, 4:09 PM IST

EDରେ ହାଜର ହେଲେ ଅକ୍ଷୟ ପରିଜା । ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଫିଲ୍ମ ପ୍ରଯୋଜକ ଅକ୍ଷୟଙ୍କ ପରିଜା ଆଜି ଇଡିରେ ହାଜର ହୋଇଛନ୍ତି । ପୂର୍ବରୁ ଗତ ଶୁକ୍ରବାର ଦିନ ଇଡି ଅକ୍ଷୟଙ୍କୁ ନୋଟିସ କରିଥିଲା । ହେଲେ ଅକ୍ଷୟଙ୍କ ବଦଳରେ ଇଡିରେ ହାଜର ହୋଇ ତଥ୍ୟ ରଖିଲେ ତାଙ୍କ ଓକିଲ । ଅଧିକ ପଢନ୍ତୁ

EDରେ ହାଜର ହେଲେ ଅକ୍ଷୟ ପରିଜା, ଖୋଲିବେ କି ଗୁମର

ଭୁବନେଶ୍ବର: EDରେ ହାଜର ହେଲେ ଅକ୍ଷୟ ପରିଜା । ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଓଡିଆ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଆଜି (ମଙ୍ଗଳବାର) ଇଡିରେ ହାଜର ହୋଇଛନ୍ତି । ଅକ୍ଷୟ ନିଜର ଓକିଲଙ୍କ ସହ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରେ ହାଜର ହୋଇଛନ୍ତି । ତେବେ ହାଜର ପରେ ଇଡି ପଚରାଉଚରା ଆରମ୍ଭ କରିଛି । ଅକ୍ଷୟ ଲେଡି ବ୍ଲକମେଲର ଅର୍ଚ୍ଚନାଙ୍କ ଯୌନ କେଳେଙ୍କାରୀର ଗୁମର ଖୋଲିବା ନେଇ ଆଲୋଚନା ହେଉଛି ।

EDରେ ହାଜର ହେଲେ ଅକ୍ଷୟ ପରିଜା, ଖୋଲିବେ କି ଗୁମର ?

ସୂଚନା ଅନୁଯାୟୀ, ଲେଡି ବ୍ଲକମେଲର ଅର୍ଚ୍ଚନା କେଳେଙ୍କାରୀର ପ୍ରଥମ ଅଭିଯୋଗକାରୀ ହେଉଛନ୍ତି ଓଡିଆ ଫିଲ୍ମ ପ୍ରଯୋଜକ ଅକ୍ଷୟଙ୍କ ପରିଜା । ଅର୍ଚ୍ଚନା ହନିଟ୍ରାପରେ ଛନ୍ଦି ହୋଇଥିଲେ ଅକ୍ଷୟ ପରିଜା । ଏଥିରୁ ମୁକୁଳିବା ପାଇଁ ଅର୍ଚ୍ଚନା କୁଆଡେ ଏଥିନିମନ୍ତେ ଅକ୍ଷୟଙ୍କୁ ୩କୋଟି ଟଙ୍କା ମାଗିଥିଲେ ବୋଲି ଅଭିଯୋଗ କରିଥିଲେ । ସେପଟେ ଶ୍ରଦ୍ଧାଞ୍ଜଳି ପ୍ରଥମେ ଅକ୍ଷୟଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆଣିଥିଲେ । ଏହାପରେ ଥାନାରେ ପାଲଟା ଅଭିଯୋଗ କରିଥିଲେ ଅକ୍ଷୟ । ଅକ୍ଷୟଙ୍କ ଅଭିଯୋଗ ଥିଲା ଅର୍ଚ୍ଚନା ଓ ଆଉ ଶ୍ରଦ୍ଧାଞ୍ଜଳି କିଛି ଅଶ୍ଳିଳ ଫଟୋ ଜରିଆରେ ତାଙ୍କୁ ବ୍ଲାକମେଲ କରିବା ସହ ଟଙ୍କା ମାଗୁଛନ୍ତି । ଏନେଇ ସେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ଅଡୁଆ ସୁତାରେ ଯେମିତି ଛନ୍ଦି ହୋଇପଡିଥିଲେ ଅର୍ଚ୍ଚନା ।

ଏହା ମଧ୍ୟ ପଢନ୍ତୁ: Archana Nag case: EDରେ ହାଜର ହେଲେନି ଅକ୍ଷୟ ପରିଜା, ଆସିଲେ ଓକିଲ

ସାମ୍ନାକୁ ଆସିଲା ଅର୍ଚ୍ଚନା କେଳେଙ୍କାରୀର ଗୁମର । ତଦନ୍ତ ପରେ ଅର୍ଚ୍ଚନା ସେକ୍ସ ସ୍କାଣ୍ଡାଲ ଚଲାଇଥିବା ସାମ୍ନାକୁ ଆସିଥିଲା । ଅନେକ ବଡବଡିଆଙ୍କୁ ପ୍ରେମ ଜାଲରେ ଫସାଇବା ପରେ ବ୍ୟାକମେଲିଂ କରି ମୋଟା ଅଙ୍କର ଟଙ୍କା ଆଦାୟ କରୁଥିଲା । ଏନେଇ ଘଟଣାରେ ଖଣ୍ଡଗିରା ଥାନା ପୋଲିସ ଅର୍ଚ୍ଚନାକୁ ଗିରଫ କରିଥିଲା । ଏହାପରେ ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ ଏବଂ ଜଗବନ୍ଧୁଙ୍କ ବନ୍ଧୁ ଖଗେଶ୍ବର ଗିରଫ ହୋଇ ଜେଲରେ ଅଛନ୍ତି । ସେପଟେ ଅର୍ଚ୍ଚନାଙ୍କ ଆଲିଶାନ କୋଠା, ଦାମୀ କାର, କୋଟି କୋଟି ଟଙ୍କାର ସମ୍ପତ୍ତି ଦେଖି ତାଟକା ହୋଇଯାଇଥିଲେ ରାଜ୍ୟବାସୀ । ଏହି ଘଟଣା ପରେ ଇଡି ଜଗବନ୍ଧୁଙ୍କ ବନ୍ଧୁ ଖଗେଶ୍ବରକୁ ରିମାଣ୍ଡରେ ନେଇ ଅର୍ଚ୍ଚନାର ବେଆଇନ ସମ୍ପତ୍ତିର ଖୋଳାତାଡ ଆରମ୍ଭ କରିଛି ।

ଗତ ଶୁକ୍ରବାର ଇଡି ଏହି ମାମଲାରେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ନୋଟିସ ଜାରି କରିଥିଲେ । କିନ୍ତୁ ଅକ୍ଷୟଙ୍କ ବଦଳରେ ଇଡିରେ ହାଜର ହୋଇଥିଲେ ତାଙ୍କ ଓକିଲ । ଅର୍ଚ୍ଚନା କେଳେଙ୍କାରୀ ବିଷୟରେ ଯାହା ବି କିଛି ଜାଣିଥିଲେ ଓକିଲଙ୍କ ମାଧ୍ୟମରେ ଇଡି ପାଖରେ ତଥ୍ୟ ରଖିଥିଲେ ଅକ୍ଷୟ ପରିଜା । ଇଡିରେ ହାଜର ହୋଇ ଅର୍ଚ୍ଚନା କେଳାଙ୍କାରୀର ତଥ୍ୟ ରଖିଥିଲେ ଅକ୍ଷୟ ପରିଜାଙ୍କ ଓକିଲ । ତେବେ ଆଜି ଏନେଇ ଅକ୍ଷୟଙ୍କୁ ଅଧିକ ଜେରା କରିବେ ଇଡି ଅଧିକାରୀ । ଆବଶ୍ୟକ ହେଲେ ଇଡି ପରବର୍ତ୍ତି ସମୟରେ ଅର୍ଚ୍ଚନା ନାଗଙ୍କୁ ରିମାଣ୍ଡରେ ଆଣି ଉଭୟଙ୍କୁ ସାମ୍ନା ସାମ୍ନି ରଖି ଜେରା କରିପାରନ୍ତି ବୋଲି ଆଲୋଚନା ହେଉଛି ।

ଅର୍ଚ୍ଚନା ନାଗ ମାମଲାରେ ଜଣଙ୍କ ପରେ ଜଣଙ୍କୁ ପଚରାଉଚରା କରି ଆର୍ଥିକ କାରବାର ନେଇ ତଥ୍ୟ ହାସଲ କରୁଛି ଇଡି । ପ୍ରଥମେ ଅର୍ଚ୍ଚନାଙ୍କ ବାପା ପରେ ଜଗବନ୍ଧୁର ଭାଇ ଓ ଅର୍ଚ୍ଚନା ଚଳାଉଥିବା ଏଣ୍ଡଭର ଗାଡିର ଶୋରୁମ ମାଲିକଙ୍କ ପୁଅ ଇଡିରେ ହାଜର ହୋଇଥିଲେ । ଶୋରୁମ ମାଲିକ ଗାଡି କିଣା ବାବଦରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଦେଇଥିଲେ । ଏହି ତଥ୍ୟ ଅନୁସାରେ ଅର୍ଚ୍ଚନାଙ୍କୁ ଏହି ବିଳାସପୂର୍ଣ୍ଣ ଗାଡ଼ି କିଣିବାକୁ ୩୩ ଲକ୍ଷ ଟଙ୍କା ଦେଇଥିବା ଜଣେ ରାଜନୈତିକ ବ୍ୟକ୍ତିଙ୍କ ନାମ ଇଡି ହାତରେ ଲାଗିଥିବା ନେଇ ଚର୍ଚ୍ଚା ହେଉଛି । ସେପଟେ ଇଡିର ଖୋଳତାଡ଼ ସମୟରେ ଅର୍ଚ୍ଚନା ବ୍ୟବହାର କରୁଥିବା ଏଣ୍ଡଭର ଗାଡି ଜବତ ହୋଇଥିଲା ।

ସେପଟେ ଇଡି କାର୍ଯ୍ୟାଳୟକୁ ଯିବା ପୂର୍ବରୁ ଏନେଇ କୌଣସି ପ୍ରତିକ୍ରିୟା ରଖିନଥିଲେ ଅକ୍ଷୟ ପରିଜା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 22, 2022, 4:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.