ETV Bharat / state

ସୁସ୍ଥ ହୋଇ ପୁଣି ଜେଲକୁ ଫେରିଲେ ବାହୁବଳୀ ବିଧାୟକ - ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଅପଡେଟ୍

ସୁସ୍ଥ ହୋଇ ଜେଲକୁ ଫେରିଲେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଅସୁସ୍ଥତା ଯୋଗୁଁ କ୍ୟାପିଟାଲ ହସ୍ପିଟାଲ ଭର୍ତ୍ତି ହୋଇଥିଲେ ବିଧାୟକ । ଅଧିକ ପଢନ୍ତୁ

ସୁସ୍ଥ ହୋଇ ପୁଣି ଜେଲକୁ ଫେରିଲେ ବାହୁବଳୀ ବିଧାୟକ

author img

By

Published : Mar 30, 2022, 6:56 AM IST

ଖୋର୍ଦ୍ଧା: ଚିଲିକାର ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ( Chillika MLA Prasant Jagdev) ସୁସ୍ଥ ହୋଇଛନ୍ତି । ସୁସ୍ଥ ହେବା ପରେ ବାଣପୁର ସବ୍ ଜେଲକୁ ଫେରିଛନ୍ତି ବିଧାୟକ । ସୋମବାର ବିଳମ୍ବିତ ରାତିରେ ସେ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ପ୍ରଥମେ ବାଣପୁର ହସ୍ପିଟାଲ ଓ ପରେ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ମଙ୍ଗଳବାର ସୁସ୍ଥ ହେବା ପରେ ଜଗଦ୍ଦେବଙ୍କୁ ପୁନର୍ବାର ବାଣପୁର ସବ୍‌ ଜେଲକୁ ପଠାଯାଇଛି । ଜେଲ୍ କର୍ତ୍ତୃପକ୍ଷ ଏନେଇ ସୂଚନା ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ:ଜେଲରେ ଅସୁସ୍ଥ ହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି । କଡ଼ା ସୁରକ୍ଷା ମଧ୍ୟରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରୁ ବିଧାୟକଙ୍କୁ ବାଣପୁର ସବ୍‌ ଜେଲ୍ ଅଣାଯାଇଛି । ବ୍ଲକ ଅଧ୍ୟକ୍ଷ ନିର୍ବାଚନ ବେଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ଭିଡ ଭିତରେ ଲୋକଙ୍କ ଉପରେ ଗାଡି ଚଢାଇ ହତ୍ୟା ଉଦ୍ୟମ ମାମଲାରେ ଜେଲ୍ ଯାଇଛନ୍ତି ପ୍ରଶାନ୍ତ ଜଗଦ୍ଦେବ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.