ETV Bharat / state

ଯୋଜନା ପାଇଁ ଉଦ୍ଦିଷ୍ଟ ଅର୍ଥକୁ ସମୟରେ ଖର୍ଚ୍ଚ କର: ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ - ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ

କୃଷି ଭବନରେ ଆୟୋଜିତ ବୈଠକରେ ମନ୍ତ୍ରୀ ମତ୍ସ୍ୟ ବିଭାଗ ଦ୍ବାରା କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡ଼ିକର ସମୀକ୍ଷା କରିଛନ୍ତି ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଅଧିକ ପଢନ୍ତୁ

Review schemes implemented by Fisheries Department
ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
author img

By

Published : Apr 30, 2023, 9:39 AM IST

ଭୁବନେଶ୍ବର: ମତ୍ସ୍ୟ ଚାଷୀଙ୍କ କଲ୍ୟାଣ ଓ ମତ୍ସ୍ୟ ଚାଷର ବିକାଶ ନିମନ୍ତେ ଯୋଜନାର ଉଦ୍ଦିଷ୍ଟ ସମସ୍ତ ବଜେଟ ବରାଦକୁ ଧାର୍ଯ୍ୟ ସମୟ ମଧ୍ୟରେ ଓ ଠିକଣା ଭାବରେ ଖର୍ଚ୍ଚ କର । ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ କରି ତଥ୍ୟଗୁଡ଼ିକର ବିଶ୍ଳେଷଣ କର । ଯୋଜନା ରୂପାୟନରେ ତଦାରଖ ଓ ନିରୀକ୍ଷଣ ବ୍ୟବସ୍ଥାକୁ ଅଧିକ ଫଳପ୍ରଦ କର । ଏହାର ଲାଭ ଚାଷୀମାନଙ୍କୁ ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

କୃଷି ଭବନରେ ଆୟୋଜିତ ବୈଠକରେ ମନ୍ତ୍ରୀ ମତ୍ସ୍ୟ ବିଭାଗ ଦ୍ବାରା କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡ଼ିକର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ମନ୍ତ୍ରୀ କହିଛନ୍ତି ଯେ,''ରାଜ୍ୟର ପ୍ରାୟ ୭୦ ପ୍ରତିଶତ ଜନସାଧାରଣ ଜୀବିକା ନିମନ୍ତେ କୃଷି ଏବଂ ମତ୍ସ୍ୟ ଓ ପ୍ରାଣୀପାଳନ ଉପରେ ନିର୍ଭର କରୁଛନ୍ତି । ସେମାନଙ୍କର ଆର୍ଥିକ ଓ ସାମାଜିକ ବିକାଶ ନିମନ୍ତେ ବିଭାଗକୁ ଅଧିକ କ୍ରିୟାଶୀଳ କରିବା ଆବଶ୍ୟକ । ଯାହାଦ୍ବାରା ରାଜ୍ୟରେ ପ୍ରାଣୀଜାତ ଖାଦ୍ୟର ଉତ୍ପାଦନ ବୃଦ୍ଧି ପାଇବ । ୨୦୨୪ ସୁଦ୍ଧା ରାଜ୍ୟକୁ ମାଛ ଜାଆଁଳ ଉତ୍ପାଦନରେ ସ୍ବାବଲମ୍ବୀ କରିବା ଉପରେ ସେ ଗୁରୁତ୍ବ ଦିଆଯିବ।''

ଏହା ବି ପଢନ୍ତୁ...ପ୍ରାଣୀଙ୍କ ଯତ୍ନ ଓ ସ୍ୱାସ୍ଥ୍ୟରକ୍ଷା ଉପରେ ନିର୍ଭର କରେ ଚାଷୀଙ୍କ ରୋଜଗାର: ମୁଖ୍ୟମନ୍ତ୍ରୀ

ସଅଳ ମାଛ ଜାଆଁଳ ଉତ୍ପାଦନ କାର୍ଯ୍ୟକ୍ରମ ଆରମ୍ଭ କରିବା ସହିତ ଉତ୍ପାଦନକାରୀଙ୍କ ନେଟୱାର୍କକୁ ସୁଦୃଢ଼ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସଅଳ ମାଛ ଜାଆଁଳ ଉତ୍ପାଦନ ନିମନ୍ତେ ବେସରକାରୀ ହ୍ୟାଚେରୀମାନଙ୍କୁ ସହାୟତା କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ପାଇଁ କହିଛନ୍ତି ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଏଥି ସହିତ ୨୦୨୩-୨୪ ବର୍ଷ ନିମନ୍ତେ ବିଭିନ୍ନ ଯୋଜନାର ପ୍ରଚାର ଓ ପ୍ରସାର କାର୍ଯ୍ୟକ୍ରମ ନିମନ୍ତେ ଏକ କ୍ୟାଲେଣ୍ଡର ପ୍ରସ୍ତୁତ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ବିଭାଗ ଦ୍ବାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ଅଗ୍ରଗତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଛନ୍ତି ।

ବୈଠକରେ ମାଛ ଜାଆଁଳ ଉତ୍ପାଦନ, ମାଛ ଜାଆଁଳ ଉତ୍ପାଦନକାରୀଙ୍କୁ ଇନପୁଟ ସହାୟତା, ବାୟୋଫ୍ଲକ ପଦ୍ଧତିରେ ମାଛ ଚାଷ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ମାଛ ଚାଷ ନିମନ୍ତେ ଇନପୁଟ ସହାୟତା ରାଶି ପ୍ରଦାନ ସମେତ ଖାର ଜଳ ଓ ସାମୁଦ୍ରିକ ମାଛ ଚାଷ ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା ହୋଇଛି । ୨୦୨୨-୨୩ ଆର୍ଥିକ ବର୍ଷରେ ମତ୍ସ୍ୟ ଚାଷରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ପାଞ୍ଚଟି ଜିଲ୍ଲାର ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ବୈଠକରେ ମତ୍ସ୍ୟ ନିର୍ଦ୍ଦେଶକ ସ୍ମୃତି ରଞ୍ଜନ ପ୍ରଧାନଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ, ସମସ୍ତ ଜିଲ୍ଲାର ଜିଲ୍ଲା ମତ୍ସ୍ୟ ଅଧିକାରୀ ଏବଂ ଅତିରିକ୍ତ ମତ୍ସ୍ୟ ଅଧିକାରୀ ମାନେ ଯୋଗ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.